ମନୋରଞ୍ଜନ

ମୁଖ୍ୟ ମନ୍ତ୍ରୀଙ୍କ ପୁଅକୁ ବିବାହ କରିବା ପରେ ଛାଡି ଦେଲେ ଫିଲ୍ମ କ୍ଯାରିୟର, ଏବେ ଲାଗୁଛନ୍ତି ପୁରା ଅପ୍ସରା ପରି, ଜାଣନ୍ତୁ କିଏ ଏହି ସୁନ୍ଦରୀ Actress

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଏଭଳି ଯୋଡ଼ି ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ରେ ନିଜର ଫଟୋ ପାଇଁ ବେଶ ଚର୍ଚ୍ଚା ରେ ଅଛନ୍ତି । ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଡିସୁଜା ମଧ୍ୟ ଗ୍ଲାମରିୟସ ଦୁନିଆ ର ସବୁଠାରୁ ସୁନ୍ଦର ଯୋଡ଼ି ମଧ୍ୟରୁ ଅନ୍ୟତମ ଅଟନ୍ତି ।

ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଙ୍କୁ ଆପଣ ଏକାଠି ଫିଲ୍ମ ‘ତେରେ ନାଲ ଲଭ ହୋଗୟା’ ରେ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ସମୟ ରେ ଜେନେଲିଆ ଡିସୁଜା ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି । ବିବାହ ପରେ ସେ ନିଜର ଫିଲ୍ମୀ କ୍ୟାରିଅର କୁ ବିଦାୟ ଦେଇଛନ୍ତି ।

ଆପଣ ଏହା ଜାଣିଥିବେ ଯେ, ଜେନେଲିଆ ଙ୍କ ପତି ରିତେଶ ଦେଶମୁଖ ଙ୍କ ପିତା ବିଳାସରାୱ ଦେଶମୁଖ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଥିଲେ । ଜେନେଲିଆ ଓ ରିତେଶ ଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା । ଏହାପରେ ଜେନେଲିଆ ଫିଲ୍ମ ରେ ଲିଡ଼ ରୋଲ ରେ ଅଭିନୟ କରିବା ଛାଡ଼ି ଦେଇଥିଲେ ।


ଅଭିନେତ୍ରୀ ଜେନେଲିଆ ଡିସୁଜା ଙ୍କୁ ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ସେ ଏବେ ମଧ୍ୟ ପୂର୍ବ ଭଳି ବହୁତ ସୁନ୍ଦର ଦେଖା ଯାଆନ୍ତି । ଜେନେଲିଆ ପ୍ରାୟ ସମୟ ନିଜ ପରିବାର ସହିତ ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରନ୍ତି ଏବଂ ଚର୍ଚ୍ଚା ରେ ରୁହନ୍ତି । ଦୀର୍ଘ ଦିନ ଧରି ଜେନେଲିଆ ମଧ୍ୟ ଜିମ୍ ଯାଉଥିବାର ନଜର ଆସୁଛନ୍ତି । ଜିମ୍ ବାହାରେ ମିଡିଆ ସାମ୍ନା ରେ ଜେନେଲିଆ ପୋଜ ଦେବାଇ ନଜର ଆସିଥିଲେ । ଯେଉଁଥିରେ ତାଙ୍କର ଫିଟ୍ନେସ ଓ ସୁନ୍ଦରତା ସ୍ପଷ୍ଟ ରୂପରେ ଦେଖିବାକୁ ମିଳିଥିଲା ।


୧୫ ନଭେମ୍ବର ରେ ରିଲିଜ ହୋଇଥିବା ରିତେଶ ଦେଶମୁଖ, ସିଦ୍ଧାର୍ଥ ମଲହୋତ୍ରା, ରକୁଲ ପ୍ରୀତ ସିଂ ଏବଂ ତାରା ସୁତ୍ତାରିୟା ଙ୍କ ଦ୍ଵାରା ଅଭିନୀତ ଫିଲ୍ମ ‘ମର୍ଜାବା’ ବକ୍ସ ଅଫିସ ରେ ଜବରଦସ୍ତ ପ୍ରଦର୍ଶନ କରିଛି । ଏହି ଫିଲ୍ମ ରେ ସକସେସ ପାର୍ଟି ରେ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କେବଳ ଏତିକି ହିଁ ନୁହେଁ ଉଭୟ ଏକତ୍ର ବହୁତ ସୁନ୍ଦର ପୋଜ ଦେବାର ମଧ୍ୟ ନଜର ରେ ଆସିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button