ଦେଶ- ବିଦେଶ

‘ମୁଁ କିନ୍ନର ହେଲେ ବି ମୋ ହୃଦୟଟା ପରେ ଗୋଟେ ମା’ର…’ କିନ୍ନରଙ୍କ ଏମିତି ରୂପ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ କିନ୍ନର ହୋଇ ମଧ୍ୟ ସେ କିଭଳି ନିଜର ମଣିଷପଣିଆର ପରିଚୟ ଦେଇଛନ୍ତି ଆସନ୍ତୁ ଜାଣିନେବା । ରାସ୍ତା କଡରେ ଅସହାୟ ଭାବରେ ବୁଲୁଥିବା ଜଣେ ଦୁଃଖୀ ମହିଳା ଙ୍କୁ ସାହାର୍ଯ୍ୟ କରି ତାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଜଣେ ଦିବ୍ୟାଙ୍ଗ ମା’ର କୋଳରେ ଭୋକିଲା କୁନି ପିଲାଟିକୁ ଦେଖି କିନ୍ନର ଜଣକ ଦୁଃଖ ପ୍ରକାଶ କରିଛନ୍ତି । ଖବର ଅନୁଯାୟୀ କିନ୍ନର ଜଣକ ରାସ୍ତାରେ ଯାଉଥିବା ସମୟରେ ହଠାତ ତାଙ୍କ ନଜର ପଡିଥିଲା

ଜଣେ ଦିବ୍ୟାଙ୍ଗ ମହିଳା ଙ୍କ ଉପରେ ଏବଂ ମହିଳା ଜଣକଙ୍କ କୋଳରେ କୁନି ଶିଶୁଟିଏ ଥିବାର ଦେଖିବାକୁ ପାଇଥିଲେ । ସେ ମହିଳା ଜଣକ ପାଖକୁ ଯାଇ ପଚାରିଲେ ଯେ ତୋର କଣ ହୋଇଛି ତୁ ରାସ୍ତା କଡରେ ପିଲା କୁ ଧରି କାହିଁ ଛିଡା ହୋଇଛୁ ? ମୁଁ ଭଲ କରି ଦେଖିପାରୁଛି ଯେ ତୁ ଜଣେ ଦିବ୍ୟାଙ୍ଗ ନାରୀ ।

ତୋର ଗୋଟିଏ ଗୋଡ ଚାଲୁନି ବୋଲି ତୁ ଆଶାବାଡି କୁ ଆଶ୍ରା କରି ଭରାଦେଇ ଛିଡା ହୋଇଛୁ । ମାତ୍ର ଏହିଭଳି ଅସହାୟ ଅବସ୍ଥାରେ ରାସ୍ତା କଡରେ ଛୁଆକୁ ଧରି ଛିଡା ହୋଇଥିବାର ଦେଖି କିନ୍ନର ଜଣକ ବୁଝି ଯାଇଥିଲେ ଯେ ମହିଳା ଜଣଙ୍କର କେହି ନାହାଁନ୍ତି । କିନ୍ନର ହେଲେ ମଧ୍ୟ ସେ ଅନ୍ୟ ମଣିଷ ଙ୍କ ଭଳି ଅମଣିଷ ନୁହେଁ । ଏହାପରେ କହିଲେ ଯେ ମୋ ଦ୍ଵାରା ଯେତିକି ସମ୍ଭବ ମୁଁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରିବି ।

ତେବେ ମହିଳା ଜଣକ କାମ କରିବା ଦୂରରେ ଥାଉ ମାତ୍ର ଚାଲିବା ପାଇଁ ମଧ୍ୟ ତାନକ ଗୋଡରେ ବଳ ନଥିଲା । ପାଖରେ ପଇସା ମଧ୍ୟ ନଥିଲା ଯେ ସେ କିଛି କିଣି ଖାଇ ପାରିବେ । ଏହା ଦେଖି କିନ୍ନର ଜଣଙ୍କ କହିଥିଲେ ଯେ ମୋର ମଧ୍ୟ ତୋ ଛୁଆ ମୁହଁରେ ଆହାର ଦେବା ନିମନ୍ତେ ଭାରି ଇଛା ହେଉଛି ତଥା ସାହାର୍ଯ୍ୟ କରିବା ନିମନ୍ତେ ମନ ହେଉଛି ।

ତେବେ ମହିଳା ଙ୍କ ଭଳି ଏକ ନିରୀହ ଦିବ୍ୟାଙ୍ଗ ମା’ ଙ୍କ ସେବା କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ କିନ୍ନର ଜଣକ ଏବଂ ସଙ୍ଗେ ସଙ୍ଗେ ଯାଇ ମହିଳା ଙ୍କ ପାଇଁ କିଛି ଖାଦ୍ୟ କିଣି ଆଣିଥିଲେ ଏହା ସହିତ ତାଙ୍କ ଶିଶୁ ପାଇଁ କିଛି ପୋଷାକ ମଧ୍ୟ ଆଣିଥିଲେ । ଏହାପରେ କହିଥିଲେ ଯେ ମୋ ଦ୍ଵାରା ଯେତିକି ହେବ ମୁଁ ସାହାର୍ଯ୍ୟ କରିବି । ତେବେ ଏହିଭଳି କିଛି ନିଆରା ମମତା ଦେଖିବାକୁ ମିଳିଥିଲା ଏହି କିନ୍ନର ଙ୍କ ଠାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button