ସ୍ୱାସ୍ଥ୍ୟ

ଶରୀରର ଅଚାନକ ହେଉଥିବା ପରିବର୍ତ୍ତନର ହୋଇଥାଏ ଖାସ ଅର୍ଥ, ଜାଣନ୍ତୁ କିଛି ଏମିତି ସଂକେତ ବିଷୟରେ ଯାହା ଅଚାନକ ଆସିଥାଏ

ବିଦ୍ଵାନ ମାନଙ୍କର କହିବା ଅଟେ କି ପୁରା ଦୁନିଆରେ ଭଗବାନ ଯାହା ସବୁଠୁ ଭଲ ଜିନିଷ ତିଆରି କରିଛି ସେ ହେଉଛି ମାନବ ଶରୀରର । ସେ ମାନବ ଶରୀରରକୁ ରହସ୍ୟମୟୀ ଭାବରେ ତିଆରି କରିଛନ୍ତି । ଯାହା ବିଷୟରେ ଆଜି ବି କେତେକ ବିଦ୍ଵାନ ବିଚାର – ବିମର୍ଶ କରୁଛନ୍ତି । ଆମର ପୁରା ଶରୀରର ଅଙ୍ଗ କୌଣସି ନା କୌଣସି ପାର୍ଟ ସହିତ ଯୋଡି ରହିଥାଏ । ଯାହା ଦ୍ଵାରା ଆମକୁ ଡର ଲାଗିଲେ ଆମର ଅଚାନକ ଝାଳ ବୋହି ପଡେ ।

ଏବଂ ଯେତେବେଳେ ଆଖିରେ କିଛି ଯାଇଥାଏ ତେବେ ଆଖିର ପତା ବନ୍ଦ ହୋଇଯାଏ । ଏତଦ ବ୍ୟତିତ ମାନବ ଶରୀରରରେ ଅଚାନକ ହେଉଥିବା ପରିବର୍ତ୍ତନର ନିଜର କୌଣସି ଅର୍ଥ ଅଛି, ଏହା ପଛରେ ଥିବା ସତ୍ୟତା ବିଷୟରେ ଲୋକମାନେ ଜାଣି ନାହାନ୍ତି ।

ମାନବ ଶରୀରର ଅଚାନକ ହେଉଥିବା ପରିବର୍ତ୍ତନର ହୋଇଥାଏ ନିଜର ଅର୍ଥ

ଚର୍ମର ସଙ୍କୁଚିତ ହୋଇଯିବା

ପାଣିରେ ବେଶି ସମୟ ପର୍ଯ୍ୟନ୍ତ ହାତ ରଖିଲେ ହାତର ଚର୍ମ ସଙ୍କୁଚିତ ହୋଇଯାଏ । ଏହା ହେବାର କାରଣ ପାଣିରେ ଜିନିଷକୁ ଭଲ ଭାବରେ ଧରିବା ପାଇଁ ଆମର ଚର୍ମ ସଙ୍କୁଚିତ ହୋଇଯାଏ ।

ହାତର ଚୁଟି ଛିଡା ହୋଇଯିବା

ଯେତେବେଳେ ଦରକାର ଠାରୁ ଅଧିକ ଆମକୁ ଥଣ୍ଡା ଲାଗିଲେ ମୁଣ୍ଡ ଗରମ ଅନୁଭବ କରିବା ପାଇଁ ସଙ୍କେତ ପଠାଇ ଶରୀରର ହାତରେ ଥିବା ଚୁଟିକୁ ଛିଡା କରାଇଥାଏ ।

ପେଟ ଗୁଡୁ ଗୁଡୁ ହେବା

ଯେତେବେଳେ ଆମ କୌଣସି ନୂଆ ଲୋକଙ୍କ ସହିତ ଦେଖା କରୁ ସେତେବେଳେ ଆମ ପେଟରେ ଗୁଡୁ ଗୁଡୁ ହୋଇଥାଏ । ଏମିତି ଲାଗେ କି ପେଟରେ ପ୍ରଜାପତି ଉଡୁଛନ୍ତି । ଏହା ପଛର କାରଣ ହେଉଛି ଆମ ପେଟରେ ଏଡ୍ରାନିଲ ହାର୍ମୋନ ବାହାରି ଥାଏ ।

ହାଇ ମାରିବା

ହାଇ ମାରିବାର କାରଣ ହେଉଛି କମ ଶୋଇବା ଦ୍ଵାରା ଏବଂ ଶରୀରର ତାପମାନକୁ ଦରକାର ପଡିଲେ କମ କରିବା ପାଇଁ ଆସିଥାଏ ।

ଛିଙ୍କିବା

ଥଣ୍ଡା ଜ୍ଵର ହେଲେ ହିଁ ଛିଙ୍କ ଆସିଥାଏ । କିନ୍ତୁ ଏହା ଛଡା ବି ଆମ ଶରୀରରରେ ପ୍ରଶ୍ଵାସ ନେବା ସହିତ ଧୁଳି ମାଟି ଆମ ଶରୀରର ମଧ୍ୟରେ ପ୍ରବେଶ କରିଥାଏ ତେବେ ତାହାକାଉ ଅଟକାଇବା ପାଇଁ ଛିଙ୍କ ଆସିଥାଏ ।

ଆଖିରେ ଲୁହ

ଲୁହକୁ ଖୁସି କିମ୍ବା ଦୁଖ ରୂପରେ ଦେଖାଯାଏ । କିନ୍ତୁ ଏହା ପଛର ସତ୍ୟତା ଏହା ଅଟେ କି ଲୁହ ଆଖିକୁ ସଫା କରିଥାଏ ।

ଝାଳ

ଯେତେବେଳେ ବି ଆମ ଶରୀରରକୁ ଗରମ ଅନୁଭବ ହୁଏ ତେବେ ଝାଳ ଆସିଥାଏ । କିନ୍ତୁ ଏହା ପଛର କାରଣ ଏହା ଅଟେ କି ଯେତେବେଳେ ଆମ ଶରୀରର ତାପମାନ ଦରକାର ଠାରୁ ଅଧିକ ହୋଇଯାଏ ତେବେ ତାହାକୁ ଥଣ୍ଡା କରିବା ପାଇଁ ଆମ ଶରୀରରରୁ ଝାଳ ବାହାରି ଥାଏ ।

ହାକୁଟି

ହାକୁଟି ମାରିଲେ ଲୋକମାନେ କୁହନ୍ତି କି କେହି ଜଣେ ତୁମକୁ ମନେ ପକାଉଛନ୍ତି । କିନ୍ତୁ ଆମେ ଯଦି କୌଣସି ଜିନିଷକୁ ଜଲ୍ଦି ଖାଇ ଦେଉ ତେବେ ନ୍ଯୂମୋଗୈସ୍ଟ୍ରିକ ନର୍ବ ଉପରେ ଚାପ ପଡିଥାଏ ଯେଉଁ କାରଣରୁ ହାକୁଟି ଆସିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button