ଦେଶ- ବିଦେଶ

ଦୁନିଆର ଏକ ଏମିତି ୧୦ ହଜାର ରୁମ ଥିବା ହୋଟେଲ ଯେଉଁଠି କେହି ବି ରୁହନ୍ତି ନାହିଁ, କାରଣ ଜାଣିଲେ ଆପଣ ମୁଣ୍ଡରେ ହାତଦେବେ

ଆଜି ଆମେ ଆପଣଙ୍କୁ ଏକ ଏମିତି ହୋଟେଲ ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ବର୍ଷ ହେବ ବନ୍ଦ ଅଛି । ଏହି ହୋଟେଲ ଜର୍ମନୀର ବାଲ୍ଟିକ ସୀର ରଗେନ ଆଇଲ୍ୟାଣ୍ଡରେ ଅଛି, ଯେଉଁ ସ୍ଥାନଟି ୮୦ ବର୍ଷ ହେବ ସୁନସାନ ପଡିଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ହୋଟେଲରେ ୧୦୦୦୦ ରୁମ ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବି ଅତିଥି ଏହି ହୋଟେଲରେ ରହି ନାହାନ୍ତି ।

ଏହି ହୋଟେଲଟି ୧୯୩୬ ଓ ୧୯୩୯ ମଧ୍ୟରେ ତିଆରି ହୋଇଥିଲା । ହିଟଲର ଓ ତାଙ୍କର ସେନା ସେହି ସମୟରେ ଜର୍ମନୀରେ ଶାସନ କରୁଥିଲେ । ଏହି ହୋଟେଲର ନିର୍ମାଣ ନାଜିମାନଙ୍କ ଦ୍ଵାରା ‘ସ୍ଟ୍ରେଂଥ ଥ୍ରୂ ଜୟ’ କାର୍ଯକ୍ରମ ଅଧୀନରେ ତିଆରି କରାଯାଇଥିଲା । ଏହାକୁ ତିଆରି କରିବା ପାଇଁ ପାଖପାଖି ୯୦୦୦ ଶ୍ରମିକ ଲାଗିଥିଲେ ।

ଏହି ହୋଟେଲର ନାମ ହୋଟଲ ଦା ପ୍ରୋରା (ପ୍ରୋରା ହୋଟଲ) ଅଟେ । ଏହାର ନାମ ହୋଟଲ ଦା ପ୍ରୋରା (ପ୍ରୋରା ହୋଟଲ) ଏଥିପାଇଁ ଦିଆଯାଇଛି କାରଣ ଏହି ହୋଟେଲକୁ ଏକ ସ୍ମାରକ ଭଳି ଦେଖାଯାଏ । ପ୍ରୋରାର ଅର୍ଥ ଖରାପ ଜାଗା କିମ୍ବା ଚାଷ ପାଇଁ ଭଲ ଜମି ନୁହେଁ । କହିବାକୁ ଗଲେ ଏହି ହୋଟେଲ ବାଲିଭରା ସମୁଦ୍ର ତଟରୁ ପାଖପାଖି ୧୫୦ ମିଟର ଦୂରରେ ତିଆରି କରାଯାଇଥିଲା ।

କହିବାକୁ ଗଲେ ହୋଟେଲକୁ ୮ ଟି ଆବାସ ବ୍ଲକରେ ବିଭାଜିତ କରାଯାଇଛି ଓ ୪.୫ କିଲୋମିଟର କ୍ଷେତ୍ରରେ ଏହା ବ୍ୟାପିଛି । ଏହି ହୋଟେଲରେ ଥିଏଟର ଠାରୁ ନେଇ ଫେସ୍ଟିବଲ ହଲ ଓ ସ୍ୱିମିଂଗ ପୂଲ ବି ଅଛି । ଏହା ଛଡା ସବୁଠୁ ଖାସ କଥା ଏହା ଅଟେ କି ଏଠି ଏକ କ୍ରୂଜ ଜହାଜ ବି ଛିଡା ହୋଇ ପାରିବ ।

ଏହି ହୋଟେଲ ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ହୋଇ ନ ଥିଲା କି ଏହା ପୂର୍ବରୁ ୧୯୩୯ ମସିହାରେ ଦ୍ଵିତୀୟ ବିଶ୍ଵଯୁଧ୍ୟ ଆରମ୍ଭ ହୋଇଗଲା । ଯାହା ପରେ ଏହାର ନିର୍ମାଣ ବନ୍ଦ ହୋଇଗଲା ଓ ସମସ୍ତ ଶ୍ରମିକଙ୍କୁ ହିଟଲରଙ୍କ ଯୁଧ୍ୟ କାରଖାନାରେ କାମ କରିବା ପାଇଁ ପଠାଇ ଦିଆଗଲା । ଏହା ପରେ ୧୯୪୫ରେ ଯୁଧ୍ୟ ସମାପ୍ତ ହୋଇଥିଲା ।

କିନ୍ତୁ ଏହି ହୋଟେଲ ଉପରେ ପୁଣି ଥରେ କେହି ଧ୍ୟାନ ଦେଲେ ନାହିଁ ଓ ବର୍ତ୍ତମାନ ସମୟରେ ଏହି ହୋଟେଲକୁ ଦେଖିଲେ ଜାଣି ପାରିବେ କି ଏହା ପ୍ରାୟତଃ ବର୍ବାଦ ହୋଇ ଯାଇଛି । ଏମିତି କୁହାଯାଏ କି ଯଦି ଏହି ହୋଟେଲଟି ପୁରା ହୋଇ ଯାଇଥାନ୍ତା, ତେବେ ଏହା ଦୁନିଆର ସବୁଠୁ ବଡ ଓ ଭଲ ହୋଟେଲ ହୋଇଥାନ୍ତା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button