ଦେଶ- ବିଦେଶ

ତାମିଲନାଡୁ ଦଳାଚକଟା ପଛରେ ଷଡ଼ଯନ୍ତ୍ର : ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି

ତାମିଲନାଡୁ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। କରୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦଳାଚକଟା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଆଣିଛି ଅଭିନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରି କାଝାଗାମ(ଟିଭିକେ)। ଦଳ ପକ୍ଷରୁ ଏ ନେଇ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି।

ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର ଫଳାଫଳ। ଟିଭିକେର ଆଇନଜୀବୀ ଶାଖା ସଭାପତି ଏସ. ଅରିଭାଝାଗନଙ୍କ ନେତୃତ୍ଵରେ ଏକ ଆଇନଜୀବୀ ଦଳ ବିଚାରପତି ଏମ. ଧଣ୍ଡପାଣିଙ୍କ ବାସଭବନକୁ ଯାଇ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଟିଭିକେର ଉପ ସାଧାରଣ ସମ୍ପାଦକ ନିର୍ମଳ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରାଯାଇଛି। ବିଚାରପତି ପିଟିସନର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ ୨୯ ତାରିଖ ଅପରାହ୍ନ ୨ଟା ୧୫ରେ ଏହାର ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ଶନିବାର କରୁରଠାରେ ଟିଭିକେର ଏକ ନିର୍ବାଚନୀ ରାଲିରେ ବିଜୟ ଭାଷଣ ଦେବା ସମୟରେ କିଛି ଲୋକ ଅଣନିଃଶ୍ଵାସୀ ହୋଇ ଚେତା ହରାଇଥିଲେ। ଏହା ପରେ ଦଳାଚକଟା ଘଟିଥିଲା। ଯେଉଁଥିରେ ୩୮ ଜଣଙ୍କ ପ୍ରାଣହାନୀ ଘଟିଥିଲା। ରବିବାର ଆଉ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button