ଜ୍ୟୋତିଷ

ଆଜି ହେଉଛି ପବିତ୍ର ସୀତାନବମୀ, ଜାଣନ୍ତୁ କ’ଣ ରହିଛି ଶୁଭ ମୂହୁର୍ତ୍ତ ଏବଂ ପୂଜା ବିଧି

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତାର ନବମୀ ପାଳନ କରାଯାଏ । ଆଜି ହେଉଛି ସେହି ପବିତ୍ର ସୀତା ନବମୀ । ପୌରାଣିକ ପ୍ରଥା ଅନୁଯାୟୀ ବିଶ୍ବାସ କରାଯାଏ ଯେ, ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ଦୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ଏହାକୁ ସୀତା ନବମୀ ବ୍ୟତୀତ ଜାନକୀ ନବମୀ ମଧ୍ୟ କୁହାଯାଇଥାଏ । ତେବେ ଆସନ୍ତୁ ଏହି ତିଥିର ମହତ୍ତ୍ବ, ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ସମ୍ପର୍କରେ ଜାଣିବା ।

ମେ ୫ ତାରିଖ ଅର୍ଥାତ୍ ଆଜି ହେଉଛି ସେହି ପବିତ୍ର ଦିନ । ଏହି ତିଥି ପ୍ରାୟ ରାମନବମୀର ଠିକ୍ ଗୋଟେ ମାସ ପରେ ପାଳିନ କରାଯାଇଥାଏ । ଏହି ଦିନରେ ଯଦି ଆମେ ମା’ ସୀତା ଏବଂ ରାମଙ୍କୁ ପୂଜାର୍ଚ୍ଚନା କରିବା ତେବେ ତାଭ୍କ ବିଶେଷ କରୁଣା ଲାଭ ହୋଇଥାଏ । ଏହି ଦିନରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ଅପରା କୁଣା ବର୍ଷା ହୋଇଥାଏ । ଏହି ଦିନର ରବି ଯୋଗ ଆଜି ଅପରାହ୍ଣ ୨.୧ ମିନିଟରେ ଆରମ୍ଭ ହୋଇ ପରଦିନ ସକାଳ ୫.୩୬ ପର୍ଯ୍ୟନ୍ତ ରହିବ । ବିଶ୍ବା ସ ରହିଛି ଯେ, ଏହି ଦିନରେ ମାତା ସୀତାଙ୍କୁ ଆରାଧନା କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂରିଭୁତ ହୋଇଥାଏ । ଏହା ଛଡା ମା’ ଲକ୍ଷ୍ମୀଙ୍କ କରୁଣା ମଧ୍ୟ ପ୍ରାପ୍ତ ହୋଇଥାଏ  ।

୨ଟି ଶୁଭ ଯୋଗ :

ସୀତା ନବମୀ ତାରିଖ

  • ଶୁଭ ମୂହୁର୍ତ୍ତ ଆରମ୍ଭ- ମେ ୫ ସକାଳ ୭.୩୫
  • ଶୁଭ ମୂହୁର୍ତ୍ତର ଶେଷ- ମେ ୬ ସକାଳ ୮.୩୮

ଶୁଭ ମୂହୁର୍ତ୍ତର ମହୁରତ :

ଆଜି ୭.୩୫ରୁ ଶୁଭ ମୂହୁର୍ତ୍ତ ଆରମ୍ଭ ହୋଇଛି । ଏହାର ଶୁଭ ସମୟ ସମାଳ ୧୧.୫୧ରୁ ୧୨.୪୫ ପର୍ଯ୍ୟନ୍ତ ରହିବ । ଏହି ଦିନର ଅମୃତ କାଳ ୧୨.୨୦ରୁ ୧୨.୪୫ ଯାଏଁ ରହିବ । ଏହି ସମୟରେ ମା’ଙ୍କୁ ପୂଜା କଲେ ଫଳପ୍ରଦ ହେବ ।

ସୀତା ନବମୀର ଗୁରୁତ୍ବ :

ବିଶ୍ବାସ କରାଯାଇଆସୁଛି ଯେ, ଏହି ଦିନରେ ମା’ଙ୍କୁ ପୂଜା କଲେ ୧୬ମହାଦାନ ଫଳର ଅଧିକାରୀ ହେବେ ।  ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇବା ପାଇଁ ସୀତା ନବମୀକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହିତ ମହିଳାମାନେ ଉପବାସ ରଖନ୍ତି ଏବଂ ସାରା ଜିବନ ଖିସି ରହିବା ପାଇଁ ପ୍ରାର୍ଥନା କରନ୍ତି ।

ପୂଜାର ବିଦ୍ଧି :

ପ୍ରଥମେ ସକାଳୁ ଉଠି ସ୍ନାନ କରନ୍ତୁ ଗଙ୍ଗା ଜଳ ଛିଞ୍ଚି ସବୁଆଡ଼କୁ ପବିତ୍ର କରନ୍ତୁ ଗୋଟିଏ ସ୍ଥାନଟିରେ ଧଳା କପଡା ପକେଇ ମା ସୀତା ଏବଂ ରାମଙ୍କ ଫୋଟୋ ରଖି ପୂଜାରଧନ ଆରମ୍ଭ କରନ୍ତୁ । ଏହା ସହିତ ମା’ଙ୍କୁ ୧୬ଟି ମେକଅପ୍ ଜିନିଷ ଅର୍ପଣ କରନ୍ତୁ । ଫୁଲ, ଗୋଟା ଚାଉଳ, ଚନ୍ଦନ, ସିନ୍ଦୁର, ଧୂପ, ଦୀପ ଇତ୍ୟାଦି ମା’ଙ୍କୁ ଅର୍ପଣ କରନ୍ତୁ। ଦେଶୀ ଘିଅର ଦୀପ ଜାଳି ଆରତୀ କରନ୍ତୁ। ପୂଜା ସମୟରେ ମନ୍ତ୍ର ଜପ କରିବା ଉଚିତ। ଏହା ପରେ, ମାତା ସୀତାଙ୍କୁ ଫଳ, ମିଠା ଇତ୍ୟାଦି ଅର୍ପଣ କରନ୍ତୁ। ଶେଷରେ ଜୀବନରେ ସୁଖ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button