ଦେଶ- ବିଦେଶ

ପ୍ରତିଦିନ ଖାଆନ୍ତୁ ଖଣ୍ଡେ ଡାର୍କ ଚକୋଲେଟ୍‌, ପାଆନ୍ତୁ ଏହି ୫ଟି ଅଦ୍ଭୁତ ସ୍ୱାସ୍ଥ୍ୟ ଲାଭ

ଯଦି ଆପଣ ମିଠା ଜିନିଷ ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ଏଥିରେ ଚକୋଲେଟ୍‌କୁ ସାମିଲ କରିପାରିବେ। କାରଣ, ଏଥିରୁ ଆପଣଙ୍କୁ ଅନେକ ଫାଇଦା ମିଳିପାରିବ। ଆସନ୍ତୁ ଜାଣିବା, ଡାର୍କ ଚକୋଲେଟ୍‌ ଖାଇବାରେ ଆମକୁ କେଉଁ ସବୁ ସ୍ୱାସ୍ଥ୍ୟ ଲାଭ ହୋଇଥାଏ।

୧. ଯଦି ଆପଣ ଉଚ୍ଚ କୋକୋ ସାମଗ୍ରୀ ସହିତ ଗୁଣବତ୍ତା ଥିବା ଡାର୍କ ଚକୋଲେଟ୍‌ ଖାଇବେ, ତା’ହେଲେ ବାସ୍ତବରେ ଏହା ଖୁବ୍‌ ପୁଷ୍ଟିକର ହେବ। କାରଣ, ଏଥିରେ ଫାଇବରର ଏକ ଭଲ ମାତ୍ରା ରହିଥାଏ ଏବଂ ଏହା ଖଣିଜରେ ଭରପୂର ଥାଏ। କୋକୋ ଏବଂ ଡାର୍କ ଚକୋଲେଟ୍‌ର ଫ୍ୟାଟି ଏସିଡ୍‌ ପ୍ରୋଫାଇଲ୍‌ ବେଶ୍‌ ଫଳପ୍ରଦ ଅଟେ।

Schwarze Schokolade

୨. ଡାର୍କ ଚକୋଲେଟ୍‌ ଆପଣଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ପ୍ରତିଦିନ ଆପଣ ଗୋଟିଏ ଛୋଟ ଖଣ୍ଡ ଡାର୍କ ଚକୋଲେଟ୍‌ ଖାଇଲେ, ଆପଣଙ୍କ ହାର୍ଟ ବିଟ୍‌ ଭଲ ଭାବେ ଚାଲିଥାଏ। ଏଥିରୁ ହୃଦୟଜନିତ ଦୁଇ ପ୍ରକାରର ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଗୋଟିଏ ହେଲା ଲୋ ବ୍ଲଡ୍‌ ପ୍ରେସର ଏବଂ ଅନ୍ୟଟି ଲୋୟର୍‌ କୋଲେଷ୍ଟ୍ରୋଲ୍‌।

୩. ଡାର୍କ ଚକୋଲେଟ୍‌ରେ ଥିବା ବାୟୋଆକ୍ଟିଭ ଯୌଗିକ ତତ୍ତ୍ୱ ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ। ଏହା ସୂଯ୍ୟର୍ଙ୍କଠାରୁ ହେଉଥିବା କ୍ଷତିରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ। ଶରୀରରେ ରକ୍ତ ପ୍ରବାହକୁ ଠିକ୍‌ ରଖିଥାଏ ଏବଂ ତ୍ୱଚାର ଘନତ୍ୱ ଓ ଜଳଯୋଜନକୁ ବଢ଼ାଇଥାଏ।

ds

୪. ଡାର୍କ ଚକୋଲେଟ୍‌ ମସ୍ତିଷ୍କ କାଯ୍ୟର୍କୁ ଠିକ୍‌ ଭାବେ କରିଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି, ଉଚ୍ଚ ଫ୍ଲେଭୋନଲ୍‌ଯୁକ୍ତ କୋକୋ ଆପଣ ୫ଦିନ ଧରି ସେବନ କଲେ, ଆପଣଙ୍କ ମସ୍ତିଷ୍କରେ ରକ୍ତ ପ୍ରବାହରେ ସୁଧାର ଆସିପାରିବ। ଏପରି କି, ଏହା ମାନସିକ ବିକୃତ ବୃଦ୍ଧ ଲୋକଙ୍କଠାରେ ମଧ୍ୟ ଖୁବ୍‌ ପ୍ରଭାବଶାଳୀ ହୋଇଥାଏ।

୫. ଡାର୍କ ଚକୋଲେଟ୍‌ ଆପଣଙ୍କୁ ଚିନ୍ତାରୁ ମୁକ୍ତି ଦେଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button