ଜ୍ୟୋତିଷ

ବାଲେଶ୍ଵରକୁ ନେଇ ମାଲିକାରେ ବଡ ଭବିଷ୍ୟବାଣୀ, ଘଟିବ ଏମିତି ସବୁ ରହସ୍ୟମୟୀ ଘଟଣା

ବନ୍ଧୁଗଣ ପୁଣି ଥରେ ଆଜି ଆମେ ଆପଣଙ୍କ ନିକଟରେ ୬୦୦ ବର୍ଷ ତଳେ ମହାପୁରୁଷଙ୍କ ଦ୍ଵାରା ରଚିତ ମାଲିକାରେ କୁହାଯାଇଥିବା କିଛି ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ । ଯାହାକି ଦିନେ ନା ଦିନେ ସତ ହେବ । କିନ୍ତୁ ଏହା କେବେ ସତ ହେବ ଏହା ବିଷୟରେ ଆମ ନିକଟରେ କିଛି ବି ସୂଚନା ନାହିଁ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଓଡିଶା ରାଜ୍ୟର ବାଲେଶ୍ଵର ଜିଲ୍ଲା ବିଷୟରେ ମହାପୁରୁଷମାନେ କଣ ଭବିଷ୍ୟବାଣୀ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ମହାପୁରୁଷ କହିଲେ କି

ପଞ୍ଚଲିଙ୍ଗେଶ୍ଵର ମହିମା ଅପାର ଶୁଣ ରାମ ମନ ଦେଇ ।

ଦର୍ଶନ କରିଲେ କୋଟି ପାପ କ୍ଷୟ ତା ପୂଣ୍ୟ କେହୁବା କହି ॥

କହିବାକୁ ଗଲେ ବାଲେଶ୍ଵର ମାଟିର ପଞ୍ଚଲିଙ୍ଗେଶ୍ଵର ମନ୍ଦିର ବିଷୟରେ ଆପଣମାନେ ଜାଣିଛନ୍ତି । ଦେବ ଦେବ ମହାଦେବ ପଞ୍ଚଲିଙ୍ଗେଶ୍ଵର ରୂପରେ ସେଠି ପାହାଡ ମଝିରେ ବିରଜାମାନ ଅଛନ୍ତି । ଏମିତିରେ ଯେତେ କଷ୍ଟ କିମ୍ବା ବାଧା ଆସୁ କିନ୍ତୁ ଆପଣ ଯଦି ଏହି ସ୍ଥାନକୁ ଦର୍ଶନ କରୁଛନ୍ତି ତେବେ ଆପଣଙ୍କର କୋଟି କୋଟି ପାପରୁ ଆପଣଙ୍କୁ ମୁକ୍ତି ମିଳିଯିବ । ଏହା ସହିତ ମହାପୁରୁଷ ବାଲେଶ୍ଵରରେ ଆଗକୁ ଘଟିବାକୁ ଯାଉଥିବା ଘଟଣା ବିଷୟରେ ବି କହିଲେ । ମହାପୁରୁଷ କହିଲେ କି

ବହୁବାର ସେଠି ବତାସ ବହିବ ଘୁର୍ନିଝଡ ପୁଣି ହେବ ।

ସମୁଦ୍ର ଆସିଣ ଉଗ୍ର ରୂପ ଧରି ଗାଁ ଗଣ୍ଡା ଧୋଇଦେବ ॥

ମହାପୁରୁଷ ଆଗକୁ କହିଲେ କି ଦିନେ ନା ଦିନେ ଏମିତି ଏକ ସମୟ ଆସିବ ଯେତେବେଳେ ବାଲେଶ୍ଵରରେ ପ୍ରବଳ ମାତ୍ରାରେ ପବନ ବହିବା ସହିତ ବର୍ଷା ବନ୍ୟା ଓ ବାତ୍ୟା ଦେଖାଯିବ । ଏହା ସହିତ ସମୁଦ୍ର ପାଣି ବି ମାଡି ଆସିବ । ଯାହାକି ଅଚାନକ ହେବ । ଏହା ବିଷୟରେ ଆଗରୁ କେହି ବି କିଛି ଜାଣି ପାରିବେ ନାହିଁ । କିନ୍ତୁ ଏହି ସମୟରେ ଭଗବାନ ଆମର ରକ୍ଷା କରିବେ, ଯାହା ବିଷୟରେ ବର୍ଣନା କରି ମହାପୁରୁଷ କହିଲେ କି,

ଚନ୍ଦନେଶ୍ଵର ରୂପରେ ହର ଓ ଡାକିଲେ ଶୁଣନ୍ତି କୃପା ଅପାର ।

ଅର୍ଥାତ ଚନ୍ଦନେଶ୍ଵରରେ ମହାଦେବ ରହିବେ, ଯାହାଙ୍କୁ ଡାକିଲେ ସେ ଆପଣଙ୍କୁ ଏହି ବିପତ୍ତିରୁ ରକ୍ଷା କରିବେ । ଏହା ପରେ କହିଲେ

କିଛି ଭକ୍ତ ଆସି ଗୁପତେ ରହି ପ୍ରଭୁଙ୍କୁ କରିବେ ସ୍ଥାପନା ସେହି ।

ବାଲେଶ୍ଵର ମାଟିରେ ବହୁତ ଭକ୍ତ ଗୁପତ ରୂପରେ ଆସି ରହିବେ ଓ ପ୍ରଭୁଙ୍କୁ ଏହିଷ ଥାନାରେ ସ୍ଥାପନା ବି କରିବେ ।

ନୀଳଗିରି ଠାରେ ଲୀଳାମାନ ହେବ ପଞ୍ଚସଖାଙ୍କର ହେବ ଭେଟ ।

ମଣି ନାଗେଶ୍ଵରୀ ମହା ନିତ୍ୟ ସ୍ଥଳେ ପାତଳକୁ ଅଛି ବାଟ ॥

ମହାପୁରୁଷ କହିଲେ କି ନୀଳଗିରିରେ ଲୀଳା ହେବ । ନୀଳଗିଇ ଠାରେ ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅଛି ସେଠି ପଞ୍ଚସଖା ଭେଟ କରିବେ । ଏହା ସହିତ କୁହାଯାଇଛି ସେଠି ମହାଦେବ ମଣି ନାଗେଶ୍ଵରୀ ରୂପରେ ରହିଥିବେ ଓ ସେଠୁ ପାତଳକୁ ବାଟ ବି ଫିଟିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button