ଦେଶ- ବିଦେଶ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଅଧିକ ଶୋଇବା ପସନ୍ଦ କରନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ !

ଏକ ଗବେଷଣା ମୁତାବକ ଯେଉଁ ଲୋକେ ଅଧିକ ଶୁଅନ୍ତି ସେମାନଙ୍କର ଶୀଘ୍ର ମୃତ୍ୟୁ ହେବାର ଆଶଙ୍କା ରହିଛି। ଗବେଷକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ଯେଉଁ ଲୋକ ରାତିରେ ୮ ଘଣ୍ଟାରୁ ଅଧିକ ସମୟ ଶୋଇଥାନ୍ତି ସେମାନଙ୍କର ଶୀଘ୍ର ମରିବାର ଆଶଙ୍କା ୭ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କଠୁ ଅଧିକ ଥାଏ।

‘ହଫିଙ୍ଗଟନ ପୋଷ୍ଟ ୟୁକେ’ ମୁତାବକ ଏହି ଅଧ୍ୟୟନରେ ସାରା ଦୁନିଆରୁ ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ଗବେଷଣାରୁ ଜଣା ପଡ଼ିଛି ଯେ ଅଧିକ ସମୟ ଶୋଇଲେ ହୃଦୟଜନିତ ରୋଗ ଏବଂ ହୃଦଘାତ ହେବାର ବିପଦ ଅଧିକ ବଢିଥାଏ। ତେଣୁ ଅଧିକ ଶୋଇବାର ଅର୍ଥ ଲୋକେ କମ ବାୟାମ କରୁଛନ୍ତି, ଯେଉଁଥିରେ ହୃଦୟଜନିତ ସମସ୍ୟା ବଢିବାର ଆଶଙ୍କା ଅଧିକ ରହିଥାଏ।

Extended_Article_02_HowtoSleepBetter_674x371ଅଧ୍ୟୟନରୁ ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଯେଉଁ ଲୋକ ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇଥାନ୍ତି ସେମାନଙ୍କ ଭିତରେ ଏହି ଧରଣ ବିପଦର ଆଶଙ୍କା କମ ରହିଥାଏ। ମାତ୍ର ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଲୋକଙ୍କ କମ ନିଦ ଆସିଥାଏ ସେମାନଙ୍କ ପାଇଁ ରୋଗ ଓ ମୃତ୍ୟୁର ବିପଦ ଧୀରେ ଧୀରେ ବଢିଥାଏ, ମାତ୍ର ଏହା ଅଧିକ ସମୟ ଶୋଉଥିବା ଲୋକଙ୍କଠୁ କମ ରହିଥାଏ। ଅଧ୍ୟୟନ ମୁତାବକ ଯେଉଁ ଲୋକ ରାତିରେ ୯ ଘଣ୍ଟା ଶୋଉଛନ୍ତି ସେମାନଙ୍କ ମୃତ୍ୟୁହାର ୧୪ ପ୍ରତିଶତ ବୃଦ୍ଧି ପାଇଛି।

ଯେଉଁ ଲୋକ ୧୦ ଘଣ୍ଟା ଶୋଉଛନ୍ତି ସେମାନଙ୍କର ୩୦ ପ୍ରତିଶତ ଏବଂ ୧୧ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାର ୪୭ ପ୍ରତିଶତ ରହିଛି। କେବଳ ଏତିକି ନୁହେଁ ଯେଉଁ ଲୋକେ ୧୦ ଘଣ୍ଟା କିମ୍ବା ସେଥିରୁ ଅଧିକ ସମୟ ଶୁଅନ୍ତି ସେମାନଙ୍କର ହୃଦଘାତରେ ମରିବା ବିପଦ ୫୬ ପ୍ରତିଶତ ବୃଦ୍ଧି ପାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button