ରାଜ୍ୟ

ପାଟି ଘା’ ହୋଇଥିଲେ ଚୋବାଇ ଖାଆନ୍ତୁ ପଣସ ପତ୍ର, ମିଳିବ ମୁକ୍ତି

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି। ଅନେକ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି। କରୋନା ଯୋଗୁଁ ଆମିଷ ଖାଦ୍ୟକୁ ମଧ୍ୟ ବାରଣ କରାଯାଇଛି। ଏଥିପାଇଁ ବଜାରରେ ପଣସର ଚାହିବା ଅଧିକ। ମାଛ ମାସଂ ମୂଲ୍ୟଠାରୁ ପଣସ କଠାର ମୂଲ୍ୟ ଅଧିକ ହୋଇଗଲାଣି। ପଣସ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ, ଆଇରନର ଅଭାବକୁ ପୂରଣ କରିଥାଏ। ପଣସ ଏମିତି ଏକ ପରିବା ଯେଉଁଥିରେ ପକଡି, କୋପ୍ତା ଏବଂ ଆଚାର ମଧ୍ୟ କରିପାରିବେ। ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ। ଏହାଛଡା ଏହି ପରିବାରେ କ୍ୟାଲୋରୀ ନଥାଏ। ଏହାସହିତ ଏହା ହୃଦରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା ପଣସ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ..

jackfruit

– ପଣସରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ରହିଥାଏ, ଯାହା ଶରୀରର ହାଡକୁ ମଜବୁତ କରିଥାଏ।

– ପଣସ କ୍ଷୀରକୁ ଆଣ୍ଠୁ ଘା କିମ୍ବା ଫୁଲିବା ଭଳି ସମସ୍ୟା ହୋଇଥିଲେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

– ଯଦି ଆପଣଙ୍କର ଥଣ୍ଡା ଯୋଗୁଁ ପାଟି ଘା ହୋଇଥାଏ, ତେବେ ପଣସ ବହୁତ ଉପକାରୀ ହୋଇଥାଏ। ଏମିତି ସମସ୍ୟା ଥିଲେ ପଣସ ପତ୍ରକୁ ଚୋବାନ୍ତୁ।

Jackfruit Whole and Open at Fruit Stall

– ପଣସରେ ଭରପୂର ମାତ୍ରାରେ ଭିଟାମିନ ଏ ରହିଥାଏ, ଯାହା ଦୃଷ୍ଟିଶକ୍ତି ବଢାଇଥାଏ।

– ଶରୀରର ବ୍ଲଡ ସର୍କୁଲେସନ ବଢାଇବାରେ ମଧ୍ୟ ପଣସ ବେଶ ସହାୟକ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button