ଆସିଷ୍ଟାଣ୍ଟ ଇଞ୍ଜିନିୟର ନିଯୁକ୍ତି ପାଇଁ ଖାଲି ପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

ଚାକିରି କରିବାକୁ ଚାହୁଁଥିଲେ ଆପରଙ୍କ ପାଇଁ ଖୁସି ଖବର । ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦବୀ ପାଇଁ ବିହାର ଲୋକ ସେବା ଆୟୋଗ ଘୋଷଣା କରିଛି । ବର୍ତ୍ତମାନ ନିଯୁକ୍ତି ପାଇଁ ଆପ୍ଲିମେସନ ପ୍ରକ୍ରିୟା ଚାଲୁ ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୦୨୪
ଆସିଷ୍ଟାଣ୍ଟ ଇଞ୍ଜିନିୟର(ସିଭିଲ)-୯୮୪
ଆସିଷ୍ଟାଣ୍ଟ ଇଞ୍ଜିନିୟର(ମେକାନିକାଲ)-୩୬
ଆସିଷ୍ଟାଣ୍ଟ ଇଞ୍ଜିନିୟର(ଇଲୋକ୍ଟ୍ରିକାଲ)-୪
ଆବେଦନ ତାରିଖ : ଆବେଦନକାରୀ ମେ ୨୮ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଚୟନ ପ୍ରକ୍ରିୟା : ଆସିଷ୍ଟାଣ୍ଟ ଇଞ୍ଜିନିୟର(ସିଭିଲ/ଯାନ୍ତ୍ରିକ/ଇଲୋକ୍ଟ୍ରୋନିକ)ପଦବୀ ପାଇଁ ଆୟୋଗ ଦ୍ବାରା ଆୟୋଜିତ ହୋଇଥିବା ଲିଖିତ ପରୀକ୍ଷା କରାଯିବ ସେଥିରେ ରଖିଥିବା ମାର୍କ ଏବଂ ସମ୍ବନ୍ଧୀୟ ଆଧାର ଅନୁସାରେ ମନୋନୀତ କରାଯିବ । ଲିଖିତ ପରୀକ୍ଷାରେ ୬ଟି ପେପର ରହିବ । ସେଥିରୁ ୪ଟି ବାଧ୍ୟତାମୂଳକ ଥିବାବେଳେ ୨ ଟି ପେପର ଇଚ୍ଛାଧୀନ ରହିବ । ପରୀକ୍ଷା ଅବଜେକ୍ଟିଭ ଢଙ୍ଗରେ କରାଯିବ । ପ୍ରାର୍ଥୀ ସାଧାରଣତଃ ୩୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ମୂଲ୍ୟାଙ୍କନ ଧାର୍ଯ୍ୟ କରାଯାଇଛି ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପେଜରେ ଦିଆଯାଇଥିବା ଆବଶ୍ୟକୀୟ ସୂଚନାବଳୀକୁ ଫଲୋ କରନ୍ତୁ ।
ପେଜରେ ଦିଆଯାଇଥିବା ନିର୍ଦ୍ଦେଶାନୁକ୍ରମେ ଫର୍ମକୁ ପୂରଣ କରନ୍ତୁ ।
ଫର୍ମ ପୂରଣ କରି ସାରିବା ପରେ ଫର୍ମକୁ ସବମିଟ୍ କରନ୍ତୁ ।
ସୁରକ୍ଷିତରେ ରଖିବା ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢି ପାଖରେ ରଖନ୍ତୁ ।




