ଜ୍ୟୋତିଷ

ଏକ ଏମିତି ଶକ୍ତିପୀଠ ଯେଉଁଠି ପୂଜା ପାଏ ଦେବୀ ମାଙ୍କ ଯୋନି- ଏବଂ ପ୍ରସାଦରେ ମିଳେ ରକ୍ତରେ ଭିଜା କପଡା, ଜାଣନ୍ତୁ ଏହା ସହିତ ଜଡିତ କିଛି ଅଭୁତ ରହସ୍ୟ

ଆମର ଦେଶକୁ ଧାର୍ମିକ ଦେଶ ବୋଲି କୁହାଯାଏ । ଏଠାରେ ବହୁତ ଚମତ୍କାରୀ ଓ ପ୍ରାଚୀନ ମନ୍ଦିର ଅଛି ଯାହା ପ୍ରତି ଲୋକଙ୍କର ଆସ୍ଥା ଦେଖିବାକୁ ମିଳିଥାଏ । ଏହି ଚମତ୍କାରୀ ମନ୍ଦିର ମଧ୍ୟରୁ ଗୋଟିଏ କାମାକ୍ଷା ଶକ୍ତି ପୀଠ ଅଟେ । କାମାକ୍ଷା ମନ୍ଦିର ଗୌହାଟିର ପଶ୍ଚିମରେ ୮ କିଲୋମିଟର ଦୂର ନିଳାଞ୍ଚଳ ପର୍ବତରେ ଅବସ୍ଥିତ । ମାତାଙ୍କର ସବୁ ଶକ୍ତି ପୀଠ ମଧ୍ୟରୁ କାମାକ୍ଷା ଶକ୍ତି ପୀଠକୁ ସର୍ବୋତ୍ତମ କୁହାଯାଏ । ଏମିତି କୁହାଯାଏ କି ଯେବେ ମାତା ସତୀଙ୍କ ପ୍ରତି ଭଗବାନ ଶିବଙ୍କର ମୋହ ଭଙ୍ଗ କରିବାକୁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ରରେ ସତୀଙ୍କର ମୃତ ଶରୀରର ୫୧ ଭାଗ କରିଥିଲେ ସେତେବେଳେ ଯେଉଁ ଯେଉଁ ସ୍ଥାନରେ ମାତା ସତୀଙ୍କର ଶରୀରର ଅଙ୍ଗ ପଡିଥିଲା ତାହା ଶକ୍ତି ପୀଠ ନାମରେ ଜଣାଗଲା ।

ଏମିତି କୁହାଯାଏ କି ଏହି ସ୍ଥାନରେ ମାତାଙ୍କର ଯୋନିର ଭାଗ ପଡିଥିଲା ସେଥିରୁ କାମାକ୍ଷା ମହାପୀଠର ଉତ୍ପତ୍ତି ହୋଇଥିଲା । କାମାକ୍ଷା ଶକ୍ତି ପୀଠ ବହୁତ ଚମତ୍କାରରେ ଭରପୁର ଅଟେ । ଆଜି ଆମେ ଆପଣଙ୍କୁ ଏହା ସହିତ ଯୋଡା ହୋଇଥିବା କିଛି ଏମିତି ରୋଚକ ତଥ୍ୟ ବିଷୟରେ ଜଣାଇବୁ ଯାହା ବିଷୟରେ କେହି ଜାଣିନାହାନ୍ତି ।

 

କାମାକ୍ଷା ଶକ୍ତି ପୀଠ ସହିତ ଯୋଡା ହୋଇଥିବା କିଛି ରୋଚକ ତଥ୍ୟ

୧ । କାମାକ୍ଷା ମନ୍ଦିର ଭିତରେ କୌଣସି ଦେବୀ ମା’ଙ୍କର ପ୍ରତିମୂର୍ତ୍ତି ନାହିଁ । ଏହି ମନ୍ଦିର ଭିତରେ ଦେବୀ ମା’ଙ୍କର ଯୋନି ଭାଗର ପୂଜା ହୋଇଥାଏ । ଏହି ମନ୍ଦିର ଭିତରେ ଗୋଟିଏ କୁଣ୍ଡ ଅଛି ଯିଏ ସବୁବେଳେ ଫୁଲରେ ଘୋଡା ହୋଇଥାଏ ଓ ଏହି ସ୍ଥାନ ପାଖରେ ଗୋଟିଏ ମନ୍ଦିର ଅଛି ଯେଉଁଠି ଦେବୀ ମା’ଙ୍କର ମୂର୍ତ୍ତି ସ୍ଥାପିତ ହୋଇଛି ।

୨ । ଏହି ମନ୍ଦିର ବିଷୟରେ ଗୋଟିଏ ରୋଚକ କଥା କୁହାଯାଏ କି ଏହି ଜାଗାରେ ମା’ଙ୍କର ଯୋନି ଭାଗ ଗଳିଥିଲା ଯେଉଁ କାରଣରୁ ଏଠାରେ ମାତା ପ୍ରତି ବର୍ଷ ୩ ଦିନ ପାଇଁ ରଜଃସ୍ଵଳା ହୁଅନ୍ତି । ଏହି ସମୟରେ ମନ୍ଦିରକୁ ବନ୍ଦ କରାଯାଏ ଓ ୩ ଦିନ ପରେ ମନ୍ଦିରକୁ ଖୋଲା ଯାଇଥାଏ ।

୩ । ଏହି ମନ୍ଦିରରେ ସବୁ ଭକ୍ତଙ୍କୁ ପ୍ରସାଦ ରୂପରେ ଗୋଟିଏ ଓଦା କପଡା ଦିଆଯାଇଥାଏ ଯାହାକୁ ଅମ୍ବୁବାଚୀ ବସ୍ତ୍ର କୁହାଯାଏ। ଏମିତି କୁହାଯାଏ କି ରଜସ୍ଵଳା ହେବା ସମୟରେ ପ୍ରତିମା ଆଖ ପାଖରେ ଧଳା କପଡା ବିଛା ଯାଇଥାଏ । ୩ ଦିନ ପରେ ମନ୍ଦିରର ଦ୍ଵାରା ଖୋଲାଯାଏ ସେତେବେଳେ ସେହି କପଡା ଲାଲ ରଙ୍ଗରେ ଭିଜିଯାଇଥାଏ । ଏହାକୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ରୂପରେ ବଣ୍ଟା ଯାଇଥାଏ ।

ଯଦି ଆପଣ କାମାକ୍ଷା ମନ୍ଦିର ଯିବା ପାଇଁ ଭାବୁଛନ୍ତି ତେବେ ଏଥି ପାଇଁ ସବୁଠୁ ଭଲ ଦିନ ଅକ୍ଟୋବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥାଏ । କାମାକ୍ଷା ମନ୍ଦିରରୁ ହାରାହାରି ୮ କିଲୋମିଟର ଦୂରରେ ଗୌହାଟି ଅଛି ଓ ଏଠାରୁ ଆପଣଙ୍କୁ ଯାତାୟାତ ପାଇଁ ସୁବିଧା ମିଳିଥାଏ । ଗୌହାଟିରେ ଏୟାରପୋର୍ଟ ବି ଅଛି । ଆପଣ କାମାକ୍ଷା ମନ୍ଦିର ପାଖରେ ନବଗ୍ରହ ମନ୍ଦିର, ମହାକାଳ ଭୈରବ ମନ୍ଦିର, ଋଷି ବଶିଷ୍ଟଙ୍କର ଆଶ୍ରମ ମଧ୍ୟ ବୁଲି ପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button