ଜ୍ୟୋତିଷ

ବିଦ୍ୟାର୍ଥୀ ମାନେ ଏହି ଦିଗରେ ବସି ପାଠ ପଢିଲେ ମିଳିଥାଏ ମା’ ସରସ୍ବତୀଙ୍କ କୃପା- Vastu Shastra

ବାସ୍ତୁଶାସ୍ତ୍ର ଦିଶା ର ନିର୍ଧାରଣ କରିବାର ବିଜ୍ଞାନ ଅଟେ। ବିଶେଷ ରୂପରେ ବାସ୍ତୁ ବିଦ୍ୟାର୍ଥୀ ଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ବାସ୍ତୁଶାସ୍ତ୍ର ଛାତ୍ର ଙ୍କ ଅଧ୍ୟୟନ ରେ ବହୁତ ସାହାଯ୍ୟ କରିଥାଏ। ଏହା ସହ ଉଚ୍ଚ ଲକ୍ଷ ପ୍ରାପ୍ତ କରିବା ପାଇଁ ସେମାନଙ୍କର ସାହାଯ୍ୟ କରିଥାଏ।

ଛାତ୍ର ମାନେ ଭଲ ପରିଣାମ ପାଇଁ ବହୁତ ପରିଶ୍ରମ କରିଥାନ୍ତି। କିନ୍ତୁ ଭଲ ପରିଣାମ ନ ଆସିବା କାରଣରୁ ବିଦ୍ୟାର୍ଥୀ ବହୁତ ଚିନ୍ତିତ ହୋଇଯାଇଥାନ୍ତି। ଆଜି ଆମେ ବିଦ୍ୟାର୍ଥୀ ମାନଙ୍କ ପାଇଁ କିଛି ଏପରି ବାସ୍ତୁ ଉପାୟ ବିଷୟରେ ଜାଣିବା ଯାହା ବିଦ୍ୟାର୍ଥୀ ଙ୍କୁ ପରୀକ୍ଷା ପାଇଁ ଭଲ ପରିଣାମ ଦେବ। ସେମାନଙ୍କ ଏକାଗ୍ରତା ଓ ସ୍ମୃତି ଶକ୍ତି କୁ ବଢାଇବାରେ ସାହାଯ୍ୟ କରିବ।

ପାଠ ପଢିବା ସ୍ଥାନ:-

ପାଠ ପଢିବା ପାଇଁ ସ୍ଥାନ ସର୍ବଦା ଘରର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ। ଏହା ଦ୍ଵାରା ଜ୍ଞାନ ବଢିଥାଏ ଓ ଆପଣ ଥକାପଣ ଅନୁଭବ କରିବେ ନାହିଁ ଏବଂ ଆଳସ୍ୟ ମଧ୍ୟ ଅନୁଭବ କରିବେ ନାହିଁ। ସେଥି ପାଇଁ ଛୁଆମାନଙ୍କୁ ସବୁବେଳେ ଉତ୍ତର ପୂର୍ବ ଦିଗରେ ଅଧ୍ୟୟନ କରିବା ଆବଶ୍ୟକ ହୋଇଥାଏ।

ଅଧ୍ୟୟନ କକ୍ଷ ର ଦ୍ଵାର ମଧ୍ୟ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ। କାରଣ ଉତ୍ତର ଦିଗରେ ମା ସରସ୍ଵତୀ ଙ୍କ ସ୍ଥାନ ଅଟେ।  ମା ସରସ୍ଵତୀ ଜ୍ଞାନର ଭଣ୍ଡାର। ମା ଙ୍କୁ ସର୍ବଦା ପୂଜା କରିବା ଦ୍ଵାରା ଜ୍ଞାନ ଗାରିମା ବୃଦ୍ଧି ହୋଇଥାଏ। ତେଣୁ ସର୍ବଦା ପାଠ ପଢିବା ପୂର୍ବରୁ ମା ଙ୍କୁ ମନ ମଧ୍ୟରେ ସ୍ମରଣ କରି ପାଠ ପଢିବା କଥା।

ପାଠ ପଢିବା ଟେବୁଲ:-

ସର୍ବଦା ଉତ୍ତର ଆଡକୁ ମୁଖ କରି ରଖିବା ଉଚିତ। ଏବଂ ସବୁବେଳେ ଉତ୍ତର ଆଡକୁ ମୁଖ କରି ପଢିବା ଉଚିତ। ଏହା ଦ୍ଵାରା ତାଙ୍କ ମସ୍ତିସ୍କରେ ନୂଆ ବିଚାର ଉତ୍ପନ ହୋଇଥାଏ। ତାଙ୍କ ଧ୍ୟାନ ବି ପାଠ ପଢା ରେ ଲାଗିଥାଏ। ନିଜ ପାଠ ପଢିବା ଟେବୁଲ କୁ କେବେ ବି କାନ୍ଥ ରେ ଲଗାଇ ରଖନ୍ତୁ ନାହିଁ।

ପାଠ ପଢିବା ବେଳେ ବିଦ୍ୟାର୍ଥୀ ମାନେ ଗୋଟେ କଥାର ନିଶ୍ଚୟ ଧ୍ୟାନ ରଖନ୍ତୁ ଯେଉଁ ସ୍ଥାନରେ ଆପଣ ପାଠ ପଢୁଛନ୍ତି ସେହି ସ୍ଥାନରେ କୌଣସି ବିମ ବା ପିଲାର ନରହିବା ଉଚିତ।ଏହା ରହିବା ଦ୍ଵାରା ମସ୍ତିସ୍କରେ ଭ୍ରମ ସୃଷ୍ଟି ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button