CISFରେ ହେଡ୍ କନେଷ୍ଟବଳ ପଦବୀ ଖାଲି, ଜାଣନ୍ତୁ କିପରି କରିବେ ଆବେଦନ

CISF ପଦବୀରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ । ହେଡ୍ କନେଷ୍ଟବଳ ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି । ଏହି ନିଯୁକ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ମେ ୧୮ରୁ ଜୁନ୍ ୬ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଧିକ ବିବିରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ କରିପାରିବେ ।
ପଦବୀ ବିବରଣୀ : ୪୦୩
ଆବେଦନ ତାରିଖ : ମେ ୧୮ରୁ ଜୁନ୍ ୬ ପର୍ଯ୍ୟନ୍ତ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ +୨ ପାସ୍ କରିଥିବା ଜରୁରୀ । ଏଥି ସହିତ ଖେଳ ବିଭାଗରେ ରାଜ୍ୟସ୍ତରୀୟ, ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଭିଜ୍ଞତା ଥିବା ଆବଶ୍ୟକ ।
ଆବେଦନ ଶୁଳ୍କ : ୟୁଆର, ଓବିସି ଏବଂ EWS ପ୍ରାର୍ଥୀଙ୍କ ପାଇଁ ୧୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । ମହିଳା ଶ୍ରେଣୀ, ଅନୁସୂଚିତ ଜାତି ଜନଜାତି ଏବଂ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ । ସେମାନଙ୍କ ପାଇଁ ଶୁଳ୍କ ଛାଡ କରାଯାଇଛି ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ହୋମପେଜରେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ପରେ ଆବେଦନକାରୀ ପେଜରେ ନିଜର ନାମ ରେଜିଷ୍ଟ୍ରେସନ କରନ୍ତୁ ।
ଆବେଦନକାରୀ ଫର୍ମ ପୂରଣ କରି ଆବେଦନ ଶୁଳ୍କ ଭରି ଫର୍ମକୁ ସବମିଟ କରନ୍ତୁ ।
ଶେଷରେ ଏହାର ପ୍ରିଣ୍ଡଆଉଟ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।




