ହନୁମାନ ଚାଳିଶା ପଢିବାର ଏହି ନିୟମ ପାଳନ କରିଲେ ମିଳବ ପୁରା ଫଳ ! ଦେଖନ୍ତୁ ଆପଣତ କରୁନାହାନ୍ତି ଏହି ସବୁ ଭୁଲ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମଣିଷ ଜୀବନରେ ଭଗବାନଙ୍କ ମହତ୍ୱ ବହୁତ ଅଧିକ ।ବହୁତ ଲୋକ ହନୁମାନଙ୍କୁ ବିଶ୍ୱାସ କରିଥାନ୍ତି ।ଭଗବାନ ହନୁମାନଙ୍କ ଆଶୀର୍ବାଦ ରହିଲେ ମଣିଷ ଆଗକୁ ଯାଇପାରିବ ।ଭଗବାନ ହନୁମାନ ଙ୍କୁ ଖୁସି କରିବାର ଗୋଟେ ଉପାୟ ହେଉଛି ହନୁମାନ ଚାଳିଶା ପାଠ କରିବା । ହନୁମାନ ଚାଳିଶା ଯିଏ ପାଠ କରେ ତା ଉପରେ ଭଗବାନ ହନୁମାନ ସର୍ବଦା ପ୍ରସନ୍ନ ରହିଥାନ୍ତି ଏବଂ ତା ଉପରେ ତାଙ୍କ କୃପା ସର୍ବଦା ରହିଥାଏ ।
ସେ ବ୍ୟକ୍ତି କୌଣସି କାମ କରୁ ନା କାହିଁକି ତାକୁ ସବୁବେଳେ ସଫଳତା ଲାଭ ହୋଇଥାଏ । ସେହି କାର୍ଯ୍ୟ ଭିତରେ ତାହାର ସବୁବେଳେ ଜୟ ଜୟ କାର ହୋଇଥାଏ । ଆଉ ଭଗବାନ ହନୁମାନ ତା ସହିତ ରହିଥାନ୍ତି ଏବଂ ତା କାମ କୁ ସବୁବେଳେ ନିଜ କାମ ପରି ଭାବି କରିଥାନ୍ତି ।

ବନ୍ଧୁଗଣ ହନୁମାନ ଚାଳିଶା ପାଠ କରି ଗୋଟେ ଭକ୍ତ ସବୁବେଳେ ଜ୍ଞାନ , ବଳ , ବୁଦ୍ଧି ର ପ୍ରାପ୍ତି କରିଥାଏ । ହନୁମାନ ଙ୍କୁ ବହୁତ ଭକ୍ତି କରିଥାନ୍ତି ଏବଂ ହନୁମାନ ମଧ୍ୟ ଏମାନଙ୍କ ଉପରେ ପ୍ରସନ୍ନ ଥାନ୍ତି । ସବୁଠୁ ପ୍ରଥମ ହେଲା ବନ୍ଧୁଗଣ ହନୁମାନ ଚାଳିଶା କେବେବି ଗାଧୋଇବା ପୂର୍ବରୁ ପଢିବେ ନାହିଁ । ଗାଧେଇବା ପରେ ସଫା ବସ୍ତ୍ର ପିନ୍ଧି ଯାହା କି ଆଗରୁ ବ୍ୟବହାର ହୋଇନଥିବା ତାକୁ ପିନ୍ଧି ପୂଜା କରିବେ । ଯାହାଦ୍ୱାରା ଭଗବାନ ଖୁସି ହେବା ସହ ତୁମର ମଙ୍ଗଳ ମଧ୍ୟ ହୋଇଥାଏ ।ହନୁମାନ ଚାଳିଶା ପଢିବା ବେଳେ କିମ୍ବା ପୂଜା କରିବା ସମୟରେ ସବୁବେଳେ ନାଲି ଆସନରେ ବସି ପୂଜା କରିବା ଉଚିତ ।

ଯାହାଦ୍ୱାରା ଭଗବାନ ହନୁମାନ ଙ୍କର ଆପଣଙ୍କ ପ୍ରତି କୃପା ସର୍ବଦା ରହିଥାଏ ଏବଂ ଆପଣଙ୍କୁ ସଫଳତା ମଧ୍ୟ ମିଳିଥାଏ । ହନୁମାନ ଙ୍କୁ ପୂଜା କରିବା ସମୟରେ ତାଙ୍କୁ ଉତ୍ତମ ଭୋଗ ଏବଂ ସିନ୍ଦୁର ଦେଇ ପୂଜା କରିବା ଉଚିତ । ବନ୍ଧୁଗଣ ଆପଣ ଯଦି ହନୁମାନ ଚାଳିଶା ପାଠ କରୁଛନ୍ତି ତେବେ ଏହା କୁ ପୁରା ୪୧ ଦିନ ଯାଏ ପାଠ କରନ୍ତୁ । ଏବଂ ମନ ରଖିଥାନ୍ତୁ ଏହାକୁ ଅଧା ରୁ ବନ୍ଦ କରିବେ ନାହିଁ । ମହିଳା ମାନେ ହନୁମାନ ଚାଳିଶା ପାଠ କରନ୍ତୁ ହେଲେ ହନୁମାନଙ୍କର ଉପାସ କରନ୍ତୁ ନାହିଁ ।

ପୁରୁଷ ମାନେ ଏହି ଉପବାସ କରିବା ଦ୍ୱାରା ତାଙ୍କ ପରିବାର ସୁଖ ମୟ ହୋଇଥାଏ । ମହିଳା ମାନଙ୍କୁ କରିବାପାଇଁ ଏଥି ପାଇଁ ମନା କାରଣ ହନୁମାନ ବ୍ରହ୍ମଚାରି ଥିଲେ ଏବଂ ମହିଳା ମାନେ ତାଙ୍କ ପାଖକୁ ଯିବା ଅଶୁଭ ମନାଯାଇଥାଏ । ପରମ୍ପରା ର ପାଳନ କରିବା ଆମର କର୍ତ୍ତବ୍ୟ ସେଥିପାଇଁ ଏହା କରିବା କଥା । ହନୁମାନ ଚାଳିଶା ଦିନକୁ ୨ ରୁ ୩ ଥର ପାଠ କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ଶାନ୍ତି ଏବଂ ସୁଖ ମିଳିଥାଏ । ଆପଣ ଯଦି ଅଶ୍ୱତ୍ଥ ଗଛ ମୂଳ ରେ ବସି ହନୁମାନ ଚାଳିଶା ପାଠ କରୁଛନ୍ତି ତେବେ ଆପଣଙ୍କୁ ଦିବ୍ୟଶକ୍ତି ଲାଭ ହୋଇଥାଏ ।

ଏବଂ ତାଙ୍କୁ ଭୋଗ ରେ ଗୁଡ , ଚଣା , ବୁନ୍ଦୀ ଭୋଗ ଦିଅନ୍ତୁ । ଏହା ସବୁ କରିବା ଦ୍ୱାରା ଭଗବାନ ହନୁମାନଙ୍କର ଆପଣଙ୍କ ପ୍ରତି ସବୁବେଳେ କୃପା ରହିଥାଏ । ଏବଂ ତା ସହିତ ସୁଖ ସମୃଦ୍ଧି ଆଦି ସମସ୍ତ ପ୍ରକାର ସୁଖ ଆପଣଙ୍କୁ ମିଳିଥାଏ । ମନେରଖନ୍ତୁ ଆପଣ ଯେଉଁ ଦିନ ହନୁମାନ ଚାଳିଶା ପାଠ କରୁଛନ୍ତି ସେହିଦିନ ଆପଣ ମଦ , ମାଂସ ଆଦି ଖାଇବା କଥା ନୁହେଁ । ନହଲେ ଆପଣଙ୍କର ଭଲ ହେବା ସ୍ଥାନ ରେ ଖରାପ ହୋଇଥାଏ ଏବଂ ହନୁମାନ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥାନ୍ତି ।




