ଦେଶ- ବିଦେଶ

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଜାମ୍ମୁ-କାଶ୍ମୀରର କୁପଓ୍ବାରା ଜିଲ୍ଲା ଅନ୍ତର୍ଗତ କେରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛି ସେନା। ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।କେରନ ସେକ୍ଟର ଦେଇ ଆତଙ୍କୀମାନେ ଅନୁପ୍ରବେଶ କରିବା ନେଇ ସେନାକୁ ଗୁପ୍ତ ସୂଚନା ମିଳିଥିଲା। ବିଏସଏଫ ପକ୍ଷରୁ ମଧ୍ୟ ଏ ନେଇ ସୂଚନା ହସ୍ତଗତ ହୋଇଥିଲା। ଆତଙ୍କୀମାନେ ଅନୁପ୍ରବେଶ ପାଇଁ ଲଞ୍ଚପ୍ୟାଡରେ ଠୁଳ ହୋଇଥିଲେ। ଏହା ପରେ ରବିବାର ଭୋର ପ୍ରାୟ ୪ଟା ସମୟରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଯବାନଙ୍କ ଗୁଳିରେ ୨ ଆତଙ୍କ ନିହତ ହୋଇଥିଲେ। ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button