ଦେଶ- ବିଦେଶ

ଏହି ଦେଶର ୧୦ ହଜାର ଲୋକ ସରକାରଙ୍କୁ ମାଗିଲେ ଇଚ୍ଛା ମୃତ୍ୟୁ, ରିସର୍ଚ ରେ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ଲମ୍ବା ଜୀବନ ବଞ୍ଚିବାର ଇଚ୍ଛା ସମସ୍ତଙ୍କର ଥାଏ । କିନ୍ତୁ କିଛି ଲୋକମାନେ ଆଜି ବି ଗମ୍ଭୀର ରୋଗ ଦ୍ଵାରା ପୀଡିତ ହୋଇଥାନ୍ତି କିମ୍ବା ଅନ୍ୟ କାରଣ ଦ୍ଵାରା ସରକାରଙ୍କ ଠାରୁ ଇଚ୍ଛା ମୃତ୍ୟୁ ବି ମାଗି ଥାନ୍ତି । କିନ୍ତୁ ଏମାନଙ୍କ ସଂଖ୍ୟା ଜଣେ କିମ୍ବା ଦୁଇ ଜଣ ହୋଇଥାଏ, କିନ୍ତୁ ଦୁନିଆରେ ଏକ ଏମିତି ଦେଶ ଅଛି, ଯେଉଁଠି ଜଣେ କିମ୍ବା ଦୁଇ ଜଣ ନୁହେଁ ଅଥବା ୧୦,୧୫୬ ଲୋକ ସରକାରଙ୍କ ଠାରୁ ଇଚ୍ଛା ମୃତ୍ୟୁ ମାଗି ଥିଲେ ।

ଏହି ସମସ୍ତ ଲୋକମାନଙ୍କ ବୟସ ୫୫ ବର୍ଷରୁ ଅଧିକ ଅଟେ । ଏହି ଆଶ୍ଚର୍ଯ୍ୟ କର କଥା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ଏଠିକାର ସରକାର ଏକ ରିସର୍ଚ କରିଥିଲେ । ଏହି ଦେଶର ନାମ ନେଦରଲ୍ୟାଣ୍ଡ ଅଟେ । ଗତ କିଛି ଦିନ ତଳେ ଏଠିକାର ସଂସଦରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଡଚ ସାଂସଦ କ୍ରିସ୍ଚିୟନ ଡେମୋକ୍ରେଟ ହ୍ୟୁଗୋ ଡି ଜୋଂଗ ଏକ ରିପୋର୍ଟ ଅନୁସାରେ କହିଲେ କି ନେଦରଲ୍ୟାଣ୍ଡରେ ଇଚ୍ଛା ମୃତ୍ୟୁ ମାଗିଥିବା ଲୋକଙ୍କ ସଂଖ୍ୟା ଦେଶର ସମସ୍ତ ଜନସଂଖ୍ୟାର ୦.୧୮ % ଅଟେ ।

କହିବାକୁ ଗଲେ ଏହି ଲୋକମାନେ ଏକ ଗମ୍ଭୀର ରୋଗ ଦ୍ଵାରା ପୀଡିତ ଅଛନ୍ତି ଓ ସେମାନେ ସେହି କଷ୍ଟ ଦାୟକ ଜୀବନରୁ ମୁକ୍ତି ପାଇବା ପାଇଁ ନିଜ ଜୀବନକୁ ନିଜେ ହିଁ ଶେଷ କରିବାକୁ ଚାହୁଁଛନ୍ତି । ବ୍ୟାନ ଵିଜଗାର୍ଡନ କମୀଶନ ଇଚ୍ଛା ମୃତ୍ୟୁର ଏହି ରିସର୍ଚର ରିପୋର୍ଟ ତିଆରି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡି ଜୋଂଗ କହିଲେ କି ଏହା ସରକାର ଓ ସମାଜ ପାଇଁ ଏକ ପ୍ରମୁଖ ସାମାଜିକ ମୁଦ୍ଦା ଅଟେ ।

ଏହା ଉପରେ ତୁରନ୍ତ କୌଣସି ନିଷ୍ପତି ନେବାକୁ ପଡିବ । ସେ ଉପଦେଶ ଦେଲେ କି ସରକାରଙ୍କୁ ଇଚ୍ଛା ମୃତ୍ୟୁ ମାଗୁଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବା ଉଚିତ ଓ ତାଙ୍କୁ ବଞ୍ଚିବା ପାଇଁ ପ୍ରେରିତ କରିବାକୁ ହେବ । ଡୀ ୬୬ ପାର୍ଟୀ ଓ ବିପକ୍ଷ ସାଂସଦ ପିୟା ଡିକ୍ଜଷ୍ଟ୍ରା ଘୋଷଣା କରିଲେ କି ସେ ୭୫ ବର୍ଷ ରୁ ବି ଅଧିକ ବୟସର ଲୋକମାନଙ୍କୁ ଇଚ୍ଛା ମୃତ୍ୟୁର ଅନୁରୋଧ କରିବା ସମ୍ବନ୍ଧିତ ସଂସଦରେ ଏକ ବିଧେୟକ ପ୍ରସ୍ତୁତ କରିବେ, ଯାହା ଦ୍ଵାରା ଲୋକମାନେ ନିଜ ଜୀବନର ଏକ ଗରିମାପୂର୍ଣ୍ଣ ଅନ୍ତ କରି ପାରିବେ ।

ଆପଣଙ୍କୁ କହିଦେଉଛୁ କି ନେଦରଲ୍ୟାଣ୍ଡ ଇଚ୍ଛା ମୃତ୍ୟୁକୁ ପ୍ରତିବଂଧକ ଲଗାଇଥିବା ଦୁନିଆର ପ୍ରଥମ ଦେଶ ଥିଲା । ରିପୋର୍ଟ ଅନୁସାରେ ବର୍ଷ ୨୦୦୧ରେ ଦେଶରେ ବହୁତ ସଂଖ୍ୟାରେ ଲୋକମାନେ ଇଚ୍ଛା ମୃତ୍ୟୁର ଦାବି କରିଥିଲେ ଓ ଲଗାତାର ଏହାର ସଂଖ୍ୟା ବି ବଢି ଚାଲି ଥିଲା । ସେଥିପାଇଁ ସରକାର ଏହା ଉପରେ ପ୍ରତିବଂଧକ ଲଗାଇ ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button