ଖେଳ ଖବର

ଅଫରିଦ କହିଲେ ସେହି ବ୍ୟାଟ୍ସମ୍ୟାନଙ୍କ ନାମ, ଯାହାଙ୍କୁ ବୋଲିଂ କରିବା ସମୟରେ ହାତ ଥରୁଥିଲା

ପାକିସ୍ଥାନର ଅଲରାଉଣ୍ଡର ଶାହିଦ ଅଫରିଦ ୱିଜଡନକୁ ଦେଇଥିବା ଏକ ସାକ୍ଷାତକାରରେ ଜଣେ ଏମିତି ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିଛନ୍ତି ଯାହାଙ୍କ ଆଗରେ ବୋଲିଙ୍ଗ କରିବା ଏକ ଚ୍ୟାଲେଞ୍ଜ ହୋଇଥାଏ । ସେହି ଖେଳାଳି ଜଣଙ୍କର ନାମ ହେଉଛି ବ୍ରାୟନ ଲାରା । ଅଫରିଦ କହିଛନ୍ତି କି ନିକଟରେ ତାଙ୍କୁ ମୁଁ ବହୁତ ଥର ଆଉଟ କରିଛି କିନ୍ତୁ ଯେତେବେଳେ ବି ମୁଁ ତାଙ୍କ ବିପକ୍ଷରେ ବୋଲିଙ୍ଗ କରିଥାଏ ସେହି ସମୟରେ ମୋ ମନରେ ଡର ରହିଥାଏ କି ଆଗ ବଲ ରେ ସେ ଯେମିତି ଚୌକା ମାରି ନ ଦିଅନ୍ତି ।

ପାକିସ୍ଥାନର ପୂର୍ବ ଅଲରାଉଣ୍ଡର କହିଛନ୍ତି କି ଲାରା ସବୁ ପ୍ରକାରର ବୋଲରଙ୍କ ଉପରେ ଭାରି ପଡୁଥିଲେ । ଅଫରିଦି ଙ୍କ କହିବା ଅନୁସାରେ ଲାରା ଫୁଟୱର୍କ ଅତି ସୁନ୍ଦର ଥିଲା । ସେ କହିଛନ୍ତି କି ଲାରାଙ୍କ ବିପକ୍ଷରେ ସେ କେବେବି ଆତ୍ମବିଶ୍ଵାସ ସହିତ ବୋଲିଙ୍ଗ କରି ପାରି ନାହାଁନ୍ତି କାରଣ ସେ ଜଣେ ବିଶ୍ଵସ୍ଥରୀୟ ବ୍ୟାଟ୍ସମ୍ୟାନ ଥିଲେ । ଲାରା ଶ୍ରୀଲଙ୍କାର ବଡ ସ୍ପିନର ବୋଲର ମୁରଲୀଧରନ ଙ୍କ ବିପକ୍ଷରେ ବି ସେ ସହଜରେ ରନ ମଧ୍ୟ କରୁଥିଲେ ।

ଲାରା ତାଙ୍କର କ୍ୟାରିୟର ଭିତରେ ସମୁଦାୟ ୩୯୮ ୱାଣ୍ଡେ ମ୍ୟାଚ ଖେଳିଛନ୍ତି , ସେଥି ମଧ୍ୟରୁ ସେ ୩୯୫ ଟି ୱିକେଟ ନିଜ ନାମରେ କରିଥିବା ସମୟରେ ୱାଣ୍ଡେ ମ୍ୟାଚ ଗୁଡିକରେ ତାଙ୍କର ନାମରେ ୧୧୭ ଷ୍ଟ୍ରାଇକ ରେଟ ସହିତ ୮୦୦୦ ରନ କରିଛନ୍ତି । ଏହି ସବୁ ରେକର୍ଡ କରିବା ଦ୍ଵାରା ବ୍ରାୟନ ଲାରାଙ୍କୁ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ର ଆକ୍ଷା  ଦିଆଯାଇଛି ।

ବ୍ରାୟନ ଲାରା ୨୦୦୪ ମସିହାରେ ଏଣ୍ଟିଗୁଆ ଟେଷ୍ଟରେ ଇଂଲଣ୍ଡ ବିରୁଦ୍ଧରେ ୪୦୦ ରୁ ଅଧିକ ରନ କରିଥିଲେ । ଲାରା ତାଙ୍କ ଇଣ୍ଟରନେସନାଲ କ୍ୟାରିୟର ମଧ୍ୟରେ ୨୦,୦୦୦ ରୁ ଅଧିକ ରନ କରିଥିବା ସମୟରେ ସେଥି ମଧ୍ୟରୁ ୫୩ ଟି ଶତକ କରିଛନ୍ତି । ଲାରା ଟେଷ୍ଟ ମ୍ୟାଚ ଗୁଡିକରେ ସବୁଠାରୁ ଅଧିକ ବ୍ୟକ୍ତିଗତ ରନ କରି ଥିବାର ରେକର୍ଡ କରିଛନ୍ତି । ଏହି ସବୁ ରେକର୍ଡ ଏବଂ ସୁନ୍ଦର ବ୍ୟାଟ୍ସମ୍ୟାନ ର ଖ୍ୟାତି ଅର୍ଜନ କରି ଲାରା ତାଙ୍କ କ୍ୟାରିୟର କୁ ଏକ ସଫଳ ପୂର୍ଣ ଖେଳାଳି ଭାବେ ଗଢିବାରେ ସକ୍ଷମ ହୋଇ ପାରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button