ଗରିବ ଝିଅ Sasmita କୁ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ , ସାମ୍ବାଦିକ Rahulଙ୍କ ନିବେଦନ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ରାହୁଲ ମିଡିଆ ସାମ୍ନାକୁ ଆସିଛନ୍ତି ଏବଂ ସସ୍ମିତା ଓ ରାହୁଲଙ୍କୁ ନେଇ ଯେଉଁ ପୁରୁଣା ଭିଡିଓ ପୂର୍ଣବାର ପକେଇ କେତେକ ଚ୍ଯାନେଲମାନେ ନିଜର ଟିଆରପି କୁ ବଢାଇବାକୁ ଚାହୁଁଛନ୍ତି । ସେମାନଙ୍କୁ କିଛି ବିଷୟ କହିଛନ୍ତି । ରାହୁଲଙ୍କ କହିବା ଅନୁସାରେ ସସ୍ମିତାଙ୍କୁ ନେଇ ସେହିଦିନ ରାତିରେ ସୁଡିଓକୁ ନେଇକିଯିବା ଓ ଭାଇ ଭାଉଜଙ୍କ ସହ ଯିବା ଦୃଶ୍ୟକୁ ପକାଇ ରାହୁଲ ଓ ସସ୍ମିତା ମିଶିଗଲେ ।

ଏସବୁ ନାଟକ କରୁଥିଲେ ବୋଲି କହୁଛନ୍ତି ଏହା ଦ୍ଵାରା ମୁଁ ମୋ କର୍ମକ୍ଷେତ୍ରରେ ମନ ଦେଇପାରୁନି । ମୁଁ ସବୁକିଛି ଭୁଲି ଆଗକୁ ବଢିବା ବେଳ ମୋ କଟା ଘା ‘ ରେ ଚୂନ ଦେବା ପରି ଅନେକ ଚ୍ୟାନେଲ ଏଭଳି କରୁଛନ୍ତି । ସେମାନଙ୍କୁ ମୁଁ ହାତ ଯୋଡି କହୁଛି ଆପଣ ଏଭଳି କରନ୍ତୁ ନାହିଁ । କାରଣ ମୁଁ ଆପଣ ଆଗରେ ସସ୍ମିତା ଭଉଣୀଙ୍କ ନମ୍ବରକୁ ଡ଼ିଲିଟ କରିଦେଇଛି ଏବଂ ମୁଁ ତାଙ୍କ ସହ କୋଣସି ସମ୍ପର୍କ ରଖିନି ।
କାରଣ ଭଲ କାମ କରିବାକୁ ଯାଇ ମୁଁ ଯେଉଁ ଫଳ ଭୋଗିଛି ଆଉ ସେହିଭୁଲ ପୁନର୍ବାର କରିବାକୁ ଚାହୁଁନି। ଆପଣ ଥରେ ମୋ ମା ‘ ଙ୍କ ବିଷୟରେ ଭାବନ୍ତୁ ଗରିବ ଲୋକଙ୍କ ଅଭିଶାପ ନିଶ୍ଚିତ ପଡିଥାଏ । ମୁଁ ମୋ ମନରୁ ସସ୍ମିତା ଭଉଣୀଙ୍କୁ କ୍ଷମା କରିଛି କାରଣ ସସ୍ମିତା ଭଉଣୀଙ୍କ ମା ‘ଙ୍କର ଫୋନ ମୋ ପାଖକୁ ଆସିଥିଲା । ଯେଉଁଥିରେ ସେ ମୋତେ କହିଲେ ପୁଅ ତୁ ସସ୍ମିତା ପାଇଁ ବହୁତ କିଛି କରିଥିଲୁ କିନ୍ତୁ ସସ୍ମିତା ତାହା ବୁଝିପାରିଲା ନାହିଁ ମୋ ଝିଅ ତରଫରୁ ମୁଁ ତୁମକୁ କ୍ଷମା ମାଗୁଛି ।

ଓକିଲ କହୁଛନ୍ତି କି ସସ୍ମିତାଙ୍କ ମାନସିକ ସ୍ଥିତି ଭଲ ନାହିଁ । ଏଣୁ ମୋ ନିବେଦନ ରଖି ସସ୍ମିତା ବା ମୋ ନାଁ ମିଛ ଖବର ଜଣସାଧାରଣଙ୍କୁ ପ୍ରଦାନ କରନ୍ତୁ ନାହିଁ ।




