ଜ୍ୟୋତିଷ

ଭଗବାନ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ କୁହନ୍ତୁ ଏହି ମନ୍ତ୍ର, ଯାହା ବି ସମସ୍ଯା ଥିବ ତାହା ନିଶ୍ଚୟ ଦୂର ହେବ…

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ପାଞ୍ଚ ଦେବ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବ ଙ୍କୁ ପ୍ରଥମ ସ୍ଥାନ ଦିଆ ଯାଇଛି । କାରଣ ସୂର୍ଯ୍ୟଦେବ ପୃଥିବୀ ରେ ସାକ୍ଷାତ ଦର୍ଶନ ଦେଇଥାନ୍ତି । ଅର୍ଥାତ ମଣିଷର ଜୀବନଯାପନ କରିବା ପାଇଁ ସୂର୍ଯ୍ୟଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି । ଯଦି ଜାତକରେ ସୂର୍ଯ୍ୟ ଗ୍ରହ ଠିକ ସ୍ଥାନରେ ରହିଥାନ୍ତି ତେବେ ରାଜପଦ ପ୍ରାପ୍ତି ହୋଇଥାଏ । ଏମିତି ବ୍ୟକ୍ତି ମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି ।

ସୂର୍ଯ୍ୟଙ୍କ ଆରାଧନା କରିବା ଦ୍ଵାରା ବ୍ଯକ୍ତିର ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତ୍ତନ ହୋଇଥାଏ । ଆଜି ଆମେ ଜାଣିବା ସୂର୍ଯ୍ୟଙ୍କୁ ଜଳ ଚଢାଇବା ସମୟରେ କେଉଁ ଗୁପ୍ତ ମନ୍ତ୍ର କହିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସୂର୍ଯ୍ୟଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ସବୁଠୁ ଉତ୍ତମ ଉପାୟ ଅଟେ । ଖାସ କରି ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଦିନର ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେ ବି ହାରି ନ ଥାଏ ।

ସୂର୍ଯ୍ୟଦେବ ଙ୍କୁ ଜଳ ଦେବାର ମହିମା ଓ ଲାଭ ଶାସ୍ତ୍ର ରେ ମଧ୍ୟ ଉଲେଖ ଅଛି । ଶାସ୍ତ୍ର ଅନୁଯାୟୀ ଭଗବାନ ବିଶୁଣୁ ଶ୍ରୀରାମ ଙ୍କ ଅବତାର ନେଇଥିଲେ । ସେହି ସମୟରେ ଭଗବାନ ବିଶୁଣୁ ସୂର୍ଯ୍ୟଦେବ ଙ୍କୁ ଜଳ ଚଢାଇ ଥିଲେ । ସୂର୍ଯ୍ୟଦେବ ଙ୍କ କୃପାରୁ ପ୍ରଭୁ ରାମ ରାବଣର ସବୁ ପ୍ରୟାସକୁ ବିଫଳ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଶାସ୍ତ୍ରରେ ଉଲେଖ ଅଛି ଓ ଏହାର ଶୁଭ ଫଳ ମଧ୍ୟ ଉଲେଖ ଅଛି ।

ସୂର୍ଯ୍ୟ ଙ୍କୁ ଆରାଧନା ଦ୍ଵାରା ସବୁ ସମସ୍ଯା ଦୂର ହେବ । ଯେଉଁ ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରି ଆରାଧନା କରିଥାଏ ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ । ଏଭଳି ବ୍ୟକ୍ତିଙ୍କର ସମସ୍ତଙ୍କୁ ଆକର୍ଷଣ କରିବାର କ୍ଷମତା ରହିଥାଏ । ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିଥାଏ ତାହା ଦ୍ଵାରା ଯମରାଜ ମଧ୍ୟ ପ୍ରସନ୍ନ ରହିଥାନ୍ତି ।

କାରଣ ସୂର୍ଯ୍ୟଦେବ ଯମରାଜ ଙ୍କର ପୁତ୍ର ଅଟନ୍ତି । ସକାଳୁ ସୂର୍ଯ୍ୟ ଙ୍କୁ ଜଳ ଦେବା ସମୟରେ କିଛି ନିୟମର ପାଳନ କରିବା ଉଚିତ ଯାହା ଶାସ୍ତ୍ର ରେ ଉଲେଖ ଅଛି । ପ୍ରଥମେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେଯ ତ୍ୟାଗ କରି ସ୍ନାନ କରିବା ଉଚିତ । ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଦେବଙ୍କ ସମୁଖରେ ସୋରିଷ ତେଲର ଦୀପ ଜଳାଇ ଦିଅନ୍ତୁ ।

ଏହା ପରେ ନିଜର ଇଚ୍ଛା କୁହନ୍ତୁ । ଏହା ପରେ ପୂର୍ବ ଦିଗ କୁ ମୁଖ କରି ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ । ଜଳ ଅର୍ପଣ କରିବା ସମୟରେ ଓମ ସୁର୍ଜ୍ଯାୟ ନମହ ମନ୍ତ୍ର ଟି 3 ଥର ଜପ କରନ୍ତୁ । ଏହା ପରେ ଭୂମିଷ୍ଠ ପ୍ରଣାମ କରି ସୂର୍ଯ୍ୟଦେବ ଙ୍କ ଆଶୀର୍ବାଦ ନିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button