ମନୋରଞ୍ଜନ

ପିଲାଙ୍କ ପାଇଁ ବନାନ୍ତୁ ‘ପାଳଙ୍ଗ ପନୀର ଆମଲେଟ’, ମିଳିବ ଟେଷ୍ଟୀ ଏବଂ ହେଲଦି ବ୍ରେକଫାଷ୍ଟ

ଶୀତ ଋତୁରେ ଶରୀରର ପୋଷଣରେ ଖାସ୍‌ ଧ୍ୟାନ ଦେବା ଜରୁରୀ, ଯାହାଦ୍ୱାରା ରୋଗରୁ ଦୂରେଇ ରହିହେବ। ଖାସ୍‌ କରି ଏଥିପାଇଁ ପିଲାଙ୍କ ଖାଦ୍ୟକୁ ନେଇ ଅଧିକ ଯତ୍ନଶୀଳ ହେବା ଦରକାର। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାଳଙ୍ଗ ପନୀର ଆମଲେଟ୍‌ ବିଷୟରେ ଜଣାଇବୁ। ଯାହାକୁ ବନାଇବା ବହୁତ ସହଜ। ଏହା ଯେତିକି ମାତ୍ରାରେ ସ୍ୱାଦିଷ୍ଟ ସେତେ ମାତ୍ରାରେ ପୋଷଣଯୁକ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଣ୍ଡା – ୪

ପାଳଙ୍ଗ – ଅଧା ପାତ୍ରରେ କଟା ହୋଇଥୁବା

ପନୀର – ୧୦୦ ଗ୍ରାମ

ପିଆଜ – ୧ କଟା ହୋଇଥିବା

ଟମାଟୋ – ଗୋଟିଏ

କଞ୍ଚା ଲଙ୍କା – ଗୋଟିଏ ଛୋଟ କଟା ହୋଇଥିବା

ଲାଲ ଲଙ୍କା ପାଉଡର – ୧/୨ ଟେବୁଲ ଚାମଚ

କସ୍ତୁରୀ ମେଥି – ଏକ ଟେବୁଲ ଚାମଚ

ତେଲ – ଏକ ଚାମଚ

ଗୋଲ ମରୀଚ – ୧/୪ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ପାଳଙ୍ଗକୁ ଭଲ ଭାବରେ ସଫା କରି ଧୋଇ କାଟି ଦିଅନ୍ତୁ ଏବଂ ଅଲଗା କରି ରଖନ୍ତୁ।

-ଏହାପରେ ପନୀରକୁ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏଥିରେ କଟା ପିଆଜ, ଟମାଟୋ ଏବଂ କଞ୍ଚା ଲଙ୍କା ପକାନ୍ତୁ।

-ଏହାପରେ ଏକ ପାତ୍ରରେ ସବୁ ଜିନିଷକୁ ପକାନ୍ତୁ ଏବଂ ଏହାଉପରେ ଲୁଣ, କସ୍ତୁରୀ ମେଥି, ଗୋଲା ମରୀଚ ଏବଂ ତେଲ ପକାଇ ମିଶାନ୍ତୁ।

-ଏବେ ଏହି ମିଶ୍ରଣରେ ଅଣ୍ଡା ପକାନ୍ତୁ ଏବଂ ଭଲଭାବେ ମିକ୍ସ କରନ୍ତୁ।

-ଏବେ ଏକ ନନଷ୍ଟିକ ପ୍ୟାନରେ ତେଲ ପକାନ୍ତୁ ଏବଂ ତାକୁ ଗରମ କରନ୍ତୁ।

-ଏହାପରେ ପ୍ୟାନରେ ଅଣ୍ଡାର ମିଶ୍ରଣକୁ ପକାଇ ଭଲଭାବେ ଫ୍ରାଏ କରନ୍ତୁ।

-ଏବେ ଆପଣଙ୍କ ପାଳଙ୍ଗ ପନୀର ଆମଲେଟତ ପ୍ରସ୍ତୁତ ହୋଇଯାଇଛି।

-ଏହାକୁ ଟମାଟୋ ଚଟଣୀ କିମ୍ବା ସସ୍‌ ସହିତ ଗରମା ଗରମ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button