ରାଜ୍ୟ

10 ବର୍ଷର ଏହି ପିଲା ବି.ଟେକ ଓ ଏମ.ଟେକ ପିଲାଙ୍କୁ କରନ୍ତି ଟ୍ୟୁସନ, ତାଙ୍କ ଫିସ ଜାଣିଲେ ଆପଣ ବି କହିବେ ସାବାସ୍

ଜୀବନ ରେ ଦୁଇ ପ୍ରକାର ଲୋକମାନେ ସଫଳତା ହାସଲ କରନ୍ତି, ପ୍ରଥମେ ଯିଏ ସମୟ ଏବଂ ନିଜର ଇଛା ବଳରେ ବହୁତ କିଛି ଶିଖିଥାଏ ଏବଂ ପରିଶ୍ରମ କରି ନିଜର ଲକ୍ଷ୍ୟ ପର୍ଯ୍ଯନ୍ତ ପହଞ୍ଚନ୍ତି । ଏବଂ ଅନ୍ୟ ପଟେ ଯେଉଁ ଲୋକମାନଙ୍କ ପାଖରେ ପିଲାବେଳୁ ଭଗବାନ ଙ୍କ ଆଶୀର୍ବାଦ ଅଛି କହିବାକୁ ଗଲେ ଟ୍ଯାଲେନ୍ଟ ଅଛି । ଏମିତି ଲୋକ କମ ଦେଖା ଯାନ୍ତି ଏବଂ ସେମାନେ ଜୀବନରେ ବହୁତ ଆଗକୁ ବଢନ୍ତି ।

ଆନ୍ଧ୍ର ପ୍ରଦେଶ ର ହାଇଦ୍ରାବାଦ ରେ ରହୁଥିବା ମୋହମ୍ମଦ କେବଳ ୧୦ ବର୍ଷ ର ଅଟନ୍ତି ଏବଂ ସେ ସପ୍ତମ ଶ୍ରେଣୀ ରେ ପଢୁଛନ୍ତି । କିନ୍ତୁ ୧୦ ବର୍ଷ ର ଏହି ପିଲା ଗୋଟେ ଇଣ୍ଟରଭିୟୁ ରେ କହିଲା କି ସେ ବୀ.ଟେକ ଏବଂ ଏମ.ଟେକ ର ପଢୁଥିବା ଇଞ୍ଜିନିୟର ଛାତ୍ର ଙ୍କୁ ପଢେଇଥାଏ ।

ସବୁ ସାଧାରଣ ପିଲାମାନଙ୍କ ଭଳି ମୋହମ୍ମଦ ବି ସବୁ ଦିନ ସ୍କୁଲ ଯାଏ । ପୁଣି ୩ ଟା ବେଳେ ଆସିବା ପରେ ସେ କିଛି ସମୟ ଖେଳେ ଏବଂ ସ୍କୁଲ ରେ ଦିଆଯାଇଥିବା ପାଠ ପଢେ । ଏହା ପରେ ସେ ୬ଟା ବାଜିବା ମାତ୍ରେ ଗୋଟେ ଟୀଚିଂଗ ଇଂସ୍ଟିଟ୍ଯୂଟ ଯାଏ ଏବଂ ସିୱିଲ ମେକେନିକଲ ଓ ଇଲେକ୍ଟ୍ରନିକ ଇଂଜୀନିୟରିଂଗ କରୁଥିବା ଛାତ୍ର ଛାତ୍ରୀଙ୍କୁ ପଢାଏ ।

 

୧୦ ବର୍ଷ ର ଏହି ପିଲାଟି ଗୋଟେ ବିଶେଷ କାରଣରୁ ଏହା କରୁଛି । ଥରେ ଏହି ପିଲାଟି ଇଣ୍ଟର୍ନେଟ ରେ ଏକ ଭିଡିଓ ଦେଖିଲା । ଏହି ଭିଡିଓ ରେ କୁହାଯାଇଥିଲା କି କେମିତି ଅଧିକ ପଢା ପଢୀ କରି ଭାରତୀୟ ଇଞ୍ଜିନିୟର ବିଦେଶ ରେ ଆଇଟି ଫୀଲ୍ଡ ରେ କାମ କରିବା ପରିବର୍ତ୍ତେ ଅନ୍ୟ କେଉଁ ଛୋଟ ମୋଟ ଚାକିରି କରନ୍ତି । ଏହା ଦେଖିବା ପରେ ସେହି ପିଲାଟି ଏଭଳି ପରିସ୍ଥିତି କୁ ବଦଳାଇବାକୁ ମନ ବଳାଇଲା ଏବଂ ଇଞ୍ଜିନିୟର ଛାତ୍ରଙ୍କୁ କିଛି ନୂଆ ଶିଖେଇବାକୁ ଲାଗିଲା । ମୋହମ୍ମଦ କହିଲା କି ଭିଡିଓ ଦେଖିଲା ପରେ ମୁଁ ଜାଣି ପରିଲି କି ଇଞ୍ଜିନିୟର ରେ କିଛି ପ୍ରାଇମେରୀ ଟେକ୍ନୀକାଲ ନଲେଜ ଏବଂ କମ୍ଯୁନିକେଶନ ସ୍କିଲ୍ସ କମ ଅଛି । ପ୍ରଥମେ ମୁଁ ଇଣ୍ଟର୍ନେଟ ରୁ ଏହି ସବୁ ବିଷୟରେ ଶିଖିଲି ଏବଂ ପରେ ଅନ୍ୟମାନଙ୍କୁ ଶିଖେଇଲି ।

 

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୧୦ ବର୍ଷର ଏହି ପିଲା ଇଞ୍ଜିନିୟର ଛାତ୍ର ଛାତ୍ରୀ ଙ୍କୁ ପଢେଇବା ପାଇଁ ଗୋଟେ ଟଙ୍କା ମଧ୍ୟ ନିଏ ନାହିଁ । ତାଙ୍କୁ ଫ୍ରୀ ରେ ପଢାଏ । ସେ ଗତ ୧ ବର୍ଷ ହବ ପଢାଉ ଅଛି । ତାହାର ସ୍ଵପ୍ନ ଅଛି ସେ ୨୦୨୦ ବର୍ଷ ପର୍ଯ୍ଯନ୍ତ ହଜାର ଇଞ୍ଜିନିୟର ଛାତ୍ରଙ୍କୁ ପଢାଇବ ।

 

ସତରେ ଏଭଳି ଏକ ସର୍ବଗୁଣ ସମ୍ପର୍ଣ୍ଣ ପିଲାକୁ ଆମେ ଭଗବାନ ଙ୍କର ଚମତ୍କାର ହିଁ କହିପାରିବା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button