ଦେଶ- ବିଦେଶ

ସବୁଠାରୁ ଅଧିକ ବିଶ୍ଵାସନୀୟ ହୋଇଥାନ୍ତି ଏହି ୫ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଭଲ ପାଇବାକୁ ନେଇ ନିଜ ଜୀବନରେ ଅନେକ କିଛି ସ୍ୱପ୍ନ ଦେଖିଥାଏ ଏବଂ ଚାହିଁଥାଏ ତାଙ୍କୁ ଏଭଳି ଜଣେ ଜୀବନସାଥୀ ମିଳୁ ଯିଏ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇବା ଦେଉଥିବ । କିନ୍ତୁ ଏହା ବ୍ୟକ୍ତି ର ଭାଗ୍ୟ ଉପରେ ନିର୍ଭର କରିଥାଏ ଏବଂ ଏହି ସବୁର ମୁଖ୍ୟ କାରଣ ହେଉଛି, ଗ୍ରହ ଏବଂ ନକ୍ଷତ୍ର ମାନଙ୍କ ଉପସ୍ଥିତି । ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ସେହି ବ୍ୟକ୍ତି ର ଜୀବନ ସହିତ ଜଡ଼ିତ ହୋଇ ରହିଥାଏ । ପ୍ରତ୍ୟେକ ମନୁଷ୍ୟକୁ ନିଜ ଜୀବନରେ ଜଣେ ସାଥି ର ଆବଶ୍ୟକତା ରହିଥାଏ ।

ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଅନୁସାରେ ହିଁ ସେହି ବ୍ୟକ୍ତି ର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ଏହା ସହିତ କୌଣସି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଦ୍ୱାରା ସେହି ବ୍ୟକ୍ତି ର ସ୍ୱଭାବ, ଗୁଣ ଆଦି ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୫ଟି ଏଭଳି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଭଲ ପାଇବାରେ ନିଜ ପାର୍ଟନର ଙ୍କ ପ୍ରତି ସର୍ବଦା ବିଶ୍ୱସନୀୟ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଭଲ ପାଇବାକୁ ନେଇ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଏହି ନାମର ଝିଅ ମାନଙ୍କୁ ତାଙ୍କ ସ୍ୱପ୍ନ ର ରାଜକୁମାର ମିଳି ନଥାଏ । କିନ୍ତୁ ଯଦି ଏହି ଝିଅ ମାନଙ୍କୁ ତାଙ୍କ ଜୀବନରେ ସତ ଭଲ ପାଇବା ମିଳିଥାଏ ତେବେ ସେ ଜୀବନ ସାରା ନିଜ ପାର୍ଟନର ଙ୍କୁ ଭଲ ପାଆନ୍ତି ଏବଂ ଏହି ନାମର ଝିଅ ମାନେ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘M’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି । ଏହି କାରଣରୁ ଏମାନଙ୍କୁ ବହୁତ ଶୀଘ୍ର ତାଙ୍କ ଜୀବନସାଥୀ ମିଳିଥାନ୍ତି । ଏହି ନାମ ର ଝିଅ ମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଜୀବନ ସାରା କେବେବି ନିଜ ପାର୍ଟନର ଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘K’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ନିଜ ପାର୍ଟନର ଙ୍କ ସହିତ ଜୀବନର ସମସ୍ତ ପରିସ୍ଥିତି ରେ ସାଥ ଦେଇଥାନ୍ତି । ଏହି ଝିଅ ମାନେ ଅଳ୍ପ ରୁଷ୍ଟ ସ୍ୱଭାବ ର ହୋଇଥାନ୍ତି ଏବଂ ନିଜ ଭଲ ପାଇବାକୁ ସହଜରେ ପ୍ରକାଶ କରିପାରନ୍ତି ନାହିଁ ସତ କିନ୍ତୁ ଏମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ କେବେବି ଧୋକା ଦିଅନ୍ତି ନାହିଁ ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ପାର୍ଟନର ଙ୍କ ସର୍ବଦା ଯତ୍ନ ନେଇଥାନ୍ତି । ଏହି ନାମର ଝିଅ ମାନେ ଅତି ସହଜରେ ପ୍ରେମ ରେ ପଡ଼ନ୍ତି ନାହିଁ । କିନ୍ତୁ ଯେବେ ଏମାନେ କାହାକୁ ଭଲ ପାଇଥାନ୍ତି ତେବେ ସେ ଜୀବନ ସାରା ନିଜର ଭଲ ପାଇବାକୁ ବଜାୟ ରଖନ୍ତି ଏବଂ ଜୀବନର ସମସ୍ତ ପରିସ୍ଥିତି ରେ ନିଜ ପାର୍ଟନର ଙ୍କ ସାଥ ଦେଇଥାନ୍ତି । ଏହି ନାମର ଝିଅ ମାନଙ୍କୁ କେବଳ ଭାଗ୍ୟବାନ ପୁଅ ମାନେ ହିଁ ଜୀବନସାଥୀ ରୂପରେ ପାଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ କୌଣସି ପରିସ୍ଥିତିରେ ମଧ୍ୟ ନିଜ ପାର୍ଟନର ଙ୍କ ଠାରୁ ଅଲଗା ହୁଅନ୍ତି ନାହିଁ । ଏହି ନାମର ଝିଅ ସର୍ବଦା ନିଜର ସଂପର୍କ କୁ ବଞ୍ଚାଇ ରଖିବା ନିମନ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button