ଦେଶ- ବିଦେଶ

୧୧ ଦିନ ପର୍ଯ୍ୟନ୍ତ ଦେଶର କୌଣସି ବ୍ୟକ୍ତି ହସିବେ ନାହିଁ ! ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର କୋରିଆର ରାଷ୍ଟ୍ରପତି… ନିୟମ ଭାଙ୍ଗିଲେ ମୃତୁ ଦଣ୍ଡ

ତେବେ ଆପଣ ମାନେ ଜାଣିଛନ୍ତି ଯେ ଜଣେ ଭଲ ପ୍ରଶାସକ ସେତେବେଳେ ହୋଇପାରିବ ଯେତେବେଳେ ଜନସାଧାରଣଙ୍କ ହିତ କାର୍ଯ୍ୟ କରିବ। ଆଜିର ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରାୟ ଅନେକ ଦେଶରୁ ରାଜତନ୍ତ୍ରର ଲୋପ ପାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏକ ଛାତ୍ରବାଦ ଶାସନ ଅନେକ ଦେଶରେ ଜୀବିତ ରହିଛି। ଚୀନ୍ ଭଳି ଜନବହୁଳ ରାଷ୍ଟ୍ରରେ ମଧ୍ୟ ଏକଛତ୍ର ବାଦ ଶାସନ ଦେଖିବାକୁ ମିଳେ। କାରଣ ସେଠାରେ ଏକ ଦଳୀୟ ସରକାର ଦେଖିବାକୁ ମିଳେ। ହେଲେ ସେଠାରେ ଜନସାଧାରଣଙ୍କ ଉପରେ କୌଣସି ଅତ୍ୟାଚାର ଦେଖିବାକୁ ମିଳେ ନାହିଁ।

ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଉତ୍ତର କୋରିଆ। ଉତ୍ତର କୋରିଆ ପାଖରେ ପ୍ରଚୁର ପରିମାଣରେ ପରମାଣୁ ବୋମା ରହିଛି। ଯାହାକି ଏକା ସାଙ୍ଗରେ ସାରା ପୃଥିବୀକୁ ଧ୍ୱଂସ କରିଦେବାର କ୍ଷମତା ରହିଛି। ହେଲେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଠାରେ ଥିବା ସରକାରଙ୍କ ଏକଚାଟିଆ ଶାସନ ଚାଲୁଛି ଏବଂ ଏଠାର ସରକାର ନିଜ ଦେଶର ଜନସାଧାରଣଙ୍କ ପାଇଁ ସର୍ବଦା କଠୋର ନୀତି ଅବଲମ୍ବନ କରିଥାନ୍ତି। ଯାହାକି ବର୍ତ୍ତମାନ ସମୟରେ ଜଣା ପଡ଼ିଛି ଯେ ଉତ୍ତର କୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ୍ ଜନତାଙ୍କ ହସ ଉପରେ ରୋକ୍‌ ଲଗାଇ ଦେଇଛନ୍ତି। ତେବେ ସେ ଏପରି କଣ ପାଇଁ କରିଛନ୍ତି ଚାଲନ୍ତୁ ଏହି ବିଷୟରେ ଜାଣିବା।

ଖବର ମୁତାବକ, ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲ ଉତ୍ତର କୋରିଆ ଉପରେ ୧୯୯୪ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ। ତେବେ ସେ ୬୯ ବୟସରେ ଡିସେମ୍ବର ୧୭ ତାରିଖରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କର ତୃତୀୟ ପୁତ୍ର କିମ ଜୋଙ୍ଗ ଉନ ଦେଶର ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ତେବେ ପିତାଙ୍କ ମୃତ୍ୟୁ ଦିବସ ଠାରୁ ଆରମ୍ଭ କରି ୧୧ ଦିନ ପର୍ଯ୍ୟନ୍ତ କଠୋର ଶୋକ ପାଳନ କରିବା ପାଇଁ ସେ ତାଙ୍କ ଦେଶ ବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାଳନ ହେବନି କୌଣସି ପର୍ବପର୍ବାଣି

ପିତାଙ୍କ ମୃତ୍ୟୁ ଦିବସକୁ ସେ ଶୋକ ଦିବସ ରୂପେ ପାଳନ କରିଥାନ୍ତି। କେବଳ ସେ ପାଳନ କରି ନଥାନ୍ତି ବରଂ ନିଜର ଦେଶ ବାସୀଙ୍କୁ ମଧ୍ୟ ପାଳନ କରିବା ପାଇଁ ବାଧ୍ୟ କରିଥାନ୍ତି। ସେଥିପାଇଁ ସେ କିଛି ନୀତି ନିୟମ ମଧ୍ୟ ରଖିଛନ୍ତି। ତାହା ହେଉଛି ଏହି ଦିନ କେହି ବି ବଜାରରୁ ନୂଆ ସାମଗ୍ରୀ କିଣି ପାରିବେ ନାହିଁ। କୌଣସି ଭଲ ଖାଦ୍ୟ ମଧ୍ୟ ଘରେ ତିଆରି ହେବ ନାହିଁ। ଯେଉଁ ଲୋକ ଶୋକ ସମୟରେ ଉତ୍ସବ ପାଳନ କରୁଥିବାର ଦେଖା ଯିବେ, ତେବେ ସେମାନଙ୍କୁ ଗିରଫ କରି ନିଆଯିବ ଏବଂ ଅପରାଧୀ ଭାବରେ ଦଣ୍ଡ ଦିଆଯିବ।

୧୧ ଦିନ ପରେ କରି ପାରିବେ ଅନ୍ତିମ ସଂସ୍କାର

କିମ ଜୋଙ୍ଗ ଉନ ନିଜ ପିତାଙ୍କ ମୃତ୍ୟୁ ଦିବସ ଡିସେମ୍ବର ୧୭ ରୁ ଆରମ୍ଭ କରି ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସାରା ଦେଶରେ କଠୋର ଶୋକ ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ଯଦି ଏହାକୁ କେହି ଅବମାନନା କରେ ତେବେ ସେ କଠୋର ଦାଣ୍ଡରେ ଦଣ୍ଡିତ ମଧ୍ୟ ହୁଏ। କେବଳ ସେତିକି ନୁହେଁ ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ଘଟେ, ସେତେବେଳେ ବି ଲୋକମାନେ ଖୁବ୍‌ ଜୋର୍‌ରେ କାନ୍ଦି ପାରିବେ ନାହିଁ। କାରଣ, ଏହି ସମୟରେ କାନ୍ଦିବାକୁ ବାରଣ କରାଯାଇଛି। ଶୋକ ଅବଧି ସରିବା ପରେ ହିଁ ସେମାନେ ନିଜ ପ୍ରିୟଜନଙ୍କ ମୃତ ଶରୀରର ଅନ୍ତିମ ସଂସ୍କାର କରି ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button