ରାଜ୍ୟ

ବହୁତ ଭାଗ୍ୟଶାଳୀ ଅଟନ୍ତି ଆପଣ ଯଦି ଆପଣଙ୍କ ହାତରେ ଥାଏ ଏପରି ଭାଗ୍ୟର ରେଖା, ଦେଖନ୍ତୁ ଆପଣଙ୍କ ହାତରେ ଥାଇପାରେ

ଜ୍ୟୋତିଷ ଶାସ୍ତ୍ର ଦ୍ଵାରା କୌଣସି ସିଦ୍ଧାନ୍ତ ବାହାର କରି ବ୍ୟକ୍ତିର ଭବିଷ୍ୟତ କହିବା ପାଇଁ ହେଲେ ଜାତକ, ମଥା ଏବଂ ହସ୍ତରେଖା ଇତ୍ୟାଦିର ସାହାଯ୍ୟ ନିଆଯାଇ ଥାଏ । ହସ୍ତରେଖା ଦ୍ଵାରା ବ୍ୟକ୍ତିର ଅନେକ କଥା ବିଷୟରେ ଜଣା ପଡିଥାଏ । ଦକ୍ଷିଣ ହାତଟି ପୁରୁଷ ଏବଂ ବାମ ହାତ ମହିଳାଙ୍କ ପାଇଁ ଶୁଭ ହେଇ ଥିବାରୁ ସେମାନଙ୍କର ସେହି ହାତକୁ ଦେଖି ହିଁ ତାଙ୍କର ଭବିଷ୍ୟତ ବିଷୟରେ ଜଣା ପଡିଥାଏ ।

ଯଦି କୌଣସି ବ୍ୟକ୍ତିର ହାତରେ ହୃଦୟ ରେଖା ଉପରେ ଗୁରୁ ପର୍ବତ ସାମନାରେ ତ୍ରିଶୂଳ ଚିହ୍ନ ଥାଏ ତାହେଲେ ସେ ସମାଜରେ ଗୌରବ ଏବଂ ପ୍ରତିଭାବାନ ହୋଇଥାନ୍ତି । କୁହାଯାଏ କି ଯଦି ସୂର୍ଯ୍ୟରେଖା ଉପରେ ତ୍ରିଶୂଳ ଚିହ୍ନ ଥାଏ ତାହେଲେ ବ୍ୟକ୍ତିଙ୍କୁ ସରକାରୀ କ୍ଷେତ୍ରରେ ଲାଭ ଏବଂ ଉଚ୍ଚ ପଦ ପ୍ରତିଷ୍ଠା ମିଳିଥାଏ ।

ଆପଣଙ୍କ ହାତରେ ବି ଅଛି ଏମିତି ଭାଗ୍ୟର ରେଖା

ଯେଉଁ ବ୍ୟକ୍ତିର ହାତରେ ଭଗବାନ ଶିବଙ୍କ ପ୍ରତୀକ ଚିହ୍ନ ତ୍ରିଶୂଳ ଥାଏ ସେହି ରେଖାର ଫଳ ବହୁତ ଗୁଣ ବଢି ଯାଇଥାଏ । ଯଦି ଏହି ଚିହ୍ନ ଭାଗ୍ୟ ରେଖା ଉପରେ ଥାଏ ତାହେଲେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ ଏବଂ ତାଙ୍କୁ ସବୁ ଖୁସି ମିଳିଥାଏ ।

ତ୍ରିଶୂଳ ଚିହ୍ନ ସହିତ ଅନ୍ୟ ରେଖା ବାହାରିବା ଦ୍ଵାରା ବିପରୀତ ପରିଣାମ ମିଳିଥାଏ । କୁହାଯାଏ କି ଯେଉଁ ବ୍ୟକ୍ତିର ହାତର ଦଶଟି ଆଙ୍ଗୁଠିରେ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଚକ୍ର ଚିହ୍ନ ଥାଏ ସେ ବ୍ୟକ୍ତି ଚକ୍ରବର୍ତ୍ତୀ ହୋଇଥାଏ । କୁହାଯାଏ କି ଏମିତି ବ୍ୟକ୍ତିଙ୍କୁ ରାଜଭୋଗ ପ୍ରାପ୍ତି ହୋଇଥାଏ ।

 

ଆଜିର ସମୟରେ ଏହି ଚିହ୍ନର ଅର୍ଥ ବଡ ଭୂମି ଉପରେ ଆଧିପତ୍ୟ ହୋଇଥାଏ ଏବଂ ତାଙ୍କୁ ସରକାରୀ ପଦ ଏବଂ ଧନ ସମ୍ପତ୍ତି ମିଳିଥାଏ । ଏହା ସହିତ ଯଦି ହାତରେ ମାଛ ଚିହ୍ନ ଥାଏ ତାହେଲେ ତାହାକୁ ଶୁଭ ବୋଲି କୁହାଯାଇଥାଏ, ଯଦି ଏହି ଚିହ୍ନ ଜୀବନ ରେଖା ବା ଭାଗ୍ୟ ରେଖା ଉପରେ ଥାଏ ତାହେଲେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button