ଜ୍ୟୋତିଷ

ଜାଣନ୍ତୁ କିପରି ହେବ କଳି ଯୁଗର ପର ଯୁଗ- Shastra Gyan

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ସବୁ ଜାଣିଛୁ ଯେ, ପୁରାଣରେ ଚାର ଟି ଯୁଗ ବିଷୟରେ କୁହାଯାଇଛି ସେଗୁଡିକ ହେଲା ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଏବଂ କଳିଯୁଗ। କିନ୍ତୁ କଳିଯୁଗ କୁ ଛାଡି ଅନ୍ୟ ସବୁ ଯୁଗ ର ମହତ୍ତ୍ଵ ରହିଛି। କିନ୍ତୁ କଳିଯୁଗରେ କିଛି ମହତ୍ତ୍ୱ ହିଁ ନାହିଁ। ଚାରିଆଡ଼େ କେବଳ ପ୍ରତିଶୋଧ, ଝଗଡା, ହିଂସା କାଣ୍ଡ ସୃଷ୍ଟି ହେଉଛି।ଲୋଭ ଓ ମୃତ୍ୟୁ ଦେଖାଯାଉଛି। କଳିଯୁଗ କୁ ମଣିଷ ଜାତି ପାଇଁ ଏକ ଅଭିଶାପ ବୋଲି ମଧ୍ୟ କୁହାଯାଇଛି। ପୁରାଣରେ କଳିଯୁଗ କୁ ମନୁଷ୍ୟ ମାନଙ୍କ ପାଇଁ ଅଭିଶାପ ବୋଲି ବର୍ଣ୍ଣିତ। କିନ୍ତୁ ଆପଣ କେବେ ଏହା ଭାବିଛନ୍ତି କି କଳିଯୁଗ ର ଆରମ୍ଭ କେବେ ଓ ଏହି ଅଭିଶପ୍ତ ଯୁଗ ର ଶେଷ କେବେ। ଏବଂ ଏହାପରେ କେଉଁ ଯୁଗ ଆରମ୍ଭ ହେବ। ତେବେ ଚାଲନ୍ତୁ ଜାଣିବା କଳିଯୁଗ ପରେ ଯୁଗ କିପରି ହେବ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯୁଗ ପରିବର୍ତ୍ତନ ର ଏହା ବାଇଶି ତମ ଚକ୍ର ଚାଲିଛି। ଏହାକୁ ଗୀତା ରେ ମଧ୍ୟ ବର୍ଣ୍ଣନା କରାଯାଇଛି। କଳିଯୁଗ ସମ୍ବନ୍ଧନୀୟ ପୁସ୍ତକ ମାନଙ୍କ ରେ ଏକ କିମ୍ବଦନ୍ତୀ ଅନୁସାରେ କଳିଯୁଗ ବିଷୟରେ ଜଣାଯାଏ। ବେଦ, ପୁରାଣ, ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛନ୍ତି ସେହି ଯୁଗ ର ନାମ ହେଉଛି କଳିଯୁଗ। ସେହି ପୁରାଣ ଓ ବେଦ ବିଷୟରେ କୁହାଯାଇଛି କି ଯେବେ ଅଧର୍ମ ବଢିଯିବ ତେବେ ଏହି ଯୁଗ ର ଅନ୍ତ ଘଟିବ। ବୈଧିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଆଗରୁ ଆରମ୍ଭ ହୋଇସାରିଛି।

ଯଦି ଆମେ ବେଦ କି ପୁରାଣ ଦେଖିବା ତେବେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଇଛି।ବେଦ ଅନୁସାରେ ସୃଷ୍ଟି ର ଆରମ୍ଭ ସତ୍ୟ ଯୁଗ ରୁ ହିଁ ହୋଇଥିଲା। ଏବଂ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଇଛି। ଏହି ଯୁଗ ରେ ନାନା ପ୍ରକାର କୁକର୍ମ ବଢିବ ଚୋରି,ଡକାୟତି,ଲୋଭ,କାମ,କ୍ରୋଧଆଦି ମଣିଷ କୁ ଅନ୍ତ କରିଦେବ। ମଣିଷ ନିଜର ବୁଦ୍ଧି ବିବେକ ହରାଇ କୁକର୍ମ ରେ ଲିପ୍ତ ରହିବ। ଯେତେ ସବୁ ଖରାପ ପ୍ରକୃତି ଅଛି ତାହା ଲୋକ ମାନଙ୍କ ର ମୁଖ୍ୟ ପ୍ରକୃତି ହେଇଯିବ।

ଏହି ଯୁଗ ର ଅନ୍ତ ହେବା ସମୟରେ ଏଭଳି ହୋଇଯିବ କି ମଣିଷ ନିଜର ଆୟୁଷ ମଧ୍ୟ କମିଯିବ।ଏହି କଥା ଭଗବାନ ବିଷ୍ଣୁ ନାରଦ କୁ କହିଥିଲେ। ସେହି ସମୟ ବେଳକୁ ମନୁଷ୍ୟ ର ବୟସ ମାତ୍ର ୨୦ ବର୍ଷ ହୋଇଯିବ। ପୁରୁଷ ମହିଳା କିଛି ନ ମାନି ସର୍ଵଦା ଭୋଗ ବିଳାସ ରେ ବୁଡି ରହିବେ। ଏହି କଲି ଯୁଗରେ ଅଧର୍ମୀ ଓ ପାପୀ ମାନଙ୍କ ସଂଖ୍ୟା ବଢିଯିବ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯୁଗ ପରିବର୍ତ୍ତନ ର ଏହା ୨୨ତମ ଚକ୍ର ଚାଲିଛି। ଏହାକୁ ଗୀତରେ ମଧ୍ୟ ବର୍ଣ୍ଣନା କରାଯାଇଛି। କଳିଯୁଗ କୁ ମଣିଷ ଙ୍କ ପାଇଁ ଅଭିଶାପ କୁହାଯାଏ କାରଣ। ଜଣେ କେହି ଭଗବାନ ବିଷ୍ଣୁ ଙ୍କୁ ପଚାରିଲେ କି ଭଗବାନ ଏବେ ଦ୍ୱାପର ଯୁଗ ଚାଲିଛି ଏବଂ ଏହାପରେ କଳିଯୁଗ ମଧ୍ୟ ଆସିଯିବ କିନ୍ତୁ ମଣିଷ ମାନେ ଏହି ନୂତନ ଯୁଗ କୁ କିପରି ଜାଣିବେ। ସେହି ସମୟରେ ଭଗବାନ ବିଷ୍ଣୁ କହିଥିଲେ ଯେ ଯେତେବେଳେ ଦୁନିଆ ରେ ପାପ ଭାର ବଢିଯିବ ସେତେବେଳେ କଳିଯୁଗ ଆରମ୍ଭ ହୋଇଯାଇଛି ବୋଲି ଜଣାଯିବ।

ଏବଂ କଳିଯୁଗ ର ଆରମ୍ଭ ସ୍ତ୍ରୀ ର କେଶ ରୁ ଆରମ୍ଭ ହେବ। ବର୍ତ୍ତମାନ ନାରୀ ର ଯେଉଁ କେଶ କୁ ଅଳଙ୍କାର ରୂପେ ବିବେଚିତ କରାଯାଉଛି କଳିଯୁଗ ରେ ନାରୀ ମାନେ ତାହାକୁ କାଟିଦେବା ଆରମ୍ଭ କରିଦେବେ। ଏହାପରେ ଉଭୟ ପୁରୁଷ ଓ ମହିଳା ସୁନ୍ଦର ହେବା ପାଇଁ ନିଜ କେଶ କୁ ରଙ୍ଗ କରିବା ଆରମ୍ଭ କରିବେ। ତାପରେ କକିଯୁଗରେ ଆଉ କାହା କେଶ ଲମ୍ବା ଓ କଳା ଦେଖାଯିବ ନାହିଁ।

ହିନ୍ଦୁ ଗ୍ରନ୍ଥ ଅନୁଯାୟୀ ଆଗାମୀ ସତ୍ୟ ଯୁଗ ର ଅବଧି ସତର ଲକ୍ଷ ଅଠେଇସ ହଜାର ବର୍ଷ ହେବ। ଏହି ଯୁଗ ରେ ମନୁଷ୍ୟ ର ବୟସ ୪୦୦୦ ରୁ ୧୦,୦୦୦ ବର୍ଷ ହୋଇଯିବ। ପୃଥିବୀ ରେ ଫୁଣି ଥରେ ଧର୍ମ ଚର୍ଚ୍ଚା ହେବ। ମଣିଷ ଶାରୀରିକ ଭୋଗ ଛାଡି ମାନସିକ ଭୋଗ କୁ ଅଧିକ ଗୁରୁତ୍ଵ ଦେବ।

ମଣିଷ ମନରେ ଘୃଣା ର ସ୍ଥାନ ରହିବ ନାହିଁ। ଚାରିଆଡେ ପ୍ରେମ ଓ ଭଲପାଇବା ହେବ। ଏବଂ ସର୍ବୋଚ୍ଚ ଜ୍ଞାନ ହାସଲ କରିବ। ଲୋକମାନେ ପୂଜା ପାଠରେ ବିଶ୍ୱାସ କରିବେ। ସତ୍ୟ ଯୁଗରେ ଈଶ୍ୱରଙ୍କ ସହ କଥା ହେବାର ଶକ୍ତି ପାଇବେ। ନିଜ ଶରୀର ପ୍ରତି ନିୟନ୍ତ୍ରଣ ରଖିବେ। ସମସ୍ତେ ଖୁସି ହେବେ। ଅର୍ଥାତ ସତ୍ୟ ଯୁଗ କୁ ସୁବର୍ଣ୍ଣ ଯୁଗ କୁହାଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button