ଖେଳ ଖବର

ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି କଲେ ୫୦ କୋଟି ଟଙ୍କାର ମାନହାନି ମକଦ୍ଦମା, ‘ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର ସଭାପତିଙ୍କ ବିରୋଧରେ ମକଦ୍ଦମା

ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କୋଲକାତାର ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବର ସଭାପତି ଉତ୍ତମ ସାହାଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି । ୫୦ କୋଟିର ମାନହାନି ମକଦ୍ଦମା କଲେ ପୂର୍ବତନ ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ସୌରଭ ଗାଙ୍ଗୁଲି । କୋଲକାତା ‘ଆର୍ଜେଣ୍ଟିନା ଫ୍ୟାନ୍ କ୍ଲବ’ର ସଭାପତି ଉତ୍ତମ ଶାହାଙ୍କ ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି ସୌରଭ ।

ମେସିଙ୍କ କୋଲକାତା ଗସ୍ତରେ ବିଭ୍ରାଟ ପାଇଁ ସୌରଭଙ୍କ ବିରୋଧରେ ଉତ୍ତମଙ୍କ ଅଭିଯୋଗ ପରେ କଠୋର ପଦକ୍ଷେପ ନେଇଛନ୍ତି ସୌରଭ । ଗତ ୧୩ ଡିସେମ୍ବର ୨୦୨୫ରେ ଫୁଟବଲ ତାରକା ଲିଓନେଲ୍ ମେସି କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମକୁ ଆସିଥିଲେ । ମାତ୍ର ଏହି କାର୍ଯ୍ୟକ୍ରମରେ ପ୍ରବଳ ବିଶୃଙ୍ଖଳା ଦେଖାଦେଇଥିଲା । ମେସି ମାତ୍ର ୨୨ ମିନିଟ୍ ପାଇଁ ପଡ଼ିଆକୁ ଆସିବାରୁ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ଷ୍ଟାଡିୟମରେ ପ୍ରବଳ ଭଙ୍ଗାରୁଜା କରିଥିଲେ । ପ୍ରାୟ ୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ତେବେ କାର୍ଯ୍ୟକ୍ରମ ପରେ ଉତ୍ତମ ଶାହା ଭିଡିଓ ସାକ୍ଷାତକାରରେ ଅଭିଯୋଗ କରିଥିଲେ ଯେ, କାର୍ଯ୍ୟକ୍ରମର ଆୟୋଜକ ଶତଦ୍ରୁ ଦତ୍ତଙ୍କ ସହ ଗାଙ୍ଗୁଲିଙ୍କ ସମ୍ପର୍କ ଅଛି ଏବଂ ସେ ଜଣେ ମଧ୍ୟସ୍ଥି ଭାବେ କାମ କରୁଥିଲେ । ସୌରଭ ଗାଙ୍ଗୁଲି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସେ କେବଳ ଜଣେ ଅତିଥି ଭାବେ ସେଠାକୁ ଯାଇଥିଲେ ଏବଂ ଆୟୋଜନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ନିଜର ସମ୍ମାନ ରକ୍ଷା ପାଇଁ ସେ କୋଲକାତା ପୋଲିସର ସାଇବର ସେଲରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ସେପଟେ ଯୁବା ଭାରତୀ ଷ୍ଟାଡିୟମରେ ବିଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେସି ଓ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ଘଟଣାରେ ପୋଲିସ ଆୟୋଜକ ଶତଦ୍ରୁ ଦତ୍ତଙ୍କୁ ଗିରଫ କରି ୧୪ ଦିନିଆ ହାଜତକୁ ପଠାଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button