ଦେଶ- ବିଦେଶ

ଭଗବାନ ଶ୍ରୀଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡ ଲଗାଇବା ପରେ ତାଙ୍କ ମୁଣ୍ଡର କଣ ହୋଇଥିଲା, ଜାଣନ୍ତୁ!

ଏହା ଜାଣିବା ପାଇଁ ଆପଣଙ୍କୁ ଉତ୍ତରାଖଣ୍ଡ ର ପେଥରଗଡରେ ଥିବା ଏକ ଗୁମ୍ଫା ଭିତରକୁ ଯିବାକୁ ହେବ। ଏହି ଗୁମ୍ଫା ଭିତରକୁ ଯିବାପରେ ଆପଣଙ୍କୁ କେବଳ ଭଗବାନ ଗଣେଶ ଙ୍କ ମୁଣ୍ଡ ନୁହେଁ ବରଂ ଆହୁରି ଅନେକ ଜିନିଷ ଦେଖିବାକୁ ମିଳିବ ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଗୁମ୍ଫା କୁ ସ୍ଵୟଂ ଭଗବାନ ଶିବ ଙ୍କ ଅବତାର ଆଦିଗୁରୁ ଶଙ୍କରାଚାର୍ଯ୍ୟ ଖୋଜି ବାହାର କରିଥିଲେ।

ଏହି ଗୁମ୍ଫା ପାହାଡ଼ରୁ ୯୦ ଫୁଟ ତଳକୁ ପାତାଳରେ ଅଛି । ଏହା ଭିତରକୁ ଯିବାପାଇଁ ଶ୍ରଦ୍ଧାଳୁ ଙ୍କୁ ଲୁହା ଜଞ୍ଜିର ର ଆବଶ୍ୟକ ପଡ଼ିଥାଏ। ଏହି ରହସ୍ୟମୟ ଗୁମ୍ଫା ଭିତରକୁ ଯିବା ମାତ୍ରେ ହିଁ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଗୁମ୍ଫାରେ ସବୁ ୩୩ କୋଟି ଦେବୀ ଦେବତା ଙ୍କ ମୂର୍ତ୍ତି ରହିଛି।

ଏହି ଗୁମ୍ଫା କୁ ଦେବଲୋକ ମଧ୍ୟ କୁହାଯାଏ। ଏହି ଗୁମ୍ଫାରେ ଗୋଟେ ଜାଗାରେ ଭଗବାନ ଗଣେଶ ଙ୍କ କଟା ମୁଣ୍ଡ ମଧ୍ୟ ରଖାଯାଇଛି । ଏହି ଗୁମ୍ଫା ର ନାମ ଅଟେ ପାତାଳ ଭୁବନେଶ୍ଵରୀ ଗୁମ୍ଫା ମାନେ ସଂସାରର ମାଲିକ ଭଗବାନଙ୍କର ଗୁମ୍ଫା। ଭଗବାନ ଶିବ ନିଜ ପୁଅର କଟା ମୁଣ୍ଡ ର ତୃପ୍ତି ପାଇଁ ଏଠାରେ ସହସ୍ର ପଦ୍ମ ଦଳର ସ୍ଥାପନ କରିଛନ୍ତି ବୋଲି କୁହାଯାଏ। କିନ୍ତୁ ବହୁତ ଲୋକ କହିଥାନ୍ତି କି ତାଙ୍କ ମୁଣ୍ଡ ଚନ୍ଦ୍ରଲୋକକୁ ପଳାଇଥିଲେ।

କିନ୍ତୁ ବହୁତ ଲୋକ କୁହନ୍ତି କି ଗଣେଶ ଭଗବାନ ଙ୍କ ଅସଲି ମୁଣ୍ଡ ଗୁମ୍ଫାରେ ଅଛି। କୁହାଯାଏ କି ଭଗବାନ ଶିବ ଗଣେଶ ଙ୍କ ଯେଉଁ ମୁଣ୍ଡ କାଟିଥିଲେ ତାହା ଗୋଟେ ଗୁମ୍ଫାରେ ସେ ରଖିଥିଲେ । ସେହି ଗୁମ୍ଫାକୁ ପାତାଳ ଭୁବନେଶ୍ଵରୀ ଗୁମ୍ଫା ବୋଲି କୁହାଯାଏ । ଏହି ଗୁମ୍ଫରେ ଥିବା ଗଣେଶ ଙ୍କ ମୂର୍ତ୍ତି କୁ ଆଦି ଗଣେଶ କୁହାଯାଏ ।  କଳି ଯୁଗରେ ଏହି ଗୁମ୍ଫାକୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଖୋଜି ବହାର କରିଥିଲେ।

କେଉଁ ଠାରେ ଅଛି ଏହି ଗୁମ୍ଫା?

ଏହି ଗୁମ୍ଫା ଉତ୍ତରାଖଣ୍ଡର ପେଥୋରଗଡ ର ଗଙ୍ଗୋଲିହାଟ ରୁ ୧୪ km ଦୂରରେ ରହିଛି । ଏହାକୁ ପାତାଳ ଭୁବନେଶ୍ଵରୀ ଗୁମ୍ଫା କୁହାଯାଏ। କୁହାଯାଏ କି ଏହି ଗୁମ୍ଫାରେ ଥିବା ଭଗବାନ ଗଣେଶ ଙ୍କ କଟା ମୁଣ୍ଡ କୁ ରକ୍ଷା ସ୍ଵୟଂ ଭଗବାନ ଶିବ କରିଥାନ୍ତି ।

ତେବେ ଆପଣ ନିଶ୍ଚିତ ଭାବରେ ନିଜର ସମୟ ବାହାର କରି ଏହି ଗୁମ୍ଫା କୁ ବୁଲିବାକୁ ଯାଆନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button