ଦେଶ- ବିଦେଶ

କର୍ତ୍ତବ୍ୟ ଆଗରେ ହାର ମାନିଲା ସ୍ତ୍ରୀକୁ ଦେଇଥିବା ପ୍ରତିଶୃତି, ସହିଦ ବିଭୂତି ଭୂଷଣ ନାୟକଙ୍କ ବୀରତ୍ୱ ର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବନ୍ଧୁଗଣ ଆମେ ଆଜି ଯେଉଁ ସୁଖ ସୁବିଧା ରେ ରହୁଛୁ ନିର୍ଭୀକ ଭାବରେ ଯାତାୟାତ କରି ପାରୁଛୁ । କୌଣସି କଥା ଖୁଲାଖୁଲି ଭାବରେ କହି ପାରୁଛୁ । ତେବେ ଏହା କେବଳ ସମ୍ଭବ ହୋଇ ପାରୁଛି ଆମ ଦେଶ ର ବର୍ଡର ରେ ଥିବା ସେନାଙ୍କ ପାଇଁ ।

ସେ ନିଜର ଜୀଵନ କୁ ବାଜି ରଖି ଏବଂ ନିଜେ ସମସ୍ତ ଖତରା କୁ ମୁଣ୍ଡାଇ ଆମର ସୁରକ୍ଷା କରୁଛନ୍ତି । ତେବେ କିନ୍ତୁ ତାଙ୍କର ମଧ୍ୟ ପରିବାର ଅଛି ସେମାନେ ମଧ୍ୟ ଚାହୁଁଛନ୍ତି ତାଙ୍କ ସହ କିଛି ସମୟ ବିତାଇବା ପାଇଁ କିନ୍ତୁ ସେମାନେ ଦୁର୍ଭାଗ୍ୟ ବଶତଃ ଖୁବ କମ ସମୟ ବିତାଇ ପାରନ୍ତି ଏବଂ ତା ପରେ ଘରକୁ ତାଙ୍କର ସହିଦ ହେବାର କଥା ସେମାନ ଙ୍କୁ ଭାଙ୍ଗି ଦେଇଥାଏ । ତେବେ ତଥାପି ସେମାନେ ଗର୍ବିତ ଥାଆନ୍ତି ।

ତେବେ ସେହି ଭଳି ଏକ କାହାଣୀ ହେଉଛି ସହିଦ ବିଭୁତି ଭୂଷଣ ନାୟକ ଙ୍କ ର ତେବେ ଆସନ୍ତୁ ଜାଣିନେବା ତାଙ୍କ କାହାଣୀ ସଂପର୍କ ରେ । ୧୫ ଜୁନ ୧୯୧୯ ରେ ଜନ୍ମଗ୍ରହଣ କରିଥିଲେ ସହିଦ ବିଭୁତି ଭୂଷଣ । ରାଜକନିକା ର କନିକା ହାଇସ୍କୁଲ ରେ ମାଟ୍ରିକ ପାସ କରିବା ପରେ ରାଜ କନିକା ଏସ ଏମ କଲେଜ ରେ ଯୁକ୍ତ ଦୁଇ ସମାପ୍ତ କରିଥିଲେ ସହିଦ ବିଭୁତି ।

ଏହା ପରେ ସେ ଦେଶଭକ୍ତି ପାଇଁ ଭାରତୀୟ ସ୍ଥଳ ସେନାରେ ୱାରେଣ୍ଟ ଅଫିସର ରୂପେ ୪୪ ଆସାମ ରାଇଫଲସ୍ ରେ ସେ ନିଯୁକ୍ତ ହୋଇଥିଲେ । ସଦା ସର୍ବଦା ସେ ନିଜର କର୍ତ୍ତବ୍ୟ କୁ ଆଗରେ ରଖୁଥିଲେ ଏବଂ ପରିବାର କୁ ପଛରେ ।

ତେବେ ୨୦୨୦, ୨୪ ନଭେମ୍ବର ରେ ନିଜର ଡିୟୁଟି କରିବା ସମୟରେ ଏକ ଦୁ-ର୍ଘ-ଟ-ଣା ରେ ସେ ସହିଦ ହୋଇ ଯାଇଥିଲେ । ତାପରେ ସେ ତିରଙ୍ଗା ଚଦର ରେ ଘୋଡାଇ ହୋଇ ନିଜ ଗାଁ କୁ ଫେରି ଆସି ଥିଲେ ଏବଂ ୨୧ଟି ରାଇଫଲ ର ସଲାମୀ ପାଇ ସବୁଦିନ ପାଇଁ ବିଦାୟ ନେଇଥିଲେ ।

ତେବେ ଘରେ ତାଙ୍କର ପୁଅ ଏବଂ ସ୍ତ୍ରୀ । ତେବେ ସ୍ତ୍ରୀ ଙ୍କୁ ସେ ଜାନୁଆରୀ ରେ ଆସିବେ ବୋଲି କଥା ଦେଇ ସେ କଥା କୁ ରଖି ପାରି ନଥିଲେ ସହିଦ ବିଭୁତି । ଏବେ ତାଙ୍କ ସ୍ତ୍ରୀ ଙ୍କ ଚିନ୍ତା କି ସେ ନିଜର ପୁଅ କୁ କିପରି ମଣିଷ କରି ପାରିବେ କିପରି ଘର ଚଳିବ ।

କିନ୍ତୁ ତଥାପି ସେ ନିଜ ସ୍ୱାମୀ ଙ୍କ ପାଇଁ ଗର୍ବିତ ଅଛନ୍ତି ଏହି ଘଟଣାର ସାତ ମାସ ବିତିବା ପରେ ମଧ୍ୟ ଆଜି ବି ତାଙ୍କ ଗାଁ ଏବଂ ଗାଁ ଲୋକ ତାଙ୍କୁ ଝୁରୁଛନ୍ତି । ତେବେ ଏହା ଥିଲା ସହିଦ ବିଭୁତି ଭୂଷଣ ଙ୍କ ବିରତ୍ୱ ର କାହାଣୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button