ମନୋରଞ୍ଜନ

କାହିଁକି Rani Mukerji ଙ୍କ ଘରର ପାଣି ବି ଛୁଅଁନ୍ତି ନାହିଁ Kajol, ଏତେ ଘୃଣା କଣ ପାଇଁ ? ଏବେ ପ୍ରକୃତ ସତ ଆସିଲା ସାମ୍ନାକୁ

ନମସ୍କାର ବନ୍ଧୁଗଣ ବଲିଉଡ ଜଗତକୁ କିଏ ନ ଜାଣେ । ବଲିଉଡରେ ହେଉଥିବା ସିନେମା ପୁରା ବିଶ୍ୱ ରେ ପରିଚିତ । ବଲିଉଡ ର ସିନେମା ଏବଂ ସେଠାକାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପାଇଁ ଲୋକ ମାନଙ୍କ ମନରେ ବହୁତ କ୍ରେଜ ରହିଥାଏ ।

ଲୋକମାନେ ନିଜର ମନ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା କୁ ଦେଖିବା କୁ କେବେବି ଭୁଲନ୍ତି ନାହିଁ ଏବଂ ସେମାନେ ସର୍ଵଦା ନିଜ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଆସିବାର ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ ରେ ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଛନ୍ତି । ତେବେ ଏହା ମଧ୍ୟରେ ଅଭିନେତ୍ରୀ ମାନଙ୍କ ର କ୍ୟାଟ ଫାଇଟ ଅଧିକ ଚର୍ଚ୍ଚା ରେ ରହିଥାଏ ।

ତେବେ ସେହି କ୍ୟାଟ ଫାଇଟ ରେ ସର୍ଵଦା ଚର୍ଚ୍ଚା ଏବଂ ଲୋକମାନେ ମଧ୍ୟ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛା କରନ୍ତି ସେ ହେଉଛନ୍ତି କାଜୋଲ ଏବଂ ରାନୀ ମୁଖାର୍ଜୀ । ତେବେ ଆସନ୍ତୁ ଜାଣିନେବା କଣ ପାଇଁ ଏମାନଙ୍କ ଭିତରେ ଶୀତଳ ଯୁଦ୍ଧ ହୁଏ । ତେବେ ଆପଣ ମାନେ ଜାଣିଥିବେ କି ରାନୀ ମୁଖାର୍ଜୀ ଏବଂ କାଜୋଲ ଦୁଇ ଜଣ ସମ୍ପର୍କୀୟ ଭଉଣୀ କିନ୍ତୁ ଆରମ୍ଭ ରୁ ହିଁ ଦୁଇ ଜଣଙ୍କ ଭିତରେ ଭଲ ସଂପର୍କ ରହି ନଥିଲା ।

କାରଣ ସର୍ଵଦା ଏମାନଙ୍କ ପରିବାର ରେ ସମ୍ପତ୍ତି କୁ ନେଇ ବହୁ ବାଦ ବିବାଦ ରହୁଥିଲା ଏବଂ ଏହାର ପ୍ରଭାବ ଏହି ଦୁଇ ଜଣଙ୍କ ସମ୍ପର୍କରେ ମଧ୍ୟ ହୋଇଥିଲା । ଏମାନେ ମଧ୍ୟ ପରସ୍ପରକୁ ପସନ୍ଦ କରୁ ନଥିଲେ । ଏହାଛଡା ଏମାନଙ୍କ ଭିତରେ ଝଗଡା ର ମୁଖ୍ୟ କାରଣ ହେଉଛି ୟଶ ରାଜ ଫିଲ୍ମସ । ଯେ ପର୍ଯ୍ୟନ୍ତ ୟାଶରାଜ ଫିଲ୍ମସ୍ ୟାଶ ଚୋପ୍ରା ଙ୍କ ହାତରେ ଥିଲା ସେତେବେଳେ ସେ ନିଜର ଅଧିକାଂଶ ସିନେମା ରେ କାଜୋଲ ଙ୍କୁ ଅଭିନେତ୍ରୀ ଭାବେ ନେଇଥିଲେ ଏବଂ କାଜୋଲ ଙ୍କ କ୍ୟାରିଅର ମଧ୍ୟ ଏହି ସିନେମା ଯୋଗୁଁ ଦୃଢ଼ ହୋଇ ଯାଇଥିଲା ।

କାଜୋଲ ଦିଲ ୱା ଲେ ଦୁଲହାନିୟା ଲେ ଜାଏଂଗେ, ଫନା, ଆଦି ହିଟ ସିନେମା ୟାଶରାଜ ଫିଲ୍ମ ପ୍ରଡକ୍ସନ ରେ କରିଛନ୍ତି । କିନ୍ତୁ ଯେତେବେଳେ ୟାଶ ରାଜ ଫିଲ୍ମସ ଆଦିତ୍ୟ ଚୋପ୍ରା ଙ୍କ ହାତରେ ଗଲା ସେତେବେଳେ ଆଦିତ୍ୟ ରାନୀ ମୁଖାର୍ଜୀ ଙ୍କୁ ପ୍ରେମ କରୁଥିଲେ ଏବଂ ସେ ତାଙ୍କ ସିନେମା ରେ ରାନୀ କୁ ନେଲେ ଏବଂ ଏହାର ପ୍ରଭାବ କାଜୋଲ ଙ୍କ କ୍ୟାରିଅର ରେ ପଡିବା ଆରମ୍ଭ ହୋଇଗଲା ।

ଯେତେବେଳେ ରାନୀ ମୁଖାର୍ଜୀ କୁଛ କୁଛ ହୋତା ହେ ସିନେମା ରେ ନିଜ କ୍ୟାରିଅର ର ଆରମ୍ଭ କରିବାକୁ ଯାଉଥିଲେ ସେତେବେଳେ କାଜୋଲ ଯିଏ ଏହି ସିନେମା ରେ ମଧ୍ୟ ଥିଲେ ସେ ରାନୀ ଙ୍କ ହେବାର ବିରୁଦ୍ଧ କରିଲେ କିନ୍ତୁ ରାନୀ ଙ୍କ ପଛରେ ଆଦିତ୍ୟ ଙ୍କ ସପୋର୍ଟ ଥିଲା ତେଣୁ କରଣ ଜୋହାର ମଧ୍ୟ ତାଙ୍କୁ ସିନେମା ରୁ କାଢ଼ିଲେ ନାହିଁ । ଏହା ପରେ ଦର୍ଶକ ମାନେ ମଧ୍ୟ ରାନୀ ଙ୍କ ଅଭିନୟ କୁ ପ୍ରଶଂସା କରିଥିଲେ କିନ୍ତୁ କାଜୋଲ ଙ୍କୁ ଏହା ପସନ୍ଦ ହେଲା ନାହିଁ ।

ଏହା ପରେ କାଜୋଲ ରାନୀ ଙ୍କ ଉପରେ ଅଧିକ ରାଗିଗଲେ । ତେବେ ୟାଶରାଜ୍ ନିଜ ସିନେମା ରେ କାଜୋଲ କୁ ନେବା ପାଇଁ ଚାହୁଁଥିଲେ ଏବଂ ଆଦିତ୍ୟ ରାନୀ ଙ୍କୁ ତେବେ ପୁଅ ଆଗରେ ହାର ମାନି ୟାଶ ରାଜ ମଧ୍ୟ ତାଙ୍କ ସମ୍ପର୍କ କୁ ଗ୍ରହଣ କରିଥିଲେ । ଏହା ପରେ ସେମାନେ ବିବାହ କରିନେଲେ ଏବଂ ଏହା ପରେ ରାନୀ ୟାଶରାଜ ଫିଲ୍ମସ ର ଦ୍ୱାର କାଜୋଲ ଙ୍କ ପାଇଁ ବନ୍ଦ କରିଦେଲେ ଏଵଂ ୟାଶ ରାଜ ଙ୍କ ଶେଷ ସିନେମା ଜବ ତକ ହେ ଜାନ ର ପ୍ରିମୀୟମ ରେ କାଜୋଲ ଙ୍କୁ ଆମନ୍ତ୍ରଣ କରା ଯାଇ ନଥିଲା ସେତେବେଳେ ଏହା ସମସ୍ତ ଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କଥା ଥିଲା ।

ଏହାଛଡା ରାନୀ ନିଜ ବିବାହ ରେ ସମସ୍ତ ଙ୍କୁ ଡାକିଥିଲେ ଏଭଳି କି ନିଜ ବଡ଼ ଶତ୍ରୁ ଐଶ୍ୱର୍ଯ୍ୟ ଙ୍କୁ ମଧ୍ୟ ଡାକିଥିଲେ କିନ୍ତୁ ନିଜ ଭଉଣୀ କାଜୋଲ ଙ୍କୁ ନୁହେଁ । ଏହା ପରେ ଦୁଇ ଜଣଙ୍କ ଭିତରେ ଆହୁରି ଶୀତଳ ଯୁଦ୍ଧ ଚାଲିଲା ଏବଂ ସେମାନେ ଦ୍ୱି ଜଣଙ୍କ ର ଶତ୍ରୁ ମଧ୍ୟ ହୋଇଗଲେ ଏବଂ ଏବେ ଦୁହେଁ ଦୁହିଁଙ୍କ ଚେହେରା ଦେଖିବାକୁ ମଧ୍ୟ ପସନ୍ଦ କରୁ ନାହାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button