ଦେଶ- ବିଦେଶ

ଚାଇନାରେ ଭାରତୀୟ ବ୍ଲଗରଙ୍କୁ ୧୫ ଘଣ୍ଟା ଅଟକ

ଭାରତୀୟ ବ୍ଲଗରଙ୍କୁ ଚାଇନାରେ ୧୫ ଘଣ୍ଟା ଧରି ଅଟକ। କେବଳ ଭୁଲ୍ ଏତିକି ଥିଲା ଯେ, ଅରୁଣାଚଳପ୍ରଦେଶ ଭାରତର ଅଂଶ ବୋଲି ଏକ ପୁରୁଣା ଭିଡ଼ିଓରେ ସେ କହିଦେଇଥିଲେ। ଏଥିଲାଗି ତାଙ୍କୁ ଅଟକ ରଖାଯାଇଥିଲା। ଏପରିକି ଖାଦ୍ୟ ଓ ପାନୀୟ ବି ଦିଆଯାଇନଥିଲା।  ତାଙ୍କୁ ଡିଟେନସନ ସେଣ୍ଟରକୁ ନିଆଯାଇଥିଲା।  ୮ରୁ ୧୦ ଘଣ୍ଟା ଧରି ଜେରା କରାଯାଇଥିଲା। ସେଠାରେ ଅନେକ ବାଂଲାଦେଶୀ ବି ଥିଲେ। ଆଗ କିଛି ଅଫିସର ତାଙ୍କୁ ଡାକି ଭଲରେ କଥା ହୋଇଥିଲେ। ଜେରା ବେଳେ ଫୋନ୍, ଲାପଟପ, କ୍ୟାମେରା ସବୁ ନେଇଯାଇଥିଲେ। କିନ୍ତୁ ତାଙ୍କ ପକେଟରେ ଥିବା ଆଇ ପ୍ୟାଡ୍ ନେବାକୁ ଭୁଲିଯାଇଥିଲେ। ଛଳ ଛଳ ଆଖିରେ ସେ ଏୟାରପୋର୍ଟରୁ ବାହାରିଥିଲେ। କେହି ତାଙ୍କୁ ସହଯୋଗର ହାତ ବଢ଼ାଇନଥିଲେ। ଶେଷରେ ନିଜର ଭୁଲ୍ ବୁଝିପାରିଥିଲେ ବ୍ଲଗର। ସେ ଏଭଳି କହି ଭୁଲ୍ କରିଦେଲେ। ତାଙ୍କ କାମ କେବଳ ବ୍ଲଗିଂ କରିବା। ସେ କେବଳ ସେଥିରେ ଫୋକସ୍ କରିବା କଥା। ସେ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିଲେ। ଆଉ ଏହା ଭୁଲ୍ ବୋଲି ହୃଦବୋଧ କରିଥିବାରୁ ତାଙ୍କୁ ଯିବାକୁ ଅନୁମତି ମିଳିଥିଲା। କାରଣ ଚାଇନାରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି। ଚାଇନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଏମିତି ହଇରାଣକୁ ନେଇ ସେ ଦୟନୀୟ ଅବସ୍ଥା ଭୋଗିଥିଲେ। ନା ଭାରତୀୟ ଦୂତାବାସକୁ ଯୋଗାଯୋଗ ଲାଗି ଅନୁମତି ଦିଆଯାଇଥିଲା। ଶେଷରେ ଦୁଃଖରେ ଭାଙ୍ଗିଯାଇଥିଲେ ବ୍ଲଗର। ଏମିତି ଘଟଣାକୁ ନେଇ ସେ ବ୍ୟଥିତ ବୋଲି କହିଛନ୍ତି  ଅନନ୍ତ ମିତ୍ତଲ। ଅନନ୍ତଙ୍କ ସୋସିଆଲ ମିଡିଆ ଆକାଉଣ୍ଟ 0n road indian  ନାଁରେ ଅଛି। ଏଠାରେ ସେ ପୁରା ମାମଲାକୁ ଭିଡ଼ିଓ ଜରିଆରେ ସେୟାର କରିଛନ୍ତି। ନଭେମ୍ୱର ୧୬ ତାରିଖର ଘଟଣା। ଭାରତ ଫେରିବା ପରେ ସେ ଭିଡ଼ିଓ ଅପଲୋଡ କରିଥିଲେ। କାରଣ ଏବେ ସେ ସୁରକ୍ଷିତ ମଣୁଛନ୍ତି। ସେ ୩ ବର୍ଷ ଧରି ପୂର୍ବୋତ୍ତର ରାଜ୍ୟ ଅରୁଣାଚଳପ୍ରଦେଶରେ ରହି ପାଠ ପଢ଼ୁଥିଲେ। ସେଥିଲାଗି ସେ କ୍ଷେତ୍ର ସହ ସେ ଅଧିକ ସଂପୃକ୍ତ। ଏହି ଭିଡ଼ିଓକୁ ଭାରତୀୟ ଦୂତାବାସ ବି ନିଜ ଆଡ଼ୁ ସଂଜ୍ଞାନ ନେବାକୁ ଅପିଲ୍ କରିଛନ୍ତି ମିତ୍ତଲ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button