ରାଜ୍ୟ

ଅନେକ ସମୟରେ ହଠାତ ମନୁଷ୍ୟକୁ ଏପରି ପ୍ରତୀତ ହୋଇଥାଏ ଯେ ସେ ସବୁ କର୍ଯ୍ୟରେ ଅସଫଳ ହେଉଛି , ମାନସିକ ଚିନ୍ତା ଦୁଶ୍ଚିନ୍ତା ଘାରୁଛି । ଏହାବ୍ୟତୀତ ଏପରି ହୋଇଥାଏ ଯେ ବିନା କାରଣରେ ଟଙ୍କା ଖର୍ଚ୍ଚ ହୋଇଯାଏ । ତେବେ ଏସବୁ ଘଟଣା ମନୁଷ୍ୟର ନିଜ ଭୁଲ ପାଇଁ ହିଁ ହୋଇଥାଏ । ଯେଉଁ ସବୁ ଭୁଲ ଏବଂ ତାହାର ପ୍ରତିକାର ବିଷୟରେ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ସକାରାତ୍ମକତା ଏବଂ ନକରାତ୍ମକତା ସହିତ ଜଡ଼ିତ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମନୁଷ୍ୟର ପ୍ରତ୍ୟେକ କାମ କରିବାର ନିୟମ ବିଷୟରେ କୁହାଯାଇଛି । ଯାହାକୁ ଯଦି ମଣିଷ କରେ ତେବେ ତାକୁ ଭଲ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ କୌଣସି କାମରେ ବାହାରକୁ ଯାଇଛନ୍ତି ଏବଂ ଘରକୁ ଆସୁଛନ୍ତି ତେବେ ଆପଣ ଧାରଣ କରିଥିବା ପୋଷାକ ସହିତ ଅନେକ ନକରାତ୍ମକତା ମଧ୍ୟ ଘରକୁ ପ୍ରବେଶ କରିଥାଏ । କେବଳ ନକରାତ୍ମକତା ନୁହେଁ ଅନେକ ଜୀବାଣୁ ମଧ୍ୟ ଘରକୁ ଆସିଥାଏ । ଘରକୁ ଆସି ଯଦି ଆପଣ ତାହାକୁ କୌଣସି ଭୁଲ ସ୍ଥାନରେ ରଖି ଦିଅନ୍ତି ତେବେ ତାହା ଆପଣଙ୍କ ଜୀବନ ଏବଂ ପରିବାର ଉପରେ ପ୍ରଭାବ ପକାଇ ଥାଏ । ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଏବଂ ଧନ ହାନୀ , କଳହ ଏବଂ କ୍ଳେଶ ଭଳି ସମସ୍ୟା ଦେଖା ଦେଇଥାଏ । ମନୁଷ୍ୟ ଧାରଣ କରୁଥିବା ପୋଷାକ ନା କେବଳ ଶରୀରକୁ ଢାଙ୍କିବା କାମ କରିଥାଏ , ବରଂ ତାହା ମନୁଷ୍ୟର ବ୍ୟକ୍ତିତ୍ୱ ଏବଂ ସ୍ୱଭାବକୁ ମଧ୍ୟ ଦର୍ଶାଇ ଥାଏ । ଯଦି ଆପଣ ଛିଡ଼ା କପଡ଼ା ପିନ୍ଧନ୍ତି ତେବେ ଆପଣଙ୍କ ମାନସିକ ଦୁଶ୍ଚିନ୍ତା ଆସିଥାଏ । ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ନକରାତ୍ମକତା ଆସିଥାଏ । ଏହାବ୍ୟତୀତ ମଇଳା କପଡ଼ା ହିଁ ନକରାତ୍ମକତାର ପ୍ରତୀକ ଅଟେ । ଛିଡ଼ା ପୋଷାକ ପିନ୍ଧିବା ଦ୍ୱାରା ଶାରୀରିକ ଅସୁସ୍ଥତା ଦେଖା ଦେଇଥାଏ । ମନୁଷ୍ୟ ପରିଷ୍କାର ପୋଷାକ ପିନ୍ଧିବା ଦ୍ୱାରା ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସିବି ପୋଷାକ ଯାହାକୁ ବୁଣିବା ପରେ ରଖା ଯାଇଥାଏ , ତାହା ଉପରେ ବୁଧ ଗ୍ରହ ନିଜର ଆଧିପତ୍ୟ ରଖିଥାଏ । ଯେତେବେଳେ ସେହି ସବୁ ସୂତାକୁ ଏକତ୍ର କରି ପୋଷାକ ତିଆରି କରାଯାଏ , ସେତେବେଳେ ତାହା ଶୁକ୍ର ଶ୍ରେଣୀରେ ଆସିଯାଏ । ଯେତେବେଳେ ତାହାକୁ ସେଲେଇ ପାଇଁ କଟା ଯାଏ , ସେତେବେଳେ କଇଁଚିର ବ୍ୟବହାର କରାଯାଏ । କଇଁଚି ମଙ୍ଗଳ ଗ୍ରହର ପ୍ରତୀକ ମାନା ଯାଇଥାଏ । ଏହାପରେ ଚନ୍ଦ୍ର ରୂପୀ ଛୁଞ୍ଚିରେ ତାହାକି ସିଲେଇ କରାଯାଏ । ପୋଷାକ ଯେତେବେଳେ ତିଆରି ହୋଇ ପିନ୍ଧିବା ଯୋଗ୍ୟ ହୋଇଯାଏ , ସେତେବେଳେ ତାହା ଶନିଙ୍କ ପ୍ରତୀକ ହୋଇଯାଏ । ମାତ୍ର ମଇଳା କପଡ଼ା ପିନ୍ଧିବା ଦ୍ୱାରା ଏହି ସବୁ ଗ୍ରହ ଜନିତ ଦୋଷର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମଇଳା ପୋଷାକ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଉଥିବା ବେଳେ , ଛିଡ଼ା ପୋଷାକ ଦୁର୍ଭାଗ୍ୟ ନେଇ ଆସିଥାଏ । ଶୁକ୍ର ସୁଖ ଶାନ୍ତିର ପ୍ରତୀକ ହୋଇଥାଏ । ତେଣୁ ଶୁକ୍ର ଗ୍ରହର କ୍ରୋଧରୁ ରକ୍ଷା ପାଇବା ପାଇଁ ଛିଡ଼ା ପୋଷାକ ଆଦୋୖ ପିନ୍ଧିବା ଉଚିତ ନୁହେଁ । କୌଣସି ଶୁଭ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ଛିଡ଼ା ପୋଷାକ ଆଦୋୖ ପିନ୍ଧନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଶନିବାର ଦିନ ନୂଆ ପୋଷାକ ଧାରଣ କରିବା ଉଚିତ ନୁହେଁ । ନୂଆ ପୋଷାକ ସୋମବାର , ବୁଧବାର ଏବଂ ଶୁକ୍ରବାର ଧାରଣ କରି ପାରିବେ । ରାତି ସମୟରେ ନୂଆ ପୋଷାକକୁ ବାହାରେ ଛାଡ଼ିବା ଉଚିତ ନୁହେଁ । ବାହାରୁ ଆସିଲେ ପିନ୍ଧିଥିବା ପୋଷାକକୁ ବାହାର କରି ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ । ବାହାରେ ଥିବା ସମୟରେ ପୋଷାକ ସଂସ୍ପର୍ଶରେ ଆସିଥିବା ନକରାତ୍ମକ ଶକ୍ତି ଦକ୍ଷିଣ ପୂର୍ବ ଦିଗରେ ପୋଷାକକୁ ରଖିବା ଦ୍ୱାରା ଏହି ଶକ୍ତି ସକ୍ରିୟ ହୋଇଯାଏ । ଯାହାଦ୍ୱାରା ଘର ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଘରେ କଳହ , କ୍ଳେଶ , ଧନ ହାନୀ ଏବଂ ରୋଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ରାହୁ ଦୋଷ ଲାଗିଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ମଇଳା ପୋଷାକକୁ ସର୍ବଦା ପଶ୍ଚିମ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ଯାହାଦ୍ୱାରା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ । ମଇଳା ପୋଷାକକୁ କେବେ ରାତିରେ ଧୋଇବା ଉଚିତ ନୁହେଁ । ପୋଷକକୁ ସର୍ବଦା ସୂର୍ଯ୍ୟ କିରଣରେ ଶୁଖାଇବା ଉଚିତ । ଯାହାଦ୍ୱାରା ନକରାତ୍ମକତା ସୂର୍ଯ୍ୟ କିରଣରେ ନଷ୍ଟ ହୋଇଥାଏ । ଏହାବ୍ୟତୀତ ପୋଷାକରେ ଥିବା ଜୀବାଣୁ ଏବଂ ଖରାପ ନଜର ମଧ୍ୟ ନଷ୍ଟ ହୋଇଯାଏ ।

ବନ୍ଧୁଗଣ ଆମେ ପ୍ରାୟତଃ ଏହି ଭ୍ରମ ରେ ରହିଥାଉ କି କିଏ ଜଣେ ଭୁତ ପ୍ରେତ ଅଛନ୍ତି କି ନାହିଁ? କାରଣ ଅନେକ ଲୋକ ଏହା ମାନି ଥାନ୍ତି କି ଭୁତ ପ୍ରେତ କିଛି ନଥାନ୍ତି ଏସବୁ ମନ ଗଢ଼ା କଥା ହୋଇ ଥାଏ | ଏହା ସବୁ କାଳ୍ପନିକ ଅଟେ କିନ୍ତୁ ସତ୍ୟ ଏହା ଅଟେ କି ଭୁତ ପ୍ରେତ ଅଛନ୍ତି | ପୁରାଣ ଅନୁସାରେ ଭଲ ଏବଂ ଖରାପ ଉଭୟ ରହିଛି | ଖରାପ ଶକ୍ତି ଏବଂ ଭଲ ଶକ୍ତି ମଧ୍ୟ ନିଶ୍ଚିନ୍ତ ଅଛନ୍ତି | ତେବେ ଆସନ୍ତୁ ଜାଣିବା ସେହି 5 ଭୁଲ ବିଷୟରେ ଯାହା କରିବା ଆଦୌ ଉଚିତ ନୁହେଁ ;

1. କେବେ ବି କୌଣସି ଗଛ ମୂଳ ରେ ପରିସ୍ରା କରିବା ଉଚିତ ନୁହେଁ | ପ୍ରାୟତଃ ଆମେ କୌଣସି ବି ସ୍ଥାନ ରେ ପରିସ୍ରା ଏବଂ ଛେପ ପକେଇ ଦେଇଥାଉ | ଏମିତି ରେ ଯଦି ଆପଣ ଭୂମି ରେ କିମ୍ବା ପଥର ରେ ପରିସ୍ରା କରୁଛନ୍ତି ତେବେ ସତର୍କ ହେଇଯାନ୍ତୁ | ପରିସ୍ରା କରିବା ସମୟ ରେ ଧ୍ୟାନ ର ସହ ଦେଖିନିଅନ୍ତୁ କି ସେହି ଠାରେ କୌଣସି ସ୍ମଶାନ କିମ୍ବା ମନ୍ଦିର ଯେମିତି ନଥିବ | ଯଦି ବି ସେହି ଜାଗା ରେ ସବୁ କିଛି ସମାନ୍ୟ ରହିଥାଏ ତେବେ ବି ଗାୟତ୍ରୀ ମନ୍ତ୍ର ପାଠ କରିବା ପରେ ପରିସ୍ରା କରିବା ଉଚିତ | ଏହି ପରି କରିବା ଦ୍ୱାରା ସେହିଠାରେ ଥିବା ନକାରାତ୍ମକ ଶକ୍ତି ଆପଣଙ୍କର କିଛି ଅସୁବିଧା କରିପାରନ୍ତି ନାହିଁ |

2. ଯଦି ଆପଣ କୌଣସି ଜାଗାକୁ ବୁଲିବାକୁ ଯାଉଛନ୍ତି ଏବଂ ପୁରୁଣା କୋଠା ରେ ନିଜ ବନ୍ଧୁ ଙ୍କ ଡାକୁଥାନ୍ତି ତେବେ ଟିକିଏ ସାବଧାନ ହୋଇଯାନ୍ତୁ | କାରଣ ଗୋଟିଏ ନାମ ରେ ଅନେକ ଲୋକ ରହିଥାନ୍ତି ତେବେ ଏହି ନାମ ଶୁଣିବା ମାତ୍ରେ ଭାବିଥାନ୍ତି କି ତାଙ୍କୁ କେହି ଡାକୁଛନ୍ତି | ଏବଂ ସେ ଆପଣଙ୍କ ପଛେ ପଛେ ଆପଣଙ୍କ ଘରକୁ ଚାଲି ଆସନ୍ତି | ଏମିତି ରେ ସେ ଆପଣଙ୍କୁ ଧୀରେ ଧୀରେ ନିଜର ଶିକାର ବନେଇ ନିଅନ୍ତୁ | ଏବଂ ଏହାର ପ୍ରଭାବ ନିକଟ ଭବିଷ୍ୟତ ରେ ଦେଖିବାକୁ ମିଳିବ, ତେବେ ଏହିପରି ଶୂନଶାନ୍ ଜାଗା ରେ କିମ୍ବା ନିଛାଟିଆ ଜାଗାରେ କେବେ କାହାର ନାମ ନେଇ ଜୋରେ ଜୋରେ ଡାକିବା ଉଚିତ ନୁହେଁ |

3.ଯେତେବେଳେ ଆପଣ ମିଠା ଖାଇକି କୁଆଡେ ଯାନ୍ତି ତ ଆପଣଙ୍କ ମୁଖ ରୁ ମିଠା ସୁଗନ୍ଧ ବାହାରିଥାଏ | ଏହା ଖରାପ ଶକ୍ତି କୁ ନିମନ୍ତ୍ରଣ କରିଥାଏ | ତେବେ ଏହି ବାସ୍ନା ରୁ ଭୁତ ପ୍ରେତ ଯେଉଁ ଆତ୍ମା ଙ୍କର ମରିବା ପୂର୍ବରୁ ଏହି ମିଠା ଖାଇବା ଇଛା ରହିଯାଇ ଥାଏ | ସେ ଏହି ସୁଗନ୍ଧ ରେ ଆକର୍ଷିତ ହୋଇ ଆପଣଙ୍କ ସହ ଆପଣଙ୍କ ଘରକୁ ଚାଲି ଆସନ୍ତି | ଏହା ଭାବିକି କି ଆପଣ ଆଉ ଥରେ ମିଠା ଖାଇବେ ଏବଂ ଏହା ଦ୍ୱାରା ସେ ଏହାର ଅନୁଭୂତି ନେଇପାରିବେ | ତେଣୁ ମିଠା ଜିନିଷ ଖାଇ କୌଣସି ଏକୁଟିଆ ସ୍ଥାନ କୁ କି ନିଛାଟିଆ ସ୍ଥାନ ଯିବା ଉଚିତ ହୋଇନଥାଏ |

4.ଅଧିକାଂଶ ଖରାପ ଶକ୍ତି ମହିଳାଙ୍କୁ ଗ୍ରାସ କରିଥାନ୍ତି, ଏମିତି ରେ ଅନେକ ମହିଳା କୌଣସି ଶୂନଶାନ ଜାଗା କୁ କିମ୍ବା ଏକୁଟିଆ ସ୍ଥାନ କୁ ଯିବା ସମୟ ରେ ଖୋଲା କେଶ କରିବା ଉଚିତ ନୁହେଁ | କାରଣ ଖୋଲା କେଶ ଭୁତ ପ୍ରେତ ଙ୍କୁ ବହୁତ ଆକର୍ଷିତ କରିଥାଏ, ରାତି ରେ ଶୋଇବା ସମୟ ରେ କିମ୍ବା ବାହାରକୁ ଯିବ ସମୟ ରେ ମହିଳା ନିଜ କେଶ ବାନ୍ଧିକି ଯିବା ଉଚିତ ହୋଇଥାଏ | ସେଥିପାଇଁ ମନ୍ଦିର ରେ ପ୍ରବେଶ କରିବା ସମୟ ରେ କିମ୍ବା ଭୁତ ଛଡ଼େଇବା ସମୟ ରେ ସର୍ବ ପ୍ରଥମେ ମହିଳାଙ୍କୁ କେଶ ବାନ୍ଧିବାକୁ ଆଦେଶ ଦିଆଯାଇଥାଏ | ରାତି ରେ ଆଇନା ଦେଖିବା ଉଚିତ ନୁହେଁ ଏବଂ ସ୍ମଶାନ ଘାଟ କୁ ପରଫ୍ୟୁମ ଲଗେଇକି ଯିବା ଉଚିତ ନୁହେଁ |

5. ବନ୍ଧୁଗଣ ରାତି 12 ଟା ପରେ ଏବଂ 3 ଟା ପରେ ପତ୍ନୀ ପତି ଙ୍କୁ ନଗ୍ନ ହୋଇ ଶାରୀରିକ ସମ୍ବଦ୍ଧ ବନେଇବା ଉଚିତ ନୁହେଁ | ଏହା ଦ୍ୱାରା ଭୁତ ପ୍ରେତ ଆକର୍ଷିତ ହୋଇଥାନ୍ତି ଏବଂ ହେବାକୁ ଥିବା ସନ୍ତାନ ଉପରେ ଏହା ର କୁ ପ୍ରଭାବ ଦେଖିବାକୁ ମିଳିଥାଏ | ଏମିତି ରେ ସେମାନେ ସନ୍ତାନକୁ ବହୁତ କଷ୍ଟ ଦେଇଥାନ୍ତି ଏବଂ ଆପଣଙ୍କ ଖୁସି ରେ ବିତୁଥିବା ଜୀବନ କୁ ନଷ୍ଟ କରିଦେଇ ଥାନ୍ତି | ରାତି ରେ ଭୁତ ପ୍ରେତ ବିଷୟରେ କଥା ହେବା ମଧ୍ୟ ଉଚିତ ନୁହେଁ..

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button