ଜ୍ୟୋତିଷ

ଯଦି ପାଇବାକୁ ଚାହୁଁ ଛନ୍ତି ଆର୍ଥିକ ଉନ୍ନତି, ତେବେ ବାସ୍ତୁଶାସ୍ତ୍ରର ଏହି କଥା ପ୍ରତି ରଖନ୍ତୁ ଧ୍ୟାନ, ମା ଲକ୍ଷ୍ମୀଙ୍କ ରହିବ ଆଶୀର୍ବାଦ

ବ୍ୟକ୍ତି ତା’ର ଜୀବନରେ ବହୁତ କଷ୍ଟ କରିଥାଏ, ଯାହା ଦ୍ଵାରା ସେ ଅଧିକ ଟଙ୍କା କମେଇ ପାରିବ । ସବୁ ବ୍ୟକ୍ତି ଚାହାଁନ୍ତି ତାଙ୍କ ପାଖରେ ସବୁ ପ୍ରକାରର ସୁଖ ସୁବିଧା ରହୁ । କିନ୍ତୁ କୌଣସି କାରଣରୁ ଲୋକମାନଙ୍କର ଏହି ସ୍ଵପ୍ନ ପୂରଣ ହୋଇପାରେ ନାହିଁ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ଟଙ୍କା ଓ ସମ୍ପତ୍ତି ବଢାଇବାର ବହୁତ ଟିପ୍ସ କୁହାଯାଇଛି । ଯଦି ଆପଣ ବାସ୍ତୁଶାସ୍ତ୍ରର ଏହି ସବୁ ନିୟମ ମାନିବେ ତେବେ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ଯାହାଫଳରେ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଉତ୍ତର-ପୂର୍ବ ଦିଗରେ ଦେବୀ ଦେବତା ରହିଥାନ୍ତି । ଯଦି ଏହି ଦିଗରେ କୌଣସି ପ୍ରକାରର ଦୋଷ ନଥିବ ତେବେ ଆପଣଙ୍କ ଘରେ ପ୍ରଚୁର ଧନର ଆଗମନ ହେବ । ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଟିପ୍ସ କହିବୁ ଯାହା ପ୍ରତି ଆପଣ ଧ୍ୟାନ ଦେଲେ ଆପଣଙ୍କର ଆର୍ଥିକ ଉନ୍ନତି ହେବ ।

୧. ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗର କବାଟ ନୀଳ ରଙ୍ଗ ହେବା ଦରକାର । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ ।

୨. ଯଦି ଆପଣଙ୍କ ଘରେ କୌଣସି ସଜାସଜି ସାମଗ୍ରୀ ଅଛି ତେବେ ତାହାକୁ ଆପଣ ଉତ୍ତର ଦିଗରେ ରଖନ୍ତୁ ।

୩. ଆପଣ ନିଜ ଘରର ତିଜୋରିକୁ ଉତ୍ତର ଦିଗରେ ରଖନ୍ତୁ ।

୪. ଆପଣ ନିଜ ଘରର ପୂର୍ବ ଉତ୍ତର କୋଣକୁ ସବୁ ବେଳେ ସଫା ରଖନ୍ତୁ ।

୫. ଯଦି ଆପଣ ନିଜ ଘରେ ତୁଳସୀ ଗଛ ଲଗାଉଥିବେ ତେବେ ଏହାକୁ ଉତ୍ତର ଦିଗରେ ଲଗାଇବେ ।

୬. ଯଦି ଆପଣ ନିଜ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପିରାମିଡ ରଖିବେ ତେବେ ଆପଣଙ୍କୁ ସମ୍ପତି ଲାଭ ହୋଇପାରେ ।

୭. ଆପଣ ନିଜ ଘରେ ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତିକୁ ସବୁବେଳେ ପୂର୍ବ ଓ ଉତ୍ତର ଦିଗରେ ରଖି ପୂଜା କରନ୍ତୁ ।

୮. ଆପଣ ନିଜଘରେ ଥିବା ପାଣି ଟାଙ୍କିରେ ଚାନ୍ଦିର ମୁଦ୍ରା, ଶଙ୍ଖ ଓ ଚାନ୍ଦିର କଇଁଛ ରଖନ୍ତୁ । ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ଅଟେ ।

ଯଦି ଆପଣ ବାସ୍ତୁଶାସ୍ତ୍ରର ଏହି ନିୟମ ଗୁଡିକୁ କାର୍ଯ୍ୟକାରୀ କରିବେ ତେବେ ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ଉନ୍ନତି ହେବ ଓ ଘର ପରିବାରରେ ସୁଖ ସମୃଦ୍ଧି ରହିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button