ଜ୍ୟୋତିଷ

ଏହି ୫ଜଣଙ୍କ ଉପରେ ଭଗବାନ ହନୁମାନ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି, ଯେଉଁ କାରଣରୁ ସେମାନେ ସବୁବେଳେ ଦରିଦ୍ର ରହିଥାନ୍ତି

ଭଗବାନ ହନୁମାନ ଯିଏ କି କଳିଯୁଗର ଏକ ମାତ୍ର ଏମିତି ଦେବତା ଅଟନ୍ତି, ଯିଏ ନିଜ ଭକ୍ତଙ୍କ ରକ୍ଷା କରିବା ପାଇଁ ତୁରନ୍ତ ପହଞ୍ଚି ଯାଆନ୍ତି । ନିଜ ଭକ୍ତଙ୍କର ସବୁ ସଙ୍କଟ ହରୁଥିବା ଭଗବାନ ହନୁମାନ ଅଷ୍ଟସିଦ୍ଧି ର ସ୍ଵାମୀ ଅଟନ୍ତି । ସେ ନିଜ ଭକ୍ତଙ୍କ ସବୁ ମନୋକାମନା ପୂର୍ଣ୍ଣ କରିଥାନ୍ତି । ଯିଏ ସବୁଦିନ ହନୁମାନ ଚାଳିଶା ର ପାଠ କରିଥାଏ ଓ ଭଗବାନ ରାମଙ୍କ ନାମ ଜପିଥାଏ ତା’ର ଜୀବନରେ ଖରାପ ଶକ୍ତି ର କୌଣସି ପ୍ରଭାବ ପଡି ନଥାଏ । ଭଗବାନ ହନୁମାନ ଚିରଞ୍ଜିବ ଅଟନ୍ତି । ତାଙ୍କୁ ଭଗବାନ ରାମ କଳିଯୁଗର ଅନ୍ତ ପର୍ଯ୍ୟନ୍ତ ବାସ କରିବାର ବରଦାନ ଦେଇଥିଲେ । ଏଥିପାଇଁ ହନୁମାନ ଆଜି ବି ନିଜର ପୂର୍ଣ୍ଣ ସ୍ୱରୂପ ସହିତ ପୃଥିବୀରେ ଅଛନ୍ତି ।

ହନୁମାନ ଯେପରି ନିଜ ଭକ୍ତଙ୍କ ରକ୍ଷା କରିଥାନ୍ତି ସେହିପାରି ସେ ଦୁଷ୍ଟ ଲୋକଙ୍କୁ ମଧ୍ୟ ଦଣ୍ଡ ଦେଇଥାନ୍ତି । କିନ୍ତୁ କିଛି କାମ ଏମିତି ଅଛି ଯାହାକୁ କରିବା ଦ୍ଵାରା ବ୍ୟକ୍ତି ହନୁମାନଙ୍କ କୃପାରୁ ବଞ୍ଚିତ ରହିଥାଏ । ଯଦି କୌଣସି ସ୍ତ୍ରୀ ବା ପୁରୁଷ ଏମିତି କାମ କରିଥାଏ ତେବେ ସେ କେବେ ବି ହନୁମାନଙ୍କୁ ପ୍ରସନ୍ନ କରି ପାରିନଥାଏ । ଏମିତି ବ୍ୟକ୍ତିଙ୍କୁ ହନୁମାନ ଦଣ୍ଡର ପାତ୍ର ଭାବିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବୁ ଯଦି କେହି ପୁରୁଷ ବା ସ୍ତ୍ରୀ ଏହି କାମକୁ କରିଥାଏ ତେବେ ତାଙ୍କ ଘରେ ନା ଲକ୍ଷ୍ମୀଙ୍କର ବାସ ହୋଇଥାଏ ନା ହନୁମାନ ତାଙ୍କ ଉପରେ କେବେ ବି କୃପା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ।

୧. ଯେଉଁ ଘରର ଲୋକଙ୍କର କୌଣସି ବି ଆରାଧ୍ୟ ନାହାଁନ୍ତି ଓ କେହି ବି ଭଗବାନଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ ଓ ଯେଉଁଠି ସବୁବେଳେ ଈଶ୍ବରଙ୍କ ଅପମାନ କରାଯାଇଥାଏ ଏମିତି ଘରେ ରହୁଥିବା ଲୋକଙ୍କ ଉପରେ ହନୁମାନ କେବେ ବି କୃପା କରି ନଥାନ୍ତି । ଯେଉଁଠି ଭଗବାନ ଶ୍ରୀରାମଙ୍କ ଅପମାନ କରାଯାଇଥାଏ ଏମିତି ଦୁଷ୍ଟ ଲୋକ ଦଣ୍ଡର ପାତ୍ର ହୋଇଥାନ୍ତି ।

୨. ଯେଉଁ ଘରର ସଦସ୍ୟ ସବୁବେଳେ ମାଂସ ଓ ମଦର ସେବନ କରିଥାନ୍ତି ଏମିତି ଘରୁ ଦେବୀ ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏମିତି ଘରେ ରହୁଥିବା ଲୋକ ସବୁବେଳେ ଦରିଦ୍ର ରହିଥାନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ଘରର ଲୋକ ସବୁବେଳେ ମାଂସ ଖାଇଥାନ୍ତି ଅଥବା ମଦର ସେବନ କରିଥାନ୍ତି ଏମିତି ଲୋକଙ୍କୁ କେବେ ବି ହନୁମାନଙ୍କ କୃପା ମିଳିନଥାଏ ।

୩. ଯେଉଁ ଘରେ ମହିଳାମାନଙ୍କର ଅପମାନ ସହିତ ଦୁଃବ୍ୟବହାର କରାଯାଇଥାଏ, ଯେଉଁଠି ପୁରୁଷ ନିଜର ପୁରୁଷପଣିଆ ଦେଖାଇବା ପାଇଁ ମହିଳାମାନଙ୍କ ଉପରେ ହାତ ଉଠାଇଥାନ୍ତି ଅଥବା ସବୁବେଳେ ତାଙ୍କ ସହିତ ମାରପିଟ କରିଥାନ୍ତି, ଏମିତି ବ୍ୟକ୍ତିଙ୍କୁ ହନୁମାନ ଦଣ୍ଡର ପାତ୍ର ଭାବିଥାନ୍ତି । ମୃତ୍ୟୁ ପରେ ଏମାନେ ନର୍କ କୁ ତ ଯାଇଥାନ୍ତି କିନ୍ତୁ ଜୀବନ ଥିଲା ବେଳେ ମଧ୍ୟ ଏମାନେ ନିଜ କର୍ମର ଦଣ୍ଡ ଭୋଗ କରିଥାନ୍ତି ।

୪. ଯେଉଁ ଘରେ ରହୁଥିବା ସଦସ୍ୟମାନଙ୍କ ମଧ୍ୟରେ ଏକତା ନଥାଏ, ଭାଇ-ଭଉଣୀଙ୍କ ମଧ୍ୟରେ ସବୁବେଳେ ଝଗଡା ଲାଗୁଥାଏ, ଏମିତି ଘରେ ରହୁଥିବା ଲୋକ କେବେ ବି ସୁଖୀ ରହି ପାରନ୍ତି ନାହିଁ ଓ ଏମାନଙ୍କୁ କେବେ ବି ହନୁମାନଙ୍କ କୃପା ମିଳିନଥାଏ ।

୫. ଯେଉଁ ଘରେ ନିରୀହ ପ୍ରାଣୀଙ୍କ ଉପରେ ଅତ୍ୟାଚାର କରାଯାଇଥାଏ ତାଙ୍କୁ ମରା ଯାଇଥାଏ ଏହି ଲୋକମାନଙ୍କ ଉପରେ ଭଗବାନ ହନୁମାନ ସବୁବେଳେ ନାରାଜ ରହିଥାନ୍ତି ଓ ତାଙ୍କୁ ଦଣ୍ଡର ପାତ୍ର ଭାବିଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button