ଜ୍ୟୋତିଷ

ଜୁଲାଇ ମାସ ଆରମ୍ଭ ହେବା ମାତ୍ରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ ? ରୁହନ୍ତୁ ସାବଧାନ !

ବନ୍ଧୁଗଣ ଶେଷ ହେବାକୁ ଯାଉଛି ଜୁନ ମାସ । ଆଉ ଆରମ୍ଭ ହେବାକୁ ଯାଉଛି ଜୁଲାଇ ମାସ ୨୦୨୩ ବର୍ଷ । ଜୁଲାଇ ମାସରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ, ଗ୍ରହର ସ୍ଥିତି କିପରି ରହିବ, ପାରିବାରିକ ଜୀବନ, ସ୍ୱାସ୍ଥ୍ୟ, ଶିକ୍ଷା, ଚାକିରି, ବ୍ୟାପାର, ପ୍ରେମ ଓ ଦାମ୍ପତ୍ୟ ଜୀବନ, ଧନର ସ୍ଥିତି କିପରି ରହିବ ସେହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମେଷ ରାଶିର ବ୍ୟକ୍ତିଙ୍କ ଜୀବନରେ ଏମିତି କିଛି ଘଟିବ ଯାହା ଆପଣ କେବେ ଭାବି ନ ଥିବେ ।

ଆପଣଙ୍କର ପରାକ୍ରମରେ ବୃଦ୍ଧି ହେବ । ପାର୍ଟନରସିପ ରେ ଭଲ ପରିଣାମ ଦେଖିବାକୁ ମିଳିବ । ଶିକ୍ଷକ, ବ୍ୟାକିଙ୍ଗ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ଯଦି ଆପଣ କମର୍ଷ ସେକ୍ଟରରେ ଅଛନ୍ତି ତେବେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବେ । ଗଣିତ କ୍ଷେତ୍ରରେ ବହୁତ ଭଲ ରେଜଲ୍ଟ କରିବେ । ଓକିଲ, ଉପଦେଷ୍ଟା କ୍ଷେତ୍ରରେ ପଡ଼ୁଛନ୍ତି ତେବେ ଭଲ ଲାଭ ପ୍ରାପ୍ତ ହେବ ।

ବୁଧ ଙ୍କ ସ୍ଥିତି ଆପଣଙ୍କୁ ଲାଭ ଦେବ । ଆପଣଙ୍କୁ କୌଣସି କ୍ଷେତ୍ରରୁ ଅଚାନକ ଧନ ଲାଭ ହେବ । ଯେଉଁ କ୍ଷେତ୍ରରେ ଅସୁବିଧା ହେଉଥିଲା ସେଥିରୁ ସୁଧାର ଆସିଯିବ । ଆପଣଙ୍କର ପାରିବାରିକ ଜୀବନ ବହୁତ ଭଲ ରହିବ । ଶ୍ଵଶୁର ଘର ପକ୍ଷରୁ ଧନ ପ୍ରାପ୍ତି ହୋଇପାରେ । ଯାହା ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଗୁପ୍ତ ଧନ ପ୍ରଦାନ ହୋଇପାରେ । ଜମିବାଡି ମାମଲାରୁ ଲାଭବାନ ହେବେ ।

ଅଟକିଥିବା ଧନ ଫେରି ଆସିବ । ଆପଣଙ୍କର ଲଭ ରିଲେସନ ବହୁତ ଭଲ ରହିବ । ଶିଂଗଲ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ । ଖେଳକୁଦ କ୍ଷେତ୍ରରେ ଯୋଡି ହୋଇ ରହିଛନ୍ତି ତେବେ ଏଥିରୁ ଅଧିକରୁ ଅଧିକ ଲାଭ ମିଳିବ । ଆପଣଙ୍କର ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲାର ସମାଧାନ ହେବ ।

ହଜି ଯାଇଥିବା ଜିନିଷ ମିଳିବ । ଋଣରୁ ମୁକ୍ତି ପାଇବେ । ଆପଣଙ୍କର ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବହୁତ ବଡ ଲାଭ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସଫଳ ହେବେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିପାରେ । ମାନ ସମାନ ପ୍ରତିଷ୍ଠା ହେବ । ଯାହା କାରଣରୁ ଲୋକେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ଆଖି ଜନିତ ସମସ୍ଯା ହୋଇପାରେ । ମୋବାଇଲ, କମ୍ପ୍ୟୁଟରରେ ଅଧିକ ସମୟ ଦିଅନ୍ତୁ ନାହିଁ । ସରକାରୀ ଚାକିରି କରୁଥିଲେ ସତର୍କ ରୁହନ୍ତୁ । ଯେଉଁ ମାନେ ବିବାହରେ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଭଲ ଅଛି ଓ ଭଲ ଜୀବନସାଥି ମିଳିପାରେ । କଥା ହେବା ସମୟରେ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ । ବହୁ ଜଳୁଥିବା ଜଳରେ ମାସର ପ୍ରଥମ ରବିବାରରେ ତମ୍ବାର କଏନ ବା ଖଣ୍ଡ ଗୁଡ ଭସାଇ ଦିଅନ୍ତୁ । ଏହି ଉପାୟ ଦ୍ଵାରା ସବୁ ସମସ୍ଯା ଦୂର ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button