ରାଜନୀତି

ବିଧାୟକ ଆକାଶ ଙ୍କ ନେତୃତ୍ୱକୁ ଭରଷା କରି ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ

ଯାଜପୁର : ସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ଏକ ବର୍ଷର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କୋରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି କୋରେଇ ବିଜେପି ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲ୍ ଠାରେ ଏକ ମିଶ୍ରଣ ପର୍ବ ମାନ୍ୟବର କୋରୋଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ ବ୍ଲକ୍ ମୁଳାପାଳ, ଗୌରପୁର, ପାଟରଙ୍ଗା ଗ୍ରାମପଂଚାୟତର ଶତାଧିକ ବିଜୁ ଜନତା ଦଳର ଆଗଧାଡିର କର୍ମୀ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ, ସ୍ୱଚ୍ଛ କାର୍ଯ୍ୟଶୈଳୀ ସର୍ବପରି କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ମୁଳାପାଳ ପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ମୁଳାପାଳ, ଗୌରପୁର, ପାଟରଙ୍ଗା ପଂଚାୟତରେ ବିଜେପି ସ୍ଥିତି ସୁଦୃଢ ହେଲା କହିବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିତ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜି ମିଶ୍ରଣ ପର୍ବ ମୂଳାପାଳ, ଗୌରପୁର, ପାଟରଙ୍ଗା ପଂଚାୟତ ବିଜେଡିକୁ ଶକ୍ତ ଝଟ୍‌କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି ।

ଆଜିର ଏହି ମିଶ୍ରଣ ପର୍ବରେ ମୁଳାପାଳ ପଂଚାୟତର ସଂଜିବ ନାୟକ, ରାଧାକାନ୍ତ ବେହେରା (ୱାର୍ଡ ସଭ୍ୟ), ବସନ୍ତ ମାଝୀ (ୱାର୍ଡ ସଭ୍ୟ), ଦୁଶାସନ ସାମଲ, ବାବାଜୀ ମହାରଣା, ବଳରାମ ସ୍ୱାଇଁ, ଗଙ୍ଗାଧର ସ୍ୱାଇଁ, ଅର୍ଜୁନ ପାଲ, ଗଗନ ନାୟକ, ଦୁଶାସନ ଭୁତିଆ, ଦୋଳଗୋବିନ୍ଦ ଭୁତିଆ, ପ୍ରଭାକର ଭୁତିଆ, ଜଗବନ୍ଧୁ ଜେନା, ଲକ୍ଷ୍ମୀଧର ଜେନା, ଶ୍ରୀରାମ ସାହୁ, ମୁରଲୀ ଭୁତିଆ, ବନମାଳୀ ନାୟକ, ଶ୍ୟାମସୁନ୍ଦର ବାଣ୍ଠ, ଲମ୍ବୋଧର ନାୟକ, ବାବାଜୀ, ଖତୁଆ, ବୈରାଗି ଜେନା, ପ୍ରଭାତ ଭୁତିଆ, କୀର୍ତନ ଜେନା, କେଶବ ପରିଡା, ମଦନ ମୋହନ ସାହୁ, ଗଣେଶ ଚନ୍ଦ୍ର ଦାସ, ମାୟାଧର ଦାସ, ଗଙ୍ଗାଧର ଦାସ, ରଘୁନାଥ ସାହୁ, ସୁର୍ଯ୍ୟମଣି ନାୟକ, ନରେନ୍ଦ୍ର ପଣ୍ଡା, ଅଭୟ ଦଳେଇ, ରଘୁନାଥ ଦଳେଇ, ଚୈତନ୍ୟ ମହାନ୍ତି, ମୃତ୍ୟୁଞ୍ଜୟ ପଣ୍ଡା, ଅକ୍ଷୟ ଦଳେଇ, ପ୍ରଫୁଲ୍ଲ ନାୟକ, ଗଦାଧର ନାୟକ, କାର୍ତିକ ସାମଲ, ସନାତନ ସାମଲ, ଅଜୟ ସାମଲ, ଗଗନ ସାମଲ, ବଟକୃଷ୍ଣ ଜେନା, ସୁଦର୍ଶନ ବାରିକ, ଚକ୍ରଧର ବାରିକ, ବିଷ୍ଣୁ ଚରଣ ବେହେରା, ଭୀମସେନ ଜେନା, ସୁଧାକର ମଳିକ, ସଦାନନ୍ଦ ବେହେରା, ନାରଣ ସେଠୀ, ତପନ ପରିଡା, ଅଭିମନ୍ୟୁ ପରିଡା, ଭଗବାନ ନାୟକ, ଗଦାଧର ଗାହାଣ, ଲମ୍ବୋଧର ପାଲ, ଧ୍ରୁବ ଚରଣ ପାଲ, ଶଙ୍କର୍ଷଣ କୁଣ୍ଡୁ, ମନୋରଞ୍ଜନ କୁଣ୍ଡୁ,

ହରିହର ବେହେରା, ଜଗବନ୍ଧୁ ଜେନା, କୁମର ବେହେରା, ରମେଶ ସାମଲ, ପ୍ରଭାକର ସାମଲ, ରାଜନ ସାମଲ, ସୁବ୍ରତ କୁଣ୍ଡୁ, ଧନେଶ୍ୱର ପରିଡା, ଟୁକୁ ସାମଲ, ମନମୋହନ ସାମଲ, କାଠିଆ ବାରିକ, ଅଭିମନ୍ୟୁ ତରେଇ, ଶ୍ୟାମସୁନ୍ଦର ଦାସ, ବିଭାସ ବେହେରା, ସୁଶାନ୍ତ ଦଳେଇ, ରବିନ୍ଦ୍ର ଦଳେଇ, ମହେନ୍ଦ୍ର ଦଳେଇ, କାଳନ୍ଦୀ ଦଳେଇ, ପାକନ ଜେନା, ଅଭିମନ୍ୟୁ ଜେନା, ଲକ୍ଷ୍ମୀଧର ଜେନା, ବିଶ୍ୱନାଥ ଦାସ, କ୍ଷେତ୍ରବାସୀ ନାୟକ, ସୁବାଷ ଜେନା, ମକରଧ୍ୱଜ ପଣ୍ଡା, ନବଘନ ନାୟକ, ବିଶ୍ୱନାଥ ସାହୁ, ଗଜେନ୍ଦ୍ର ନାଏକ, ଶୁକ ସାମଲ, ବାଦଲ ବାଣ୍ଠ, ରମାକାନ୍ତ ପଲାର, ସଂଜୁଆ ନାଏକ, ନିଧିଆ ନାଏକ, ପଦ୍ମନାଭ କର, ରବିନ୍ଦ୍ର ପଣ୍ଡା, ଶାନ୍ତନୁ ପଣ୍ଡା, ବାବନ ପଲାର, ପ୍ରଫୁଲ୍ଲ ଦଳାଇ, କାଳିଆ ଦଳାଇ, ବାବୁ ଦଳାଇ ପ୍ରମୁଖ ଯୋଗଦେଇଥିବାବେଳେ ଗୌରପୁର ପଂଚାୟତ ଇଚ୍ଛାପୁର ଗ୍ରାମର ଶରତ ମହାରଣା, ଅଶୋକ ମହାରଣା, ରଥକୃଷ୍ଣ ନାୟକ, ଶ୍ରୀକାନ୍ତ ରାଉତ, ଗୋପିନାଥ ସାହୁ, ଲକ୍ଷ୍ମୀଧର ଭୋଇ, ଅମରେଶ ଖଣ୍ଡାଇ, ପ୍ରଦୀପ କୁମାର ଜେନା, ମଙ୍ଗଳପୁର ଗ୍ରାମର ପ୍ରଫୁଲ୍ଲ କୁମାର ପଣ୍ଡା, ଗଦାଧର ବେହେରା, ଅକ୍ଷୟ କୁମାର ମଳିକ, ଘଡରା ହାତୀ, ବିଦ୍ୟାଧର ଦେଉରୀ, ଶତ୍ରୁଘ୍ନ ହାତୀ, ପୂର୍ବତନ ସମିତି ସଭ୍ୟ କେଶବ ସାମଲ, ଘୁଡୁର ହାତୀ, ମଙ୍ଗୁଳି ନାଏକ, ଶୁକଦେବ ବେହେରା, ଦୁଜା ହାତୀ, ଫକିରା ଦେହୁରୀ, ବାବୁଲା ଦାସ, ଦୁଃଶାସନ ଦେହୁରୀ, ନାରଣ ଖଟୁଆ, ମାଧବାନନ୍ଦ ବେହେରା, ମକରା ଖଟୁଆ, ଭରତ ଖଟୁଆ, ବଳରାମ ଦେହୁରୀ, ଗୋବରା ଦେହୁରୀ, ନାଣ୍ଡୁ ଦେହୁରୀ ଏବଂ ପାଟରଙ୍ଗା ପଂଚାୟତରୁ ପାଟରଙ୍ଗା ଗ୍ରା.ପ.ର ପୂର୍ବତନ ସରପଂଚ ଶରତ କୁମାର ପାତ୍ର, ଅଶୋକ କୁମାର ସେଠୀ, ସୁଦାମ ଚରଣ ସେଠୀ, ଅଲେଖ ଦାସ, ହାଡିବନ୍ଧୁ ସେଠୀ, ସହଦେବ ବେହେରା, ସନ୍ତୋଷ କୁମାର ନାୟକ, କଳାକାର ରାଉତ, ବିଦ୍ୟାଧର ଦାସ, ସୁଶାନ୍ତ ବିହାରୀ, ରମାକାନ୍ତ ପାତ୍ର ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେଇଥିଲେ । ଆୟୋଜିତ ମିଶ୍ରଣ ପର୍ବରେ କୋରେଇ ବିଜେପିର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button