ଦେଶ- ବିଦେଶ

ଯଦି ଆପଣଙ୍କୁ କେହି ଧୋକା ଦେଉଛି ବା ଛାଡି ଚାଲିଯିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଏହା କରନ୍ତୁ… Krishna Vani

ବନ୍ଧୁଗଣ ଆପଣ ଯାହାଙ୍କୁ ଅନେକ ମାସରୁ, ବର୍ଷ ରୁ ଭଲ ପାଉଛନ୍ତି ବା ରିଲେସନସିପରେ ଅଛନ୍ତି ଯଦି ସେ ଆପଣଙ୍କୁ ଧୋକା ଦେଉଛନ୍ତି ତେବେ ଆପଣ କଣ କରିବେ ? ବହୁତ କଷ୍ଟ ହୋଇଥାଏ ଯେବେ କେହି ଏତେ ନିଜର ହେବା ପରେ ବି ଦୂରକୁ ଚାଲିଯାଏ । ମନ ଚାହୁଁ ନ ଥିଲେ ବି ଆପଣ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଆପଣ ଯାହା ସ୍ଵପ୍ନରେ କେବେ ଭାବି ନ ଥିବେ ସେ ମଣିଷ ଆପଣଙ୍କୁ କେବେ ଧୋକା ଦେବେ ।

ଆପଣ କେବେ ଭାବି ନ ଥିବେ ସେ ଆପଣଙ୍କୁ ଛାଡିକି ଯିବେ ନାହିଁ । ତେବେ ଜାଣି ରଖନ୍ତୁ ଏମିତି ସ୍ଥିତିରେ କଣ କରିବେ । 1- ଯଦି ଆପଣଙ୍କ ସାଥି ଧୋକା ଦେଉଛି, ଆପଣଙ୍କ ଠାରୁ ଦୂରେଇ ଯାଉଛି ତେବେ ତାଙ୍କୁ ମୌକା ଦିଅନ୍ତୁ ନିଜ କଥା କହିବାର । ଯଦି ସେ ଆଉ କାହା ସହ ଅଛନ୍ତି ଆଉ ଆପଣ ଦେଖି ନେଇଛନ୍ତି ତଥାପି ତାଙ୍କୁ ମୌକା ଦିଅନ୍ତୁ ନିଜର ସଫେଇରେ କହିବାକୁ । କେଉଁ କାରଣ ପାଇଁ ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି ଶୁଣି ନିଅନ୍ତୁ । କେହି ଆପଣଙ୍କୁ ଛାଡିବାକୁ ଚାହୁଁଥିଲେ ତାଙ୍କୁ ଯିବାକୁ ଦିଅନ୍ତୁ । ଆପଣ ତାଙ୍କୁ ଭୁଲିଯିବା ଭଲ ହେବ ।

2- ଯଦି ଆପଣଙ୍କୁ କେହି ଛାଡିକି ଯିବାକୁ ଚାହୁଁଛି ତେବେ ତାକୁ କେବେ କ୍ଷମା କରିବେନି । ଯଦି ସେ ଆପଣଙ୍କୁ ଥରେ ଧୋକା ଦେଇଛି ତେବେ ବାରମ୍ବାର ଧୋକା ଦେବ । ଭୁଲରେ ବି ଆଉ ତା ଉପରେ ଭରସା କରିବେନି । ଅନେକ ଥର ମୌକା ଦେଇଥାଏ କିନ୍ତୁ ବାରମ୍ବାର ଆପଣଙ୍କ ମନ ଭାଙ୍ଗିଥାଏ । ସମ୍ପର୍କର ମୂଳ ହେଉଛି ବିଶ୍ଵାସ । ଯଦି କେହି ଆପଣଙ୍କ ଭରସାକୁ ଭାଙ୍ଗୁଛି ତେବେ ତାକୁ ତା ବାଟରେ ଛାଡି ଦିଅନ୍ତୁ । ଭୁଲରେ ବି ଆଉ ତାକୁ ନିଜ ଜୀବନରେ ଜାଗା ଦିଅନ୍ତୁ ନାହିଁ । କାରଣ ଲୋକ ଅଚାନକ ବଦଳି ଯାଇଥାନ୍ତି ଆଉ ନିଜର ବାସ୍ତବ ରୂପ ଦେଖାଇଥାନ୍ତି ।

3- ଯଦି କେହି ମଣିଷ ଅନେକ ବର୍ଷର ସମ୍ପର୍କ ପରେ ବି ଏବେ ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ତେବେ ସମୟ ଆସିଯାଇଛି ଆପଣ ଦୁହେଁ ପରସ୍ପର ସହ କଥା ହେବା ବନ୍ଦ କରି ଦିଅନ୍ତୁ । ଧୀରେ ଧୀରେ ଫୋନ କରିବା ବନ୍ଦ କରନ୍ତୁ । ଚାହୁଁଛନ୍ତି ତ ଗୋଟେ ମୂହୁର୍ତ୍ତ ରେ ସବୁ କିଛି ଶେଷ କରି ଦିଅନ୍ତୁ । ନଚେତ ଆପଣଙ୍କ ପାଇଁ ତାଙ୍କୁ ଭୁଲିବା ସହଜ ହେବ ନାହିଁ । ଯାହା ସହ ଏତେ ବର୍ଷ ଧରି ସମ୍ପର୍କ ରଖିଛନ୍ତି ତାଙ୍କୁ ଭୁଲିବା ଏତେ ସହଜ ନୁହେଁ କିନ୍ତୁ ହୃଦୟ କୁ ପଥର କରି ଏମିତି କରିବାକୁ ହେବ ।

ନିଜ ମନକୁ ବୁଝାନ୍ତୁ । ନିଜକୁ ନିୟନ୍ତ୍ରଣ ରେ ରଖନ୍ତୁ । ନଚେତ ଆପଣ କେବେ ବି ତାଙ୍କୁ ଭୁଲିପାରିବେ ନାହିଁ । ଆଉ ଶେଷରେ ନିଜର ଲାଇଫ ବରବାତ ହେବ । ଯଦି କେହି ଆପଣଙ୍କ ସହ ଅନେକ ବର୍ଷ ରିଲେସନରେ ରହି ବି ଛାଡି ଦେଉଛି ତେବେ ସେ ମଣିଷ ଠିକ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button