ଜାଣନ୍ତୁ ମେଷ ରାଶି ପାଇଁ କିଭଳି ରହିବ

ରାଶି ଅନୁଯାୟୀ କେଉଁ ରାଶିର ଜାତକଙ୍କ ପାଇଁ ନୂତନ ବର୍ଷ ୨୦୨୦ କିପରି ରହିବ ଏବଂ କଣ କରିପାରିବେ ତାହା ଲାଲ୍ କିତାବ ଅନୁଯାୟୀ ଉଲ୍ଲେଖ କରାଯାଇଛି। ଏଭଳି କିଛି ଉପାୟ ମଧ୍ୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ବର୍ଷ ସଙ୍କଟରୁ ମୁକ୍ତ ହେବା ସହ ସଫଳ ମଧ୍ୟ ହୋଇପାରିବେ। ତେବେ ଆଜି ଆମେ ଜଣାଇବୁ ମେଷ ରାଶି ଜାତକଙ୍କ ପାଇଁ କିଭଳି ରହିବ ଏହି ନୂତନ ବର୍ଷ।
-ଏହି ନୂତନ ବର୍ଷରେ ମେଷ ରାଶି ଜାତକଙ୍କ ପାଇଁ ବର୍ତ୍ତମାନ ଚାକିରୀ କିମ୍ବା ବ୍ୟବସାୟରେ ପରିବର୍ତ୍ତନ କରିବା ଅନୁଚିତ।
-ଆପଣଙ୍କ ସହ ଧୋକା ହେବାର ସମ୍ଭାବନା ରହିଛି। ଏହି ଧୋକାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
-ବିନା ଉଦେଶ୍ୟରେ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବିଶେଷ ରୂପେ ଫେବୃଆରୀ ମାସରେ କୁଆଡେ ଯାତ୍ରା କରନ୍ତୁ ନାହିଁ।
-ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ , ନଚେତ୍ ବିଭିନ୍ନ ସମସ୍ୟାରେ ପଡିପାରନ୍ତି।
-ମାର୍ଚ୍ଚ ରୁ ମେ ମାସ ପର୍ଯ୍ୟନ୍ତ ସମୟ ଭଲ ରହିଛି। ଉନ୍ନତି ହେବ।
-ଘରର ସୁନା ଜିନିଷ ବିକ୍ରି କରନ୍ତୁ ନାହିଁ କି ବନ୍ଧା ରଖନ୍ତୁ ନାହିଁ।
-ଯଦି ପୁରା ବର୍ଷ ଆପଣ ନିଜ ବାଣୀରେ ନିୟନ୍ତ୍ରଣ ରଖିବା ସହ, ସଠିକ୍ ବୁଝାବଣା ଏବଂ ମଦ୍ୟପାନରୁ ଦୂରେଇ ରହିବେ ତେବେ ଆପଣ ନିଶ୍ଚିନ୍ତ ସଫଳତା ପାଇପାରିବେ।
-ଗୁରୁବାର ବା ଏକାଦଶୀ ବ୍ରତ ରଖନ୍ତୁ ଏବଂ ମଥାରେ କେସ୫ର କିମ୍ବା ଚନ୍ଦନର ତିଲକ ଲଗାନ୍ତୁ।
-ଘରୁ ବାହାରିବା ସମୟରେ ଅଳ୍ପ କିଛି ଗୁଡ ଖାଇ ପାଣି ପିଇ ଘରୁ ବାହାରନ୍ତୁ।
-ଆଖିରେ କେବେ କେବେ କଳା କିମ୍ବା ଧଳା ରଙ୍ଗର ସୁରମା ଲଗାନ୍ତୁ।




