ଜ୍ୟୋତିଷ

ମନ୍ଦିରରେ ଭଗବାନଙ୍କ ଉପରେ ଚଢାଯାଇଥିବା ହାର-ଫୁଲ ମିଳିଲେ ତାକୁ କଣ କରିବା ଉଚିତ୍ ?

କୁହାଯାଏ କି ମନ୍ଦିରରେ ହାର-ଫୁଲ ମିଳିଲେ ତାହା ନିର୍ମାଲ୍ୟ ପରି ମହତ୍ତ୍ଵ ଅଟେ।

ହିନ୍ଦୁଧର୍ମ ଶାସ୍ତ୍ର ଗ୍ରନ୍ଥରେ ଅଲଗା ଅଲଗା କଥା କୁହାଯାଇଛି। ସବୁବେଳେ ଲୋକମାନେ ମନ୍ଦିର ଯାଆନ୍ତି, ମନ୍ଦିରର ପୂଜାରୀ ଭଗବାନଙ୍କ ଉପରେ ଚଢାଯାଇଥିବା ଫୁଲକୁ ପ୍ରସାଦ ସହିତ ଦିଅନ୍ତି। ତାକୁ ଆଶୀର୍ବାଦ ଭାବି ଲୋକମାନେ ଘରକୁ ନେଇ ଯାଆନ୍ତି , କିନ୍ତୁ ଯେତେବେଳେ ସେହି ଫୁଲ ସୁଖୀ ଯାଏ ସେତେବେଳେ ସବୁଠାରୁ ଚିନ୍ତା ହୁଏ ଯେ ସେହି ଫୁଲକୁ କଣ କରାଯିବ। କାଲେ ଅଶୁଭ ହେବ ଜାଣି ତାକୁ ପକାଇବାକୁ ଭୟ କରନ୍ତି। ଆମର ଶାସ୍ତ୍ରରେ ଏହାର ସମାଧାନ ମଧ୍ୟ ଦିଆଯାଇଛି। ଉଜ୍ଜେନର ପଣ୍ଡିତଙ୍କ ଅନୁସାରେ ଭଗବାନଙ୍କ ଉପରେ ଚଢାଯାଇଥିବା ଫୁଲକୁ ୨-୩ଟି ଉପାୟରେ ରଖିପାରିବେ।

ପଣ୍ଡିତଙ୍କ ମତରେ ଭଗବାନଙ୍କ ଉପରେ ଚଢାଯାଇଥିବା ଫୁଲ ମିଳିଲେ ତାହା ପ୍ରଥମେ ଘରକୁ ନେଇ ଯେଉଁଥିରେ ଗହଣା ଓ ଟଙ୍କା ପଇସା ରଖୁଛନ୍ତି ସେହି ଆଲମୀରାରେ ରଖିପାରିବେ। ଯଦି ପ୍ରସାଦରେ ଫୁଲ ଦିଆଯାଇଛି ତେବେ ତାକୁ ମଧ୍ୟ ଆଲମୀରାରେ ରଖିପାରିବେ। ଫୁଲ ଶୁଖିଗଲେ ତାକୁ ନ ଫୋପାଡି କୌଣସି ଛୋଟ ଥଳି, ବସ୍ତ୍ର ଓ କାଗଜରେ ମଧ୍ୟ ବାନ୍ଧି କରି ରଖିପାରିବେ।

 

ଯଦି ଆପଣ କେଉଁଠାକୁ ଯାତ୍ରା କରିବାକୁ ଯାଇଛନ୍ତି ସେଠାରେ କୌଣସି ମନ୍ଦିରରେ ଭଗବାନଙ୍କ ଉପରେ ଚଢାଯାଇଥିବା ହାର-ଫୁଲ ମିଳେ ତାକୁ କିପରି ରଖିବେ ବୋଲି ସମସ୍ୟା ଦେଖାଯାଏ। ତେଣୁ ସେହିସ୍ଥାନରେ ଆପଣ ସେହି ଫୁଲକୁ ହାତରେ ଧରି ଭଲରେ ଶୁଙ୍ଘି ଦିଅନ୍ତୁ। ସୁଙ୍ଘିବା ପରେ ଫୁଲକୁ କୌଣସି ଗଛର ଖୋପରେ, ପୋଖରୀରେ ଓ ନଦୀରେ ଭସାଇ ଦିଅନ୍ତୁ। ଫୁଲକୁ ଶୁଙ୍ଘିବା ଦ୍ଵାରା ଆପଣ ସେହି ଫୁଲରେ ଥିବା ସକାରାତ୍ମକ ଊର୍ଜାକୁ ନିଜ ଶରୀର ମଧ୍ୟକୁ ପ୍ରବେଶ କରିବେ। ଏହାପରେ ଫୁଲକୁ ରଖିବା ଜରୁରୀ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button