ମନୋରଞ୍ଜନ

‘ଜୁସ ପିଆଇ ସେ ମତେ ପଟେଇଦେଲେ, ସେଦିନ ଶିବରାତ୍ରି ହୋଇଥିଲା, ଆମ ଘର ପଛପଟେ…’: ଅଭିନେତ୍ରୀ Arpita

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ  ଅଭିନେତ୍ରୀ ଅର୍ପିତା ପ୍ରେମ ବିବାହ କରିଛନ୍ତି । କିଭଳି ଶୁଭାରମ୍ଭ ହୋଇଥିଲା ତାଙ୍କ ପ୍ରେମାକାହାଣୀ ସେ ନେଇ ସେ କହିଛନ୍ତି ଯେ ତାଙ୍କର ପ୍ରେମ ବିବାହ ହୋଇଛି ଏବଂ ସେ ଯେତେବେଳେ ଗୋଟିଏ ସିରିୟଲ କରୁଥିଲେ, ସେତେବେଳେ ତାଙ୍କର ଯିଏ ସ୍ଵାମୀ ସେ ସେଥିରେ ଅଭିନୟ କରୁଥିଲେ । କିନ୍ତୁ ସେହି ସିରିୟଲରେ ଉଭୟ କେବେ ମଧ୍ୟ କଥା ହୋଇନଥିଲେ ।

କାରଣ ତାଙ୍କୁ ସମୟ ମିଳିନଥିଲା ତଥା ଏକା ସାଙ୍ଗରେ କେବେ ସିନ ମଧ୍ୟ ପଡି ନଥିଲା । କିନ୍ତୁ ସେ ଯେତେବେଳେ ଦୂର୍ଗା ସିରିୟଲ କରିଲେ, ଦୂର୍ଗା ସେଟରୁ ପଛପଟରେ ତାଙ୍କ ସ୍ଵାମୀ  ଙ୍କ ଘର ଥିଲା । ମାତ୍ର ସେ ଏହା ବିଷୟରେ ଜାଣିନଥିଲେ । ସେ ଦିନେ ହଠାତ ତାଙ୍କୁ ସେଠାରେ ଦେଖିବାକୁ ପାଇଲେ । ଏହାପରେ ସେ ହାତ ହଲାଇ ଡାକିଦେଇଥିଲେ ।

ଏହା ପରେ ଶିବରାତ୍ରି ସମସ୍ୟାରେ ତାଙ୍କର ଦେଖା ହୋଇଥିଲା । ଶିବରାତ୍ରି ରେ ଉଭୟ ଉପାସ କରିଥିଲେ ଏବଂ ବିକି ତାଙ୍କୁ ଡ଼ାକିଥିଲେ କହିଥିଲେ ଚାଲ ଯିବା ଜୁସ ପିଇ ଆସିବା ।ଏହା ପରେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଡେଟିଙ୍ଗ ଚାଲିଥିଲା । ଘରଲୋକ ଜାଣିଲେ ଏବଂ ବାହାଘର କରାଇ ଦେଲେ । ପ୍ରଥମେ ଯାଇଥିଲେ ଜୁସ ପିଇବା ପାଇଁ ଶିବରାତ୍ରି ଦିନ । ଏହା ପରେ ବହୁତ ଦିନ ଗ୍ୟାପ ହୋଇଯାଇଥିଲା ।

ଅଭିନେତ୍ରୀ ଅର୍ପିତା ଦେଖିଲେ ଯେ ବିକି ଜିମ ରୁ ଆସି ଗୁପଚୁପ ଖାଉଥିଲେ । ଏହାପରେ ଅର୍ପିତା ତାଙ୍କ ପାଖକୁ ଯାଇ ତାଙ୍କ ସହିତ ଗୁପଚୁପ ଖାଇବା ଆରମ୍ଭ କରିଦେଇଥିଲେ । ତାହା ମଧ୍ୟ ଗୋଟିଏ ମୂହୁର୍ତ୍ତ ଥିଲା ଯାହା ସ୍ମୃତି ଭାବରେ ସାଥିରେ ରହିଛି । ବର୍ତ୍ତମାନ ବିବାହ ପରେ ବହୁତ ଖୁସିରେ ଅଛନ୍ତି ଅର୍ପିତା ଏବଂ ବିକି । ଅର୍ପିତା ଙ୍କ ଅଭିନୟ କୁ ଦର୍ଶକେ ବହୁତ ପସନ୍ଦ କରନ୍ତି ।

ତାଙ୍କ ବିବାହ ସମୟରେ ତାଙ୍କ ପାଖକୁ ଫ୍ୟାନ୍ସ ମାନଙ୍କ ଶୁଭେଛାର ସୁଅ ଛୁଟିଥିଲା । ଖୁବ କମ ବୟସରୁ ହିଁ ଅର୍ପିତା ଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ଏହାପରେ ଘର ଲୋକ ଏହି ସମ୍ବନ୍ଧରେ ଜାଣିବା ପରେ ତାଙ୍କୁ ଅଭିନୟ କରିବା ପାଇଁ ଆଗକୁ ବଢିବା ପାଇଁ କହିଥିଲେ ଏବଂ ନିଜର ନିଷ୍ଠା ତଥା ପ୍ରେରଣା ବଳରେ ଆଜି ସେ ଏକ ସଫଳ ଅଭିନେତ୍ରୀ ଭାବରେ ପରିଗଣିତ ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button