ଦେଶ- ବିଦେଶ

ଏଣିକି ସ୍ତ୍ରୀ ଆଉ କରିବେନି ଘର କାମ, ହାଇକୋର୍ଟ ଦେଲା ନିସ୍ପତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁରୁଷ ପ୍ରାଧାନ୍ୟ ସମାଜ ରେ ନାରୀ କୁ ଘର କାମ ପାଇଁ ବ୍ୟବହାର କରାଯାଏ। ଆମ ସମାଜ ରେ ଆପଣ ମାନେ ଦେଖିଥିବେ ଯେ, ନାରୀ ଘରର ସମସ୍ତ କାର୍ଯ୍ୟ କରିଥାଏ ଏବଂ ଦାୟିତ୍ବ ବହନ କରିଥାଏ। ପୁରୁଷ ବାହାରକୁ ଯାଇଥାଏ ଏବଂ ରୋଜଗାର କରିଥାଏ ଓ ସେହି ପାଇସାରେ ପରିବାର ର ପ୍ରତିପୋଷଣ ହୋଇଥାଏ। ଘରର ବିଭିନ୍ନ କାର୍ଯ୍ୟ- ବାସନ ମାଜିବା, ଲୁଗା ସଫା କରିବା, ପୋଷାକ ଆଇରନ କରିବା, ପିଲା ଛୁଆ ଙ୍କ ଦାୟିତ୍ୱ ନେବା ଆଦି କାର୍ଯ୍ୟ ମହିଳା ମାନଙ୍କୁ କରିବାକୁ ପଡିଥାଏ।

ଏହି ସମାଜ ପୁରୁଷ ପ୍ରାଧାନ୍ୟ ସମାଜ ଅଟେ। ଏହି ସମାଜ ରେ ଏଭଳି ଏକ ଅଲିଖିତ ନିୟମ ରହିଛି, ଯେଉଁ ନିୟମ ରେ ପୁରୁଷ ରୋଜଗାର କ୍ଷମ ଅଟେ ଏବଂ ବାହାରକୁ ଯାଇ ରୋଜଗାର କରିଥାଏ। ସ୍ତ୍ରୀ ଙ୍କୁ ହିଁ ଘରର ସମସ୍ତ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ । ପ୍ରାଚୀନ କାଳରୁ ଏହି ପ୍ରଥା ଚାଲି ଆସିଛି।

ଯଦିଓ ବର୍ତ୍ତମାନ ନାରୀ ଶିକ୍ଷା ପ୍ରତି ଗୁରୁତ୍ୱ ପ୍ରଦାନ କରା ଯାଉଛି।ଝିଅ ମାନେ ପାଠ ପଢ଼ି ପୁଅ ମାନଙ୍କ ସମକକ୍ଷ ହେଉଛନ୍ତି। ସେମାନେ ପୁଅ ମାନଙ୍କ ଠାରୁ ମଧ୍ୟ ଆଗେଇ ସମସ୍ତ କ୍ଷେତ୍ରରେ ଆଗରେ ରହୁଛନ୍ତି। ତାଙ୍କୁ ଘରର ଚାରି କାନ୍ଥ ଭିତରେ ରହିବାକୁ ପଡ଼ୁନାହିଁ ଏବଂ ଚୁଲି ପାଖରେ ନିଜର ସମୟ କଟାଇବାକୁ ପଡୁନାହିଁ।

କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଗ୍ରାମାଞ୍ଚଳରେ ଓ ସହର ରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କ ଜୀବନ ଘର କାର୍ଯ୍ୟରେ ହିଁ ଅତିବାହିତ ହେଉଛି ଏବଂ ସେମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଛନ୍ତି।ସେମାନେ ଘରର ସମସ୍ତ ଦାୟିତ୍ବ ତୁଲାଇ ବାହାର ଦୁନିଆ କୁ ଭୁଲି ଯାଇଛନ୍ତି।ଏହି ମହିଳା ମାନେ ‘ଝିଅ ଜନମ ଚୁଲି ମୁଣ୍ଡକୁ’ ନ୍ୟାୟ ରେ ବନ୍ଧା ପଡ଼ି ଯାଆନ୍ତି।

 

ବନ୍ଧୁଗଣ ଖବର ଅନୁସାରେ ବମ୍ବେ ହାଇକୋର୍ଟରେ ଜଣେ ଅଭିଯୁକ୍ତ ଉପରେ ସ୍ତ୍ରୀ କୁ ଜୀବନରୁମ -ଆରିଦେଇ ଥିବାର ଆରୋପ ଲାଗିଥିଲା । ସେହି ଅଭିଯୁକ୍ତ ପାଇଁ ଶୁଣାଣି ସମୟରେ ଏହି କେସ୍ ର କାରଣ ଜାଣି କୋର୍ଟ ରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ଅଭିଯୁକ୍ତ ଟି ନିଜର ସ୍ତ୍ରୀ କୁ କାହିଁକି ଜୀବନରୁମ -ଆରିଦେଇ ଥିଲା, ଏହା ପଚାରିବା ପରେ ଉତ୍ତର ରେ ମିଳିଥିଲା ଯେ ସେହି ପୁରୁଷ ଟି ନିଜ ସ୍ତ୍ରୀ ଙ୍କୁ ସକାଳୁ ଚା’ ବନାଇବାକୁ କହିଥିଲେ।

 

କିନ୍ତୁ ତାଙ୍କ ସ୍ତ୍ରୀ ଅସୁସ୍ଥତା ଅନୁଭବ କରୁଥିବା ହେତୁ ଚା’ ବନାଇବାକୁ ମନା କରିଥିଲେ ଏବଂ ସ୍ୱୟଂ ତିଆରି କରି ପିଇବାକୁ କହିଥିଲେ। ଏହି ରାଗରେ ସେହି ପୁରୁଷ ଜଣକ ନିଜ ସ୍ତ୍ରୀ ଙ୍କୁ ହାମର ରେ ପିଟଇଟିପିଟି ଜୀବନରୁମ -ଆରିଦେଇ ଥିଲା ଏବଂ ପ୍ରମାଣ ଲୁଚାଇବା ପାଇଁ ସ୍ତ୍ରୀ ର ଶରୀରକୁକୁ ଲୁଚାଇ ଦେଇଥିଲା । ଏହି କଥା ତାଙ୍କ ୬ ବର୍ଷର ଝିଅ ସାମ୍ନା ରେ ହୋଇଥିଲା ଏବଂ ସେହି ଛୋଟ ଝିଅ ଟି ମଧ୍ୟ ଏହି ସମ୍ବନ୍ଧରେ ସାକ୍ଷୀ ଦେଇଛି।

ତେବେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ ରେ ଜଜ୍ କହିଥିଲେ ଯେ, ସ୍ତ୍ରୀ କୌଣସି ଗୃହ ପାଳିତ ପଶୁ ନୁହେଁ ଏବଂ ସ୍ତ୍ରୀ ର ଜନ୍ମ କେବଳ ଘର କାର୍ଯ୍ୟ ପାଇଁ ଉଦ୍ଧିଷ୍ଟ ହୋଇନାହଁ। ଉଭୟ ପୁରୁଷ ଏବଂ ସ୍ତ୍ରୀ ଙ୍କ ଅଧିକାର ସମାନ ରହିଛି। ଏହି ପୁରୁଷ ପ୍ରାଧାନ୍ୟ ସମାଜ ପାଇଁ ବର୍ତ୍ତମାନ ସମୟରେ ମଧ୍ୟ ନାରୀ ସମାଜ ଅଗ୍ରସର ହୋଇପାରୁ ନାହିଁ।

ତେଣୁ ପ୍ରତ୍ୟେକ ଘରେ ଉଭୟ ସ୍ତ୍ରୀ ଓ ପୁରୁଷ ରୋଜଗାର କ୍ଷମ ହେବେ ଏବଂ ଘର କାର୍ଯ୍ୟ ମଧ୍ୟ ପରସ୍ପର ର ସହଯୋଗ ରେ କରିବେ। ଯଦି କୌଣସି ପୁରୁଷ ଏହା ଭାବିଥାଏ ଯେ, ନାରୀ ର ଜନ୍ମ କେବଳ ଘର କାମ ପାଇଁ ହୋଇଛି, ତେବେ ସେ ଆଇନ ଆଗରେ ଦୋଷଈ ଏବଂ ଏଥିପାଇଁ ତାକୁ ଆଇନ ନିଶ୍ଚିତ ଭାବରେ ଦନଡ ପ୍ରଦାନ କରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button