ମନୋରଞ୍ଜନ

ସେହନାଜଙ୍କ ବିବାହକୁ ନେଇ ପାରସଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ କହିଦେଲେ ଏହି ବଡ କଥା

ଆକାଂକ୍ଷା ପୁରୀଙ୍କ ସହିତ ରିଲେସନରେ ରହିଥିବା ପାରସ ଛାବଡା ବିଗ ବସ ଘରକୁ ଯିବା ମାତ୍ରେ ହିଁ ନିଜ ନେଚର କାରଣରୁ ଚର୍ଚ୍ଚାରେ ଆସିଗଲେ । ପ୍ରଥମେ ସେହନାଜ ଗିଲ ଓ ତା ପରେ ମାହିରା ଶର୍ମା, ରସ ଏହି ଦୁଇ ଜଣଙ୍କର ହୁତ ନିକଟତ୍ତର ହୋଇ ଯାଇଥିଲେ । ଘର ଭିତରେ ପାରସ ଏତେ ସବୁ କରୁଥିଲେ ତ ଘର ବାହାରେ ତାଙ୍କ ଗର୍ଲ ଫ୍ରେଣ୍ଡ ଆକାଂକ୍ଷା ପୁରୀ ବହୁତ ରାଗି ଯାଇଥିଲେ । ଆକାଂକ୍ଷା ପାରସଙ୍କ ସହିତ ବ୍ରେକପ କରିନେଲେ ଓ ପାରସ ବି । ସଲମାନ ଯେତେବେଳେ ପାରସଙ୍କ କ୍ଲାସ ନେଉଥିଲେ ସେତେବେଳେ ପାରସ ସଫା ସଫା କହିଦେଲେ କି ମୋର କୌଣସି ପ୍ରକାରର ରିଲେସନ ନାହିଁ ଆକାଂକ୍ଷାଙ୍କ ସହିତ ।

ବର୍ତ୍ତମାନ ସେହନାଜ ଓ ପାରସ ନିଜ ସୋ “ମୁଝସେ ଶାଦି କାରୋଗୀ”କୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସୋ ସମୟରେ ସେହନାଜ ବି କେତେ ଥର ଆକାଂକ୍ଷାଙ୍କ ବିଷୟରେ କଥା ହୋଇଛନ୍ତି ଓ ପାରସ ବି । ଏହି ସବୁ କାରଣରୁ ଆକାଂକ୍ଷାଙ୍କ ରାଗ ବହୁତ ବଢିଗଲା ଓ ଆକାଂକ୍ଷା ସୋ ଉପରେ କେସ କରିବାର ଧମକ ଦେଇଦେଲେ ।
ଆଜ୍ଞା ହଁ ବାରମ୍ବାର ସେହନାଜ ଓ ପାରସ କୌଣସି ନା କୌଣସି କାରଣରୁ ଆକାଂକ୍ଷାଙ୍କ ନାମ ନେଉଛନ୍ତି ତେବେ ଆକାଂକ୍ଷା ବି କହିଦେଇଛନ୍ତି କି ସୁଧୁରି ଯାଅ ନହେଲେ ଆକ୍ସନ ନେବା ପାଇଁ ମୋତେ ଟିକିଏ ବି ଡେରି ଲାଗିବନି ।

ଏକ ଇଣ୍ଟରଭ୍ୟୁରେ ଆକାଂକ୍ଷା କହିଲେ କି “ମୋତେ ଜଣା ନାହିଁ କି ସୋ ରେ ମୋ ନାମ କାହିଁକି ବାରମ୍ବାର ନିଆ ଯାଉଛି । ସୋ ର ମେକର୍ସ ମୋ ନାଁ ର ବ୍ୟବହାର କରୁଛନ୍ତି । ବହୁତ ଥର କଣ୍ଟେସ୍ଟେନ୍ଟ ଓ ପାରସ ବି ମୋ ନାଁ ନେଉଛନ୍ତି । ମେକର୍ସ କାହିଁକି ମୋତେ ଏହି ସୋ ର ଅଂଶ ବନାଉଛନ୍ତି ଯେତେବେଳେ କି ମୁଁ ନୁହେଁ । ମୋ ପାଖରେ ବି କହିବା ପାଇଁ ବହୁତ କିଛି ଅଛି କିନ୍ତୁ ଏଥିପାଇଁ କହୁନାହିଁ କାରଣ କୌଣସି କଥାକୁ ଖରାପ କରିବାରେ ମୁଁ ବିଶ୍ଵାସ ରଖେ ନାହିଁ ।

ପାରସ ସୋ ସମୟରେ କହିଲେ କି ବିଗ ବସ ରୁ ଆସିବା ପରେ ମୁଁ ତାକୁ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲି ଯେତେବେଳେ କି ସେ ବି ଜାଣିଛନ୍ତି କି ଯେତେବେଳେ ସେ ସୋ ରେ ଥିଲେ ସେତେବେଳଠୁ ହିଁ ମୁଁ ତାଙ୍କୁ ବ୍ଲକ କରିଦେଇଥିଲି । ଜଣା ନାହିଁ କାହିଁକି ସେ ଭୁଲ ନ୍ଯୁଜ ପ୍ରସାର କରୁଛନ୍ତି । ” ଆକାଂକ୍ଷା ପୁରୀ ବହୁତ ରାଗିଯାଇଛନ୍ତି କାହିଁକି ନା ତାଙ୍କର ନାମ “ମୁଝସେ ଶାଦି କାରୋଗୀ” ସୋ ରେ ବ୍ୟବହାର କରାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button