ଦେଶ- ବିଦେଶ

ମାତ୍ର କିଛି ମିନିଟରେ ପ୍ରସ୍ତୁତ କରନ୍ତୁ ବେଙ୍ଗୋଲି ଷ୍ଟାଇଲ ଆଳୁ ପୋସ୍ତ

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର ସ୍ୱାଦ ଦେବା ସହିତ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଜବରଦସ୍ତ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଆଳୁ -୪
କଞ୍ଚା ଲଙ୍କା – ୧
ପୋସ୍ତ – ୨ ଚାମଚ
ସୋରିଷ ତେଲ – ୩ ଚାମଚ
ହଳଦୀ ପାଉଡର – ୧/୪ ଚାମଚ
ଲୁଣ – ସ୍ଵାଦନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ପୋସ୍ତ, କଞ୍ଚା ଲଙ୍କା ଏବଂ ପାଣି ପକାଇ ମିକ୍ସ କରନ୍ତୁ ଏବଂ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
-ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ।
-ଏବେ ଏଥିରେ କଲାଞ୍ଜି ପକାଇ କିଛି ସେକେଣ୍ଡ ଭାଜନ୍ତୁ।
-ଏବେ ସେଥିରେ ଆଳୁ ପକାଇ ଭାଜନ୍ତୁ। ଏହାପରେ ଏଥିରେ କଞ୍ଚା ଲଙ୍କା ମିଶାନ୍ତୁ।
-ଏବେ ପେଶୀ ରଖିଥିବା ମସଲା ଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରନ୍ତୁ।
-ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।
-ଏବେ ଏଥିରେ ୧/୨ ଗ୍ଲାସ ପାଣି ପକାଇ ଆଉ କିଛି ସମୟ ରାନ୍ଧନ୍ତୁ।
-ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଆଳୁ ପୋସ୍ତ। ଆପଣ ଏହାକୁ ଭାତ କିମ୍ବା ରୁଟିରେ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button