ସ୍ୱାସ୍ଥ୍ୟ

ଆପଣଙ୍କର ରହିଛି କି ଚର୍ମ ରୋଗ ? ଏମିତି କରନ୍ତୁ ଆୟୁର୍ବେଦିକ ଉପଚାର

ଆଜିକାଲି ଅନେକ ଲୋକଙ୍କର ଚର୍ମରୋଗ ଦେଖାଦେଉଛି। ଅସନ୍ତୁଳିତ ଖାଦ୍ୟପଦାର୍ଥ, ପାନୀୟ ଏବଂ ଅପରିଷ୍କାର ଯୋଗୁଁ ଚର୍ମରୋଗ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ ବେଶି ହୋଇଥିବା ଏହି ରୋଗ। ଏହି ରୋଗୀ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରୋଗ ହେବା ଯୋଗୁଁ ଏହାକୁ ଡିଆଁରୋଗ ବୋଲି କୁହାଯାଏ। ଏହା ପ୍ରାୟତଃ ଜଂଘସନ୍ଧି, ଜଂଘ, ହାତ ଇତ୍ୟାଦି ଝାଳ ବହୁଥିବା ସ୍ଥାନରେ ବେଶି ହୋଇଥାଏ।

skin 1

ଅତ୍ୟଧିକ ଆମିଷ ଦ୍ରବ୍ୟ ସେବନ, ଅପରିଷ୍କାର ରହିଲେ ବା ପ୍ରତ୍ୟହ ସଫା ଲୁଗାପଟା ନ ପିନ୍ଧିଲେ, ଗାଁ ଗହଳିରେ ଥିବା ଅପରିଷ୍କାର ଦଳ ଭର୍ତ୍ତି ଗାଡ଼ିଆ ପୋଖରୀ ଏବଂ ଯେଉଁଥିରେ ଗାଈ, ମଇଁଷି, ଗୃହପାଳିତ ପଶୁମାନେ ଗାଧୋଇଥାନ୍ତି, ସେହି ପାଣିରେ ଗାଧୋଇଲେ ଚର୍ମରୋଗ ବେଶି ହେବାର ଆଶଙ୍କା ଥାଏ।

skin

କେତେକ ରୋଗୀଙ୍କ ଦେହସାରା ଶ୍ୱେତବର୍ଣ୍ଣର ମାଛ କାତି ପରି ବାହାରିବା ସହ ପ୍ରବଳ କୁଣ୍ଡାଇ ହୁଏ, ତାହାକୁ ”ସୋରିଆସିସ୍‌“ ବୋଲି କୁହାଯାଏ। କୁଣ୍ଡାଇବା ସହ ଜଳିଯାଉଥିବା ସ୍ଥାନକୁ ”ଡର୍ମାଟାଇଟିସ“ କୁହାଯାଏ। ପ୍ରତିଦିନ ରୋଗୀ ନିଜ ଲୁଗାପଟା ନିମ୍ବ ପତ୍ର ସିଝା ପାଣି/ ଡେଟଲ ପାଣିରେ ଧୋଇବା ସହ ସଂକ୍ରମିତ ସ୍ଥାନକୁ ମଧ୍ୟ ଦୁଇବେଳା ସଫା କରିବେ। ମାଛ, ମାଂସ, ଅଣ୍ଡା ଇତ୍ୟାଦି ପୁଷ୍ଟିସାର ଖାଦ୍ୟ ବର୍ଜନୀୟ, ଆଣ୍ଟିଫଙ୍ଗଲ ଟେଲକମ୍‌ ପାଉଡର (ହର୍ବାଲ) ଦେହରେ ସିଞ୍ଚନ କରିବେ। ପିଲାମାନେ ଥଣ୍ଡା ପାନୀୟ, କୁଲ୍‌ଫି, ଆଇସ୍‌କ୍ରିମ୍‌ ଖାଇବା ଅନୁଚିତ।  ଶୀତଦିନେ ମଶ୍ଚରାଇଜର, ନଡ଼ିଆ ତେଲରେ ଗନ୍ଧକର୍ପୂର ମିଶାଇ ଲଗାଇବେ।

neem

ତେଲ, ନିମ୍ବ ତେଲ ବା କରଞ୍ଜ ତେଲ ଏଥିମଧ୍ୟରୁ ଗୋଟିଏ ଲଗାଇଲେ କୁଣ୍ଡାଇବା ବନ୍ଦ ହୁଏ। ଚାଷୀ ଭାଇମାନେ ପାଣିରେ ପଶି କାମ କରିବା ପୂର୍ବରୁ ହାତଗୋଡ଼ରେ ସୋରିଷତେଲ/ ନିମ୍ବତେଲ ଲଗାଇବା ପରେ ହାତ ଓ ଗୋଡ଼ରେ ଜରି ବା ଗ୍ଲୋବ୍‌ସ ଓ ଫୁଲ୍‌ ଶୋ ପ୍ଲାଷ୍ଟିକ୍‌ ଯୋତା ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧି କାମ କଲେ ଏହି ରୋଗରୁ ମୁକ୍ତି ପାଇବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button