ଦେଶ- ବିଦେଶ

ପାକିସ୍ତାନ ଆସି ଫସିଗଲା England Team, 14 ଜଣ ଗୁରୁତର…

ବନ୍ଧୁଗଣ, ସୂଚନା ଅନୁଯାୟୀ ପାକିସ୍ତାନ ଆସି ଫସିଗଲା ଇଂଲଣ୍ଡ ଟିମ । ଅଜ୍ଞାତ ଭାଇରସ କବଳରେ ଆସିଯାଇଛି ଟିମ । ଅଧିନାୟକ ଷ୍ଟୋକ୍ସ ସମେତ ୧୪ ଜଣ ଗୁରୁତ୍ଵର । ଡିସେମ୍ବର ୧ ରୁ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ ଏଥିପାଇଁ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନରେ ପହଞ୍ଚିଛି । ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ ଉପରେ ସଙ୍କଟ ଦେଖାଦେଇଛି, ଅଧିନାୟକ ବେନ୍ ଷ୍ଟକ ଙ୍କ ସମେତ ଦଳର ୧୪ ଜଣ ସଦସ୍ୟ ଏକ ଅଜ୍ଞାତ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ।

ମି-ଡି-ଆ ରିପୋର୍ଟ ଅନୁଯାୟୀ ରାୱାଲ ପିଣ୍ଡିରେ ହେବାକୁଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଖେଳାଳୀ ମାନେ ସଂକ୍ରମିତ ହୋଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି । ଇଂଲଣ୍ଡ ପାଇଁ ଖେଳାଳୀ ଙ୍କ ସଂକ୍ରମିତ ହେବା ଏକ ଖରାପ ଖବର ଅଟେ । BCCI ଏହି ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି ।

ବିସିସିଆଇ ଅନୁଯାୟୀ ସଂକ୍ରମିତ ୧୪ ଜଣଙ୍କ ମଧ୍ୟରୁ ଅର୍ଦ୍ଧେକ ଷ୍ଟାଫ ମେମ୍ବର ଅଟନ୍ତି ଯେଉଁଠାରେ ଅଧା ଲୋକ ଖେଳାଳୀ ଅଟନ୍ତି ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଦଳ ପାକିସ୍ତାନ ରେ ପହଞ୍ଚିଛି କିନ୍ତୁ ବର୍ତ୍ତମାନ ସଂକ୍ରମଣରେ ପୀଡିତ ହେବା କାରଣରୁ ସଙ୍କଟ ଆସିଛି । ଏହି ସମସ୍ତ ଖେଳାଳୀ ଏବଂ ସଦସ୍ୟ ଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଖବର ଅନୁଯାୟୀ କ୍ୟାପଟେନ ବେନ୍ ଷ୍ଟକ ମଧ୍ୟ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଛନ୍ତି ।

ଆଜତକରେ ପ୍ରକାଶିତ ଖବର ଅନୁଯାୟୀ ଇଂଲଣ୍ଡ କ୍ରିକେଟ ଦଳର ଅବସ୍ଥା ଖରାପ, ଦଳର ଅବସ୍ଥା ଏତେ ଖରାପ ହୋଇଛି ଯେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ କେବଳ ୫ ଜଣ ଖେଳାଳୀ ଅଭ୍ୟାସ ସମୟରେ ପହଞ୍ଚି ପାରିଛନ୍ତି । ଅସୁସ୍ଥତା ହେତୁ ଖେଳାଳୀ ମାନେ ଅଭ୍ୟାସ ପାଇଁ ଆସି ପାରି ନାହାଁନ୍ତି । ଇଂଲଣ୍ଡର ଖେଳାଳୀ କେଉଁ ଭାଇରସ କବଳରେ ଅଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇ ନାହିଁ ।

ଏହି ଭାଇରସ କୋରନା ନା ଅନ୍ୟକିଛି ତାହାର ସନ୍ଧାନ ଜାରି ରହିଛି । ବର୍ତ୍ତମାନ ଇଂଲଣ୍ଡ ଟିମ ପାଇଁ ଏହା ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ । ଏହିଭଳି ହଠାତ ପାକିସ୍ତାନରେ ପହଞ୍ଚିବା ପରେ ଲକ୍ଷଣ ମାନ ଦେଖାଯିବା ପଛରେ କାରଣ କ’ଣ ହୋଇପାରେ ? ସୋ-ସି-ଆ-ଲ ମି-ଡି-ଆ ରେ ବର୍ତ୍ତମାନ ଏହି ଖବର କୁ ନେଇ ନାନା ପ୍ରକାର କଥା ଶୁଣିବାକୁ ମିଳିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button