ଜ୍ୟୋତିଷ

ଗୋଟିଏ ମୟୁର ପରର ଏହି ଚମତ୍କାରୀ ଉପାୟ ଦୂର କରିଦେବ ଆପଣଙ୍କ ସବୁ ସମସ୍ୟା

ମୟୂର ଗୋଟିଏ ସୁନ୍ଦର ପକ୍ଷୀ ହୋଇଥାଏ ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ମୟୂର ଗୋଟିଏ ମାତ୍ର ଏମିତି ପକ୍ଷୀ ଯାହା ପାଇଁ ଆପଣଙ୍କ ଘର ଲୋକଙ୍କର ଭାଗ୍ୟ ଚମକି ପାରେ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ମୟୁର ପରକୁ ପବିତ୍ର ବୋଲି ଜଣା ଯାଏ । କୁହାଯାଏକି ଏହାକୁ ନିଜ ଘରେ ରଖିବା ଦ୍ଵାରା ଘରର ସୁଖ, ସମୃଦ୍ଧି ବଢ଼ିବାରେ ଲାଗିଥାଏ । ଯଦି ଆପଣ ଏହାକୁ ନିଜ ଘର ଭିତରେ ଠିକ ଦିଗ ବା ଠିକ ସ୍ଥାନରେ ରଖିବେ ତେବେ ଏହା ଆପଣଙ୍କ ଘରର ବହୁତ ସମସ୍ୟାର ନିବାରଣ କରିବ । ଆସନ୍ତୁ ଏବେ ବିସ୍ତାର ରୁପରେ ଜାଣିବା କି ମୟୁର ପରର ଉପାୟ ବିଷୟରେ ।

1. କେତେଥର ଦେଖିବେ ଆପଣଙ୍କର ବହୁତ କାମ ହେଉ ହେଉ ଅଧାରେ ରହିଯାଏ ବା ଲମ୍ବା ସମୟ ଯାଏ ଅଟକି ରହିଥାଏ । ଏମିତି ଯଦି ଆପଣ ନିଜ ଘରର ବେଡ଼ ରୁମରେ ପୂର୍ବ – ଦକ୍ଷିଣ ଦିଗରେ ମୟୂରର ପର ଲଗାଉଛନ୍ତି ତେବେ ଆପଣଙ୍କର ଅଟକି ହୋଇ ରହିଥିବା କାମ ପୂରଣ ହେବାକୁ ଲାଗିବ ।

2. ଯଦି ଆପଣଙ୍କ ଘରେ ବା ଦୋକାନରେ ପୂର୍ବ- ଦକ୍ଷିଣ ଦିଗରେ ମୟୂରର ପରକୁ ରଖନ୍ତି ତେବେ ଆପଣଙ୍କ ଘର ବା ବେପାର କ୍ଷେତ୍ରରେ କେବେ ପଇସାର ଅଭାବ ଦେଖା ଦେବନାହିଁ ।

3. ଯଦି ଆପଣ ଘରର ମୁଖ୍ୟ ଦ୍ଵାରରେ ତିନୋଟି ମୟୂରର ପର ଲଗେଇବେ ତାହେଲେ ଭଗବାନ ଗଣେଶଙ୍କ ଛୋଟ ମୂର୍ତ୍ତି ଓ ଚିତ୍ରକୁ ରଖି ଦିଅନ୍ତି ତେବେ ଆପଣଙ୍କ ଘରେ ବାସ୍ତୁ ଦୋଷ ଶେଷ ହୋଇଯାଇଥାଏ ।

4. ଯଦି ଆପଣ ସବୁ ସମୟରେ ନିଜ ପାଖରେ ମୟୂରର ପର ରଖିବେ ତେବେ ସବୁ କାର୍ଯ୍ୟରେ ଆପଣଙ୍କୁଭାଗ୍ୟର ସହଯୋଗ ମିଳିବ । ତା ସହିତ ହିଁ ଆପଣଙ୍କ ରାହୁ ଦୋଷ ମଧ୍ୟ ସମାପ୍ତ ହୋଇଯିବ ।

5. ଆପଣ କୌଣସି ବି ଶୁଭ ଦିନରେ ମୟୂରର ଗୋଟେ ପର ନେଇ ଘରର ଏମିତି ଗୋଟେ ସ୍ଥାନରେ ଲଗାଇ ଦିଅନ୍ତୁ ଯେଉଁଠି ଯିବା ଆସିବା ସମୟରେ ଲୋକଙ୍କର ନଜର ସବୁଠୁ ଅଧିକ ପଡୁଥିବ । ପ୍ରକୃତରେ ମୟୂରର ପର ନକରାତ୍ମକ ଊର୍ଜାକୁ ଶେଷ କରିଥାଏ । ଶେଷରେ ଆପଣ ଏହାକୁ ଏମିତି ସ୍ଥାନରେ ଲଗାନ୍ତୁ ଯେଉଁଠି ଇଏ ସମସ୍ତଙ୍କ ନଜରରେ ଆସୁଥିବ । ମୟୂର ପରର ଏହି ଉପାୟ ନା କେବଳ ଆପଣଙ୍କୁ ବରଂ ଆପଣଙ୍କ ଘରର ସଦସ୍ୟଙ୍କ ଜୀବନରେ ମଧ୍ୟ ସମୃଦ୍ଧି ଆଣିବ ।ଏହି ଉପାୟ ଆପଣ ନିଜ ଘରେ କୌଣସି ବି ଶୁଭ ଦିନରୁ ଆରମ୍ଭ କରି ପାରିବେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button