ଜ୍ୟୋତିଷ

ରାହୁ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଲାଲ କିତାବର ଏହି ଉପାୟ, ରାହୁଙ୍କ ଭୟ ହେବ ଦୂର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ଲୋକର ଜାତକରେ ରାହୁ ଖରାପ ସ୍ଥିତିରେ ବିରାଜମାନ ହୋଇଯିବେ ତେବେ ସେଥିପାଇଁ ବ୍ୟକ୍ତିକୁ ତା’ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଗ୍ରହ ମଧ୍ୟରୁ ରାହୁକୁ ସବୁଠୁ ଅଧିକ ପାପି ଗ୍ରହ ବୋଲି କୁହାଯାଇଥାଏ । କୌଣସି ବ୍ୟକ୍ତିର ଜାତକରେ ଏହାର ସ୍ଥିତି ଖରାପ ହେବା ଅଶୁଭ ହୋଇଥାଏ । ହେଲେ ଆପଣ କିଛି ଉପାୟ ର ସହାୟତାରେ ରାହୁର ଏହି ଦୁଃପ୍ରଭାବରୁ ବଞ୍ଚି ପାରିବେ ।


ଆଜି ଆମେ ଆପଣଙ୍କୁ ୨୦୨୦ ବର୍ଷରେ ରାହୁର ପ୍ରଭାବରୁ ବଞ୍ଚିବା ପାଇଁ ଲାଲ କିତାବର କିଛି ଉପାୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ।

୧. ଯଦି ଆପଣ ନିଜର ଶଶୁର ଘର ସହ ଭଲ ସମ୍ପର୍କ ରଖିବେ ତେବେ ରାହୁର ଖରାପ ପ୍ରଭାବ କମ ହୋଇଥାଏ ।

୨. ଆପଣ ରାହୁର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ନଡିଆ ଗଛରେ ଜଳ ଅର୍ପଣ କରନ୍ତୁ ।

୩. ରାହୁର ଏହି ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ନିଜର ସିଡି, ଶୌଚାଳୟ ଓ ବାଥରୁମକୁ ସଫା ରଖନ୍ତୁ ।

୪. ଆପଣ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଭୋଜନ କରନ୍ତୁ । ଏଠି ସେଠି ବସି ଭୋଜନ କରିଲେ ରାହୁର ପ୍ରଭାବ ପଡିଥାଏ ।

୫. ରାହୁର ଏହି ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଗୁରୁବାର ଦିନ ବ୍ରତ ରଖନ୍ତୁ ।

୬. ରାହୁର ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ସବୁଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

୭. ରାହୁର ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ଆପଣ ଭୈରବ ମହାରାଜାଙ୍କୁ କ୍ଷୀର ବା ମଦ ଅର୍ପଣ କରନ୍ତୁ ।

୮. ଯଦି କୌଣସି ବ୍ୟକ୍ତିର ଜାତକରେ ରାହୁର ସ୍ଥିତି ଠିକ ନାହିଁ ତେବେ ଆପଣ ମଦ ଓ ମାଂସ ଠାରୁ ଦୂରେଇ ରୁହନ୍ତୁ ।

୯. ଯଦି ଆପଣ ରାହୁର ଦୁଃପ୍ରଭାବରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆପଣ ହାତୀକୁ ଖାଦ୍ୟ ଦିଅନ୍ତୁ ।

୧୦. ଆପଣ ନିଜ ମଥାରେ ସବୁଦିନ ଚନ୍ଦନ ଲଗାନ୍ତୁ ।

ଲାଲ କିତାବରେ ବର୍ଣ୍ଣିତ ହୋଇଥିବା ଏହି ସବୁ ଉପାୟ ବହୁତ ପ୍ରଭାବଶାଳି ହୋଇଥାଏ । ଯଦି ଆପଣ ଏହି ସବୁ ଉପାୟକୁ ସଠିକ ଭାବରେ କରିବେ ତେବେ ଆପଣ ନିଶ୍ଚିନ୍ତ ରାହୁର ଦୁଃପ୍ରଭାବରୁ ବଞ୍ଚିତ ହୋଇପାରିବେ । ଯାହାଫଳରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button