ଦେଶ- ବିଦେଶ

ଥାନାଦାର ପିତାଙ୍କୁ କରିଥିଲା ଟର୍ଚର, ଝିଅଟି IAS ବନିଲା ପରେ କଲା କିଛି ଏମିତି କି ଆପଣ ବି କହିବେ ସାବାସ

ଆମେ ଆଜି ଆପଣଙ୍କୁ ଏକ IAS ଅଫିସରଙ୍କ କଥା ଜଣାଇବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଏହି ଲକଡାଉନରେ ଆପଣଙ୍କ ଜୀବନ ମଧ୍ୟ ବଦଳି ଯିବ । ଏବଂ ଆପଣ ମଧ୍ୟ IAS ହେବା ପାଇଁ ତଡପିବେ । ଏହା ପୂର୍ବରୁ ଆମେ ଆପଣଙ୍କୁ କିଛି କହୁଚୁ ଶୁଣନ୍ତୁ ” ଧର୍ଯ୍ୟ ହରା ନହୋଇ ଧର୍ଯ୍ୟର ସହ କର୍ମ କର । ଆବଶ୍ୟକ ପଡିଲେ ପଇସା ପାଖରେ ସମୁଦ୍ର ମଧ୍ୟ ଆସି ପହଞ୍ଚିବ । ଥକି ପଡ଼ନାହିଁ କର୍ମରତ ଲୋକ, କର୍ମର ଫଳବି ମିଳିବ ଓ ମିଳିବାର ଖୁସିବି ଆସିବ ।

ହଁ ଜାଣି ରଖନ୍ତୁ ଏହା କେବଳ ଏକ ପଂକ୍ତି ନୁହେଁ ଏହା ହେଉଛି ଜଣେ IAS ହୋଇଥିବା ଏକ ଝିଅର । ସନ୍ଧ୍ୟା ୫ ଟା ବାଜିସରିଥିଲା ତପସ୍ୟା ଏକ ଘରେ ନିଜର UPSC ର ପ୍ରିପେରେସନ୍ କରୁଥିଲେ । ଏମିତି ଏକ ଛୋଟ ଘର ଥିଲା ସେଠି ସେ ରୋଷେଇ କରୁଥିଲେ ଓ ସେହି ଘରେ ଶୋଉଥିଲେ ମଧ୍ୟ । ତାଙ୍କ ଘରେ ଥିଲେ ୪ ଜନ୍ ସଦସ୍ୟ । ତାଙ୍କ ବାପା ଜଣ ଅଟୋ ଡ୍ରାଇଭର ଥିଲେ ଓ ୨ ଛୋଟ ଭାଇ ।

ମାଆ ନଥିବା କାରଣରୁ ଘରର ସମସ୍ତ ଜୀମେଦାରି ଥିଲା ତପସ୍ୟଙ୍କ ଉପରେ । ସେଦିନ ରାତି ହୋଇଯାଇଥିଲା ସେ ନିଜ ଦୁଇ ଭାଇଙ୍କୁ ଖୁଆଇ ସୁଆଇଦେଇଥିଲେ ବାପାଙ୍କ ପ୍ରତୀକ୍ଷାରେ ଥିଲେ । ରାତି ବଢ଼ି ଚାଲିଥାଏ ଠିକ୍ ଏତିକିବେଳେ ପଡୋଶୀ ଗହେ ପିଲାଟିଏ ଆସି କହିଲା ତମ ବାପାଙ୍କୁ ପୋଲିସ ବାନ୍ଧିନେଇଯାଇଛି ।

ଯେତେବେଳ ତପସ୍ୟା ପୋଲିସ ପାଖରେ ଯାଇ ପହଞ୍ଚି ନିଜ ବାପାଙ୍କୁ ଦେଖନ୍ତୁ ସେତେବେଳେ ପୋଲିସ ତାଙ୍କୁ ଏକ ଆତଙ୍କବାଦୀ ଭାବେ ୩ ୟ ଡିଗ୍ରୀ ଦଣ୍ଡ ଦେଇଛନ୍ତି । ତପସ୍ୟା ଯେତେବେଳେ ଥାନା ଅଫିସରଙ୍କୁ ପଚାରିଲେ ତାଙ୍କ ବାପାଙ୍କ ଦୋଷ କଣ ଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଇଛି । ଥାନା ଅଧିକାରୀ ଜଣକ ନିଜ ଅଧିକାର ଜାହିର କରି ତପସ୍ୟା ଙ୍କୁ କିଛି ନକହି ଧକ୍କା ମାରି ଥାନାରୁ ବାହାରି କରିଦେଲେ । ସେ ପର୍ଯ୍ୟନ୍ତ ସେ ଜାଣି ନଥିଲେ କି କାହିଁକି ତାଙ୍କ ବାପା ଥାନାରେ ବନ୍ଦୀ ଅଛନ୍ତି ।

ପରଦିନ ସକାଳୁ ତପସ୍ୟା ସାହସ ବାନ୍ଧି ଥାନାରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କଲେ ୧୫ ଘଣ୍ଟା ପାଖାପାଖି ହୋଇଗଲାଣି ମୋ ବାପା ଙ୍କ ନା ରେ କୌଣସି ଅଭିଯୋଗ FIR କରିନାହାନ୍ତି ଆପଣ ତେବେ ଆପଣ କିପରି ତାଙ୍କୁ ବନ୍ଦୀ କରିଛନ୍ତି । ତପସ୍ୟା ର ଏପରି କଥା ଶୁଣି ଅଧିକାରୀ ଜଣକ ରାଗିଯାଇ ଥିଲେ । ନିଜ ବର୍ଦି ର ଘମଣ୍ଡ ଦେଖାଉଥିଲେ ।

ପରେ ସେହି ଥାନାର ଜଣେ କର୍ମଚାରୀ ତପସ୍ୟା ଙ୍କୁ କହିଲେ ତମ ବାପାଙ୍କର କୌଣସି ଦୋଷ ନଥିଲା ହେଲେ ତମ ବାପା ବିଧାୟକଙ୍କ ରାଲିରେ ଯିବା ପାଇଁ ତାଙ୍କ ଗାଡ଼ି ଦେଇନଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଉଛି । ବିଧାୟକ ଜିତିବା ପରେ ବଦଲା ନେଉଛନ୍ତି । ଯଦି ତମେ ଥାନା ଅଧିକାରୀଙ୍କୁ ୧୫୦୦୦ ଟଙ୍କା ଆଣି ଦେଇଦେବ ତେବେ ସେ ତମ ବାପାଙ୍କୁ ଛାଡ଼ିଦେବେ ।

ତପସ୍ୟା ନିଜର ସେଭିଂ ସବୁ ଆଣି ପୋଲିସ ଅଫିସରଙ୍କ ପାଖରେ ଜମା କରି ନିଜ ବାପାଙ୍କୁ ମୁକୁଲାଇଲେ । ଏବଂ ସେ ଭିତରେ ଭିତରେ ନିଜକୁ ଏକ ଅପରାଧୀ ମାନୁଥିଲେ କରନ୍ ସେ ଲାଞ୍ଚ ଦେଇ ନିଜ ବାପାଙ୍କୁ ମୁକୁଲାଇ ଥିଲେ । ସେ ସେହି ଦିନ ଠାରୁ ସ୍ଥିର କରିଲେ କି ସେ ନିଜେ IAS ହେବେ ଓ ଏକ ନୂତନ ଭାରତ ଗଢିବେ । ଯେଉଁଠାରେ କେହି ନିଜ ପାୱାର ର ଉପଯୋଗ କରିବେ ନାହିଁ କି ଲାଞ୍ଚ ନେଇପାରିବେ ନାହିଁ ।

ଓ ବିନା ଦୋଷରେ କେହି ଦଣ୍ଡ ପାଇବେ ନାହିଁ । ସେ ନିଜ ପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ସେ ତାଙ୍କର ହଜିଯାଇଥିବା ଇଜ୍ଜତ କୁ ଫେରାଇ ଆଣିବେ । ସେ ନିଜ ଚେଷ୍ଟା ଜାରି ରଖିଲେ ଏବଂ ପ୍ରଥମ ପ୍ରୟାସରେ ସେ UPSC ରେ ଉତ୍ତୀର୍ଣ୍ଣ ହେଲେ । ସେ IPS ବନିଯାଇଥିଲେ । ଏବଂ ସେ ଯେଉଁଠାରେ ବି ନିଜର ପାଦ ରଖୁଥିଲେ ସେଠାରୁ ଅନ୍ୟାୟ କୁ ଉଠାଇ ଫୋପାଡି ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button