ଦେଶ- ବିଦେଶ

ଭଗବାନ ଶ୍ରୀ କୃଷ୍ଣ ମହାଭାରତ ଯୁଦ୍ଧରେ ଅଭିମନ୍ୟୁକୁ କାହିଁକି ବଞ୍ଚାଇ ନ ଥିଲେ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମହାଭାରତର କାହାଣୀ ସହିତ ଆପଣ ସମସ୍ତେ ପରିଚିତ ଥିବେ । ତଥାପି ଏହା ସହିତ ଜଡିତ ଏମିତି ବହୁତ କଥା ଅଛି ଯାହାକୁ ଆପଣମାନେ ଜାଣି ନାହାନ୍ତି କିମ୍ବା ସେହି ରହସ୍ୟକୁ ଆପଣ କେବେ ବି ବୁଝି ପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଆଜି ଆପଣମନଙ୍କୁ କହିବୁ କି ବହୁତ ଶକ୍ତିଶାଳୀ ହେବା ସତ୍ତ୍ୱେ ମଧ୍ୟ କାହିଁକି ଶ୍ରୀ କୃଷ୍ଣ ଭଉଣୀ ସୁଭଦ୍ରା ଏବଂ ମହାରଥୀ ଅର୍ଜୁନଙ୍କର ପୁତ୍ର ଅଭିମନ୍ୟୁଙ୍କୁ ମୁର୍ତ୍ୟୁ ମୁଖରୁ ବଞ୍ଚାଇଲେ ନାହିଁ । ଏହା ପଛରେ ଥିବା ରହସ୍ୟକୁ ଆମେ ସଂକ୍ଷେପରେ ଆପଣମାନଙ୍କୁ କହିବାକୁ ଯାଉଛୁ ।

ଯେତେବେଳେ ବି ଏହି ସୃଷ୍ଟିରେ ଅଧର୍ମ ବଢିବାକୁ ଲାଗେ ସେତେବେଳେ ଭଗବାନ କୌଣସି ନା କୌଣସି ଅବତାର ନେଇ ଧର୍ମର ରକ୍ଷା କରନ୍ତି । କିଛି ଏମିତି ହିଁ ହୋଇଥିଲା ଦ୍ଵାପର ଯୁଗରେ । ଯେତେବେଳେ ପୃଥିବୀରେ ପାପର ମାତ୍ରା ବଢିବାକୁ ଲାଗିଲା ସେହି ସମୟରେ ଭଗବାନ ବିଷ୍ଣୁ ଶ୍ରୀ କୃଷ୍ଣଙ୍କର ଅବତାର ନେଇଥିଲେ । ଏହା ସହିତ ତାଙ୍କର ସାହାର୍ଯ୍ୟ ନିମନ୍ତେ ଅନ୍ୟ ସମସ୍ତ ଦେବା ଦେବୀଙ୍କୁ ବି ବ୍ରହ୍ମାଙ୍କର ଆଦେଶ ଥିଲା କି ସେମାନେ ନିଜେ କିମ୍ବା ତାଙ୍କର ପୁତ୍ରମାନେ ଏହି ପୃଥିବୀରେ ଅବତାର ନିଅନ୍ତୁ ଏବଂ ଭଗବାନ କୃଷ୍ଣଙ୍କୁ ଧର୍ମ ରକ୍ଷାରେ ସାହାର୍ଯ୍ୟ କରନ୍ତୁ ।

ଏହି ଆଦେଶକୁ ଯେତେବେଳେ ଚନ୍ଦ୍ରମା ଶୁଣିଲେ କି ତାଙ୍କର ପୁତ୍ରକୁ ବି ପୃଥିବୀରେ ଜନ୍ମ ନେବାର ଆଦେଶ ମିଳିଛି ତେବେ ସେ ବ୍ରହ୍ମାଙ୍କର ଆଦେଶକୁ ମାନିବାକୁ ମନା କରିଦେଲେ । କହିଦେଉଛୁ ଯେ ଚନ୍ଦ୍ରମାଙ୍କର ଇଚ୍ଛା ନଥିଲା କି ତାଙ୍କ ପୁତ୍ର ବର୍ଚା ପୃଥିବୀରେ ଜନ୍ମ ନେଇ ମହାଭାରତର ଯୁଧ୍ୟ ଲଢୁ । କିନ୍ତୁ ଏହା ପରେ ସମସ୍ତ ଦେବା ଦେବୀଙ୍କର କହିବା ପରେ ତାଙ୍କର ପୁତ୍ର ଅଭିମନ୍ୟୁ ରୂପରେ ଜନ୍ମ ଗ୍ରହଣ କଲେ ।

ଆପଣଙ୍କୁ କହିଦେଉଛୁ ଯେ ନିଜ ପୁତ୍ରକୁ ପୃଥିବୀ ପୃଷ୍ଠରେ ପଠାଇବା ସମୟରେ ଚନ୍ଦ୍ରମା ସମସ୍ତ ଦେବା ଦେବୀଙ୍କ ସହ ଏହି ସର୍ତ୍ତ ରଖିଲେ କି “ମୋର ପ୍ରିୟ ପୁତ୍ରକୁ ମୁଁ ପଠାଇବାକୁ ଚାହୁଁନାହିଁ “ କିନ୍ତୁ ଏହି କାମରେ ପଛକୁ ଫେରିବା ବି ଉଚିତ ନୁହେଁ । ସେଥିପାଇଁ ବର୍ଚା ମନୁଷ୍ୟ ରୂପରେ ଜନ୍ମ ନେବ, ପରନ୍ତୁ ସେ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ ।

ମୋର ପୁତ୍ର ଅର୍ଜୁନଙ୍କର ପୁତ୍ର ହେବ ଏବଂ ନାରାୟଣଙ୍କର ଅନୁପସ୍ଥିତିରେ ମୋର ପୁତ୍ର ଚକ୍ରବ୍ୟୁହକୁ ଭେଦ କରି ପ୍ରବେଶ କରିବ ଏବଂ ଘୋର ଯୁଦ୍ଧ କରି ବଡ ବଡ ମହାରଥୀଙ୍କୁ ଚକିତ ବି କରିଦେବ ଏବଂ ଏହା ପରେ ସନ୍ଧ୍ୟା ସମୟରେ ମୋ ସହିତ ଦେଖା କରିବା ପାଇଁ ଚାଲି ଆସିବ । ଏହି କାରଣରୁ ମହାଭାରତ ଯୁଧ୍ୟ ସମୟରେ ଦ୍ରୋଣାଚାର୍ଯ୍ୟଙ୍କ ଚକ୍ରବ୍ୟୁହକୁ ଭେଦି ଅଭିମନ୍ୟୁ ଦିନସାରା ଯୁଧ୍ୟ କରିବା ପରେ କୌରବଙ୍କର ହାତରେ ଚକ୍ରବ୍ୟୁହ ଭିତରେ ହିଁ ବୀରଗତିକୁ ପ୍ରାପ୍ତ ହୋଇଗଲେ । ଚନ୍ଦ୍ରମା ସର୍ତ୍ତ ରଖିଥିଲେ ସେଥିପାଇଁ ଭଗବାନ ଶ୍ରୀ କୃଷ୍ଣ ବି ଅଭିମନ୍ୟୁଙ୍କର ନିୟତିରେ ହସ୍ତକ୍ଷେପ କରିଲେ ନାହିଁ ଏବଂ ତାଙ୍କୁ ବଞ୍ଚାଇଲେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button