ଜ୍ୟୋତିଷ

ଜାଣନ୍ତୁ ଆପଣଙ୍କର କେଉଁ କାର୍ଯ୍ୟ ପାଇଁ ପଡିଥାଏ ଶନିଙ୍କର ବକ୍ରଦୃଷ୍ଟି

ଶନି ଗ୍ରହର ସମ୍ବଦ୍ଧ ଶନିଦେବଙ୍କ ସହିତ ରହିଛି। ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କୁହାଯାଏ ଯେ ଶନିଦେବ ସବୁ ମଣିଷଙ୍କୁ ତାଙ୍କ କର୍ମ ନେଇକି ଫଳ ଦେଇଥାନ୍ତି। କୁହାଯାଏ ଯେ ଶନିଦେବଙ୍କ ଦ୍ରୁଷ୍ଟିରୁ କେହି ରକ୍ଷା ପାଇ ପାରି ନାହାନ୍ତି। ଜ୍ୟେତିଷ ଶାସ୍ତ୍ରରେ ଶନି ଗ୍ରହଙ୍କା ବିଶେଷ ମହତ୍ତ୍ବ ରହିଛି ବୋଲି କୁହଯାଏ। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଗ୍ରହ ଦୁର୍ବଳ ହୋଇଥାଏ। ତେବେ ତାକୁ ଜୀବନରେ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିଛି ଏମିତି କାର‌୍ୟ୍ୟ ରହିଛି ଯେଉଁଥିରେ ଶନିଙ୍କ ଦଶା ଖରାପ ହେବାର କଥା କୁହାଯାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ପାଞ୍ଚ କାମ ବିଷୟରେ ଜଣାଇବୁ ଯାହାକୁ ଆପଣେଇ ଆପଣ ଶନିଙ୍କର ଖରାପ ପ୍ରକୋପରୁ ରକ୍ଷା ପାଇପାରିବେ।

-କୁହାଯାଏ ଯେ ବଡବାପା ଏବଂ ସାନ ବାପାଙ୍କ ସହିତ ଝଗଡା କରିବା ଦ୍ବାରା ଶନିଙ୍କର ଖରାପ ପ୍ରକୋପ ବ୍ୟକ୍ତିଙ୍କ ଉପରେ ପଡିଥାଏ। କୁହାଯାଏ ଯେ ଏହାଦ୍ବାରା ବ୍ୟକ୍ତିଙ୍କୁ ସମାଜରେ ମାନ-ସମ୍ମାନ ମିଳିବା ବନ୍ଦ ହୋଇଯାଏ।

shani dev-କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଜାଣିଶୁଣି ପରିଶ୍ରମ କରୁଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇଥାନ୍ତି। ଜ୍ୟେତିଷ ଶାସ୍ତ୍ରରେ କୁହାଯାଇଛି ଯେ ଏମିତି କରିବା ଦ୍ବାରା ଜାତକରେ ଶନିଙ୍କର ଦଶା ଖରାପ ହୋଇଥାଏ।

-କିଛି ଲୋକଙ୍କୁ କଥା-କଥାରେ ଅପଶବ୍ଦ କହିବାର ଅଭ୍ୟାସ ରହିଥାଏ। କୁହାଯାଏ ଯେ ଏମିତି ଲୋକଙ୍କୁ ଶନି ତାଙ୍କୁ ଖରାପ ଫଳ ଦେଇଥାନ୍ତି। କୁହାଯାଏ ଯେ ଏହି ଲୋକଙ୍କୁ ସଫଳତା ମିଳିବାକୁ ବହୁତ ଡେରୀ ହୋଇଥାଏ।

-ମଦ ପିଇବା ଏବଂ ମାଂସ ଖାଇବା ଦ୍ବାରା ମଧ୍ୟ ଶନିଙ୍କର ପ୍ରକୋପ ପଡିଥାଏ ବୋଲି କୁହାଯାଏ ଯେଉଁ ଲୋକ ମଦ ପିଇ ଏବଂ ମାଂସ ଖାଇ ଘରେ କଳି କରିଥାନ୍ତି ତାଙ୍କ ଉପରେ ଶନିଙ୍କର ପ୍ରଭାବ ପଡିଥାଏ।

-କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଅନ୍ୟ କାହାର ଦୋକାନ ଏବଂ ଘର ଖାଲି କରନ୍ତି ନାହିଁ। କୁହାଯାଏ ଯେ ଏହା ଦ୍ବାରା ମଧ୍ୟ ଶନିଦେବଙ୍କର ଖରାପ ପ୍ରଭାବ ତାଙ୍କ ଉପରେ ପଡିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button